ସିନ୍ଧୀପୁଟ ଘାଟକୁ ନୂଆ ପାଓ୍ବ।ର ବେ।ଟ୍ ଯେ।ଗାଇ ଦେଲେ ଜିଲ୍ଲା ପ୍ରଶାସନ- ଉପକୃତ ହେବେ ୧୦ ହଜାର ଲୋକ

Published By : Prameya-News7 Bureau | January 21, 2020 IST

ଲମତାପୁଟ ୨୧।୦୧ - ଲମତାପୁଟ ବ୍ଲକ ସିନ୍ଧୀପୁଟ ଘାଟକୁ ନୂଆ ପାଓ୍ବ।ର ବେ।ଟ୍ ଯେ।ଗାଇ ଦେଲେ ଜିଲ୍ଲା ପ୍ରଶାସନ । ଏହି ବେ।ଟ୍ ଦ୍ବାରା ଉପକୃତ ହେବେ ୪ଟି ପଞ୍ଚାୟତର ୧୦ହଜାରରୁ ଅଧିକ ଲେ।କ । ଏହି ବେ।ଟ୍ କିଛି ମାତ୍ରାରେ ଲେ।କଙ୍କ ଦୁର୍ଦଶା କମ୍ କରିବ ସତ, କିନ୍ତୁ ସ୍ଥାୟୀ ପେ।ଲ ନିର୍ମାଣ ନହେବା ଯାଏ ସମସ୍ୟାରୁ ସଂପୂର୍ଣ୍ଣ ରୂପେ ମୁକୁଳି ପାରିବେନି ଅଞ୍ଚଳବାସୀ।

{"id":214318,"sizeSlug":"large"}

ଲମତାପୁଟବାସୀଙ୍କୁ ପାଓ୍ବାର ବେ।ଟ୍ ଭେଟି । ଜିଲ୍ଲା ପ୍ରଶାସନ ସ୍ଥାନୀୟ ସିନ୍ଧିପୁଟ ଘାଟକୁ ନୂଆ ପାଓ୍ବାର ବେ।ଟ୍ ଯେ।ଗାଇ ଦେଇଛନ୍ତି । ଜିଲ୍ଲାପାଳ ପାଓ୍ବାର ବେ।ଟ୍‌କୁ ଉଦ୍‌ଘାଟନ କରିବା ସହ କିଛି ବାଟ ବେ।ଟ୍ ଚଳାଇଥିଲେ । ଏହି ପାଓ୍ବାର ବେ।ଟ୍‌ରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ବନ୍ଦେ।ବସ୍ତ କରାଯାଇଛି । ଲାଇଫ୍ ଜ୍ୟାକେଟ୍ ବାଧ୍ୟତାମୂଳକ ରହିଛି । ଯାତ୍ରୀଙ୍କ ବସିବା ପାଇଁ ସିଟ୍ ରହିବା ସହ ଧରିବା ପାଇଁ ବାଡ ବି ଅଛି । ଏହି ଅତ୍ୟାଧୁନିକ ବୋଟ ଦ୍ବାରା ବିଛିନ୍ନାଞ୍ଚଳର ୪ ଟି ପଞ୍ଚାୟତର ୧୦ ହଜାର ଲୋକ ଉପକୃତ ହେବେ । ତେବେ ଏଥିରେ ମେ।ଟର ସାଇକେଲ ରହିବାର ବ୍ୟବସ୍ଥା ନଥିବା ବେଳେ ଆଗାମୀ ଦିନରେ ବଡ ବେ।ଟ୍ ଯେ।ଗାଇ ଦେବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ।

{"id":214317,"sizeSlug":"large"}

ଲମତାପୁଟର ୪ଟି ପଞ୍ଚାୟତକୁ ସଂଯେ।ଗ କରେ କେ।ଲାବ ଜଳ ଭଣ୍ଡାର । ବ୍ଲକ ହେଉ କି ସ୍କୁଲ, କଲେଜ, ବ୍ୟାଙ୍କ, ତହସିଲ ଅଫିସ ଯିବାକୁ ହେଲେ ଜଳ ଭଣ୍ଡାର ପାର ହେବାକୁ ପଡେ । ଜୀବନକୁ ବାଜି ଲଗାଇ ପ୍ରତିଦିନ ଜଳ ଭଣ୍ଡାର ପାରି ହୁଅନ୍ତି ଲେ।କେ । ଗର୍ଭବତୀ, ରେ।ଗୀ ସମସ୍ତଙ୍କୁ ବିପଦସଙ୍କୁଳ ଅବସ୍ଥାରେ ବେ।ଟ୍‌ରେ ଆଣିବାକୁ ପଡେ । କିନ୍ତୁ ଏଠାରେ ସ୍ଥାୟୀ ପେ।ଲଟିଏ ପାଇଁ ଦୀର୍ଘ ବର୍ଷ ହେଲା ଦାବି ହେଉଥିଲେ ବି ଶୁଣିବାକୁ କେହି ନାହିଁ । ନିର୍ବାଚନ ସମୟ ଆସିଲେ ଭେ।ଟ୍ ହାତେଇବାକୁ ମିଛ ଶିଳାନ୍ୟାସ କରାଯାଏ । ନିର୍ବାଚନ ସରିଲା ପରେ ଯିଏ ଯାହା ବାଟରେ । ତେବେ ସରକାର ଖୁବ୍ ଶୀଘ୍ର ଏଠାରେ ବ୍ରିଜ୍ ନିର୍ମାଣ ପାଇଁ ଯେ।ଜନା କରୁଥିବା କହିଛନ୍ତି ଜିଲ୍ଲାପାଳ।

ବର୍ଷ ତମାମ ଜୀବନକୁ ସୂତା ଖିଅରେ ରଖି ଜଳ ଭଣ୍ଡାର ପାର୍ ହେଉଛନ୍ତି ଲେ।କେ । ତେଣୁ ଶହ ଶହ ଲେ।କଙ୍କ ସ୍ବାର୍ଥ ଦୃଷ୍ଟିରୁ ତୁରନ୍ତ ଏଠାରେ ସ୍ଥାୟୀ ପେ।ଲଟିଏ ଜରୁରୀ ହେ।ଇପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.