ପାକିସ୍ତାନୀ ହିନ୍ଦୁ ନାବାଳିକାକୁ ଜୋର ଜବରଦସ୍ତି ବିବାହ କରିବାକୁ ଉଦ୍ୟମ କରୁଥିବା ମୈାଲବୀ ଗିରଫ

Published By : Prameya-News7 Bureau | March 26, 2019 IST

 ଲାହୋର ୨୬/୩: ପାକିସ୍ତାନ ପଞ୍ଜାବ ରାଜ୍ୟର ଦୁଇଜଣ ହିନ୍ଦୁ ନାବାଳିକା  ବାହାବଲପୁର ଅଦାଲତରେ ସୁରକ୍ଷା ପାଇଁ ଗୁହାରି କରିଛନ୍ତି। ତାଙ୍କ ଗୁହାରି ଶୁଣି ଜୋର ଜବରଦସ୍ତି ବିବାହ କରାଉଥିବା ମୈାଲବୀକୁ ସିନ୍ଧ ପ୍ରଦେଶର ଖାନପୁରରୁ ଗିରଫ କରାଯାଇଛି।  

{"id":97007,"width":600,"height":342}

ପାକିସ୍ତାନରେ ଦୁଇଜଣ ହିନ୍ଦୁ ନାବାଳିକାଙ୍କୁ ବିବାହ କରିବାକୁ ଉଦ୍ୟମ କରାଉଥିବା ମୈାଲବୀକୁ ରବିବାର ଗିରଫ କରାଯାଇଛି। ସୂଚନା ଅନୁସାରେ ଏହି ଦୁଇ ହିନ୍ଦୁ ନାବାଳିକାଙ୍କୁ ଅପହରଣ କରିବା ପରେ ଜୋର ଜବରଦସ୍ତି ଧର୍ମ ପରିବର୍ତ୍ତନ କରି ଦିଆଯାଇଛି। ପାକିସ୍ତାନ ମିଡିଆରୁ ମିଳିଥିବା ଖବର ଅନୁସାରେ ଦୁହେଁ ପାକିସ୍ତାନର ପଞ୍ଜାବର ଏକ ଅଦାଲତରେ ସୁରକ୍ଷା ପାଇଁ ଗୁହାରି କରିଥଲେ।

{"id":97009,"width":591,"height":310}

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ ଏହି ମାମଲାର ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି। ୧୩ବର୍ଷ ବୟସ୍କା ରବୀନା ଏବଂ ୧୫ବର୍ଷ ବୟସ୍କା ରୀନାଙ୍କୁ ତାଙ୍କ ଅଞ୍ଚଳରେ ଥିବା କେତେକ ପ୍ରଭାବଶାଳୀ ଲୋକ ଅପହରଣ କରିଥିଲେ। ଏମାନଙ୍କ ଧର୍ମ ପରିବର୍ତ୍ତନ ପାଇଁ ମଧ୍ୟ ଉଦ୍ୟମ କରାଯାଇଥିଲା । ଘଟଣା ସମ୍ପର୍କରେ  ଖବର ପ୍ରଚାରିତ ହେବା ପରେ ଭାରତରେ ମଧ୍ୟ ପ୍ରତିକ୍ରୀୟା ସୃଷ୍ଟି ହୋଇଥିଲା । ବୈଦେଶିକ ବ୍ୟାପାରମନ୍ତ୍ରୀ ସୁଷମା ସ୍ବାରଜ ମଧ୍ୟ ହସ୍ତକ୍ଷେପ କରିଥିଲେ । ପାକିସ୍ତାନରେ ଥିବା ହିନ୍ଦୁଙ୍କ ସୁରକ୍ଷା ପାଇଁ ସେ ପାକିସ୍ତାନ ସରକାରଙ୍କୁ ଚିଠି ଲେଖିଥିଲେ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.