Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ସ୍ବାଧୀନତା ଆନ୍ଦୋଳନ: ବିଶାଳ ରାଲିରେ ସରକାର ବିରୋଧୀ ନାରା, ଧରିଥିଲେ ବିଦେଶୀ ରାଷ୍ଟ୍ରନେତାଙ୍କ ଫଟୋ

18/01/2021 at 9:30 PM

ଇସ୍‌ଲାମାବାଦ ୧୮/୦୧: ପାକିସ୍ତାନର ସିନ୍ଧ ଲୋକେ ପ୍ରାନ୍ତର ସ୍ବାଧୀନତା ପାଇଁ ବିଶ୍ବ ନେତୃତ୍ବଙ୍କୁ ଖୁଲମଖୋଲା ସହାୟତା ମାଗିଛନ୍ତି। ଆଧୁନିକ ସିନ୍ଧି ରାଷ୍ଟ୍ରବାଦର ସଂସ୍ଥାପକମାନଙ୍କ ମଧ୍ୟରୁ ଜଣେ ଜେଏମ ସୟଦଙ୍କ ୧୧୭ ତମ ଜୟନ୍ତୀ ଉପଲକ୍ଷେ ରବିବାର ଜାମଶୋରୋ ପ୍ରାନ୍ତରେ ଏକ ବିଶାଳ ରାଲି ବାହାରିଥିଲା। ଏହି ସମୟରେ ଲୋକେ ସ୍ବାଧୀନତା ନାରା ଲଗାଇଥିଲେ। ଏହି ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ବିଶ୍ବ ନେତାଙ୍କ ଫଟୋ ଦେଖିବାକୁ ମିଳିଥିଲା।

ରାଲିରେ ସାମିଲ ପ୍ରଦର୍ଶନକାରୀ ସ୍ବାଧୀନତା ସମର୍ଥନ ନାରା ଦେବା ସହ ସିନ୍ଧ ରାଜ୍ୟ ସିନ୍ଧୁ ଘାଟି ସଭ୍ୟତା ଓ ବୈଦିକ ଧର୍ମର ଘର ଅଟେ। ବ୍ରିଟିଶ ସରକାର ଏହାକୁ କବଜା କରିବା ସହ ୧୯୪୭ରେ ପାକିସ୍ତାନର ଇସଲାମ୍‌ ହାତକୁ ଟେକି ଦେଲା ବୋଲି ନାରା ମଧ୍ୟ ଲାଗିଥିଲା ।‘ପାକିସ୍ତାନ ପାଖରୁ ସ୍ବାଧୀନତା ଚାହୁଁଛି ସିନ୍ଧ।’

ରାଲିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,  ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌, ୟୁଏନ ପ୍ରେସିଡେଣ୍ଟ ଆଣ୍ଟୋନିଓ  ଗୁଟେରସ, ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡ ଆଡର୍ଣ୍ଣ, ସାଉଦିଆରବ ମହାରାଜ ମହମ୍ମଦ ବିନ୍‌ ସଲମାନ, ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଗାନୀ, ଜର୍ମାନ ଚାନ୍ସଲର ଆଞ୍ଜେଲା ମର୍କେଲ୍‌ଙ୍କ ପୋଷ୍ଟର ବ୍ୟବହାର ହୋଇଥିଲା।

ତେବେ ସିନ୍ଧକୁ ଅଲଗା ଦେଶ ତିଆରି କରିବାର ଦାବି ୧୯୬୭ରୁ ଚାଲିଆସୁଛି। ସେତେବେଳେ ଜିଏମ ସୟଦ ଓ ପୀର ଅଲ୍ଲିଙ୍କ ନେତୃତ୍ବର ସ୍ବାଧୀନ ସିନ୍ଧ ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ପୂର୍ବ କିଛି ଦଶକ ହେଲା ପାକିସ୍ତାନର ସିକ୍ୟୁରିଟି ଏଜେନ୍ସି ଏଠାରେ ଆତଙ୍କ ଖେଳାଇଛନ୍ତି। ଏହି ସମୟରେ ଏଠାକର ରାଷ୍ଟ୍ରବାଦୀ ନେତା, କାର୍ଯ୍ୟକର୍ତ୍ତାଙ୍କୁ ବିତାଡ଼ିତ କରାଯାଇଥିଲା।

   Related Posts