କାଂସ୍ୟ ପଦକ ପାଇଁ ଆସନ୍ତାକାଲି ମଇଦାନକୁ ଓହ୍ଲାଇବେ ପିଭି ସିନ୍ଧୁ, ହକି ଉପରେ ବି ନଜର, ଏମିତି ରହିଛି ୧୦ମ ଦିନର ଖେଳସୂଚୀ

Published By : Prameya-News7 Bureau | July 31, 2021 IST

ଟୋକିଓ ୩୧।୦୭: ଭାରତ ପାଇଁ ଟୋକିଓ ଅଲିମ୍ପିକର ନବମ ଦିନ ନିରାଶଭରା ରହିଛି। ବ୍ୟାଡମିଣ୍ଟନରେ ପିଭି ସିନ୍ଧୁଙ୍କୁ ସେମି ଫାଇନାଲରେ  ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଅନ୍ୟପଟେ ବକ୍ସିଂରେ ପୂଜା ରାଣୀ ଓ ଅମିତ୍ ପଙ୍ଘାଲ ନିରାଶ କରିଛନ୍ତି। ସେହିପରି ଅଲିମ୍ପିକରେ ତୀରନ୍ଦାଜ ଅତନୁ ଦାସଙ୍କ ଅଲିମ୍ପିକ ଅଭିଯାନ ସମାପ୍ତ ହୋଇଛି। ହେଲେ ହକିରେ ୪୧ ବର୍ଷ ପରେ ପ୍ରଥମ ଥର ମହିଳା ଦଳ ଅଲିମ୍ପିକର କ୍ଵାର୍ଟର ଫାଇନାଲରେ ପ୍ରବେଶ କରିଛି। ଡିସକସ୍ ଥ୍ରୋର ଫାଇନାଲରେ କମଲପ୍ରୀତ ପ୍ରବେଶ କରିଛନ୍ତି। ଏବେ ଦଶମ ଦିନ ଅର୍ଥାତ ରବିବାର କିଛି ଗୁରୁତ୍ଵପୂର୍ଣ୍ଣ ମୁକାବିଲା ହେବାକୁ ଯାଉଛି। ଖାସ୍ କରି ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ କାଂସ୍ୟ ପଦକ ପାଇଁ ଲଢିବେ। ହକିରେ ଭାରତୀୟ ପୁରୁଷ  ହକି ଦଳର ମୁକାବିଲା ବ୍ରିଟେନ୍ ସହ ରହିଛି। ଆସନ୍ତୁ ଜାଣିବା ୧୦ମ ଦିନରେ ଭାରତର ଖେଳସୂଚୀ ଓ ପୁରା କାର୍ଯ୍ୟକ୍ରମ।

ଗୋଲ୍ଫ
ଅନିର୍ବାଣ ଲାହିଡି, ପୁରୁଷ ବ୍ୟକ୍ତିଗତ ଷ୍ଟ୍ରୋକ୍ ପ୍ଲେ, ସକାଳ-୪ଟା ୧୧
ଉଦ୍ୟନ ମାନେ, ପୁରୁଷ ବ୍ୟକ୍ତିଗତ ଷ୍ଟ୍ରୋକ ପ୍ଲେ, ସକାଳ- ୫ଟା ୫୫

ବ୍ୟାଡମିଣ୍ଟନ
ମହିଳା ଏକକ କାଂସ୍ୟ ପଦକ ମୁକାବିଲା, ପିଭି ସିନ୍ଧୁ ବନାମ ହି ବିଙ୍ଗ ଜିଆଓ(ଚୀନ), ସନ୍ଧ୍ୟା ୫ଟା

ବକ୍ସିଂ
ପୁରୁଷ ୯୧ କିଗ୍ରାରୁ ଅଧିକ ଭାର ବର୍ଗ, ସତୀଶ କୁମାର ବନାମ ବଖୋଦିର  ଜଲୋଲୋଭ(ଉଜବେକିସ୍ତାନ), ସକାଳ-୯ଟା ୩୬

ହକି
ପୁରୁଷ କ୍ଵାର୍ଟର ଫାଇନାଲ, ଭାରତ ବନାମ ବ୍ରିଟେନ୍, ସନ୍ଧ୍ୟା-୫ଟା ୩୦

ଘୋଡା ଦୌଡ
କ୍ରସ୍ କଣ୍ଟ୍ରି, ବ୍ୟକ୍ତିଗତ ବର୍ଗ, ଫଓ୍ଵାଦ ମିର୍ଜା, ସକାଳ- ୫ଟା ୧୮

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.