ଦୀର୍ଘ ୭୨ ବର୍ଷ ହେଲା ଗିଲଗିଟ ଓ ବାଲତିସ୍ତାନକୁ ଲୁଟି ଚାଲିଛି ପାକ୍, ଏଥିରେ ତା ସହ କାନ୍ଧ ମିଳାଇଛି ଚୀନ

Published By : Prameya-News7 Bureau | August 22, 2019 IST

ପିଓକେ କହିଲେ ପ୍ରାୟ ସମସ୍ତେ ଭାବନ୍ତି କାଶ୍ମୀରର ସେହି ଭାଗ ଜାହାକୁ ପାକିସ୍ତାନ ଜୋରଜବରଦସ୍ତ ନିଜ କବଜାରେ କରି ରଖିଛି। ତେବେ ମୂଳ ଭାରତର ସୀମା କେବଳ ମୁଜାଫରବାଦ ନୁହେଁ । ଏଣୁ ଭାରତ ଯେତେବେଳେ ବି ପିଓକେର କଥା କହୁଛି ସେତେବେଳେ କାଶ୍ମୀରର ସେହି ଅଞ୍ଚଳ ବି ଭାରତରେ ଆସୁଛି ଯାହାକୁ ଗିଲଗିଟ୍ ଓ ବାଲତିସ୍ତାନ କୁହାଯାଏ। ଏଣୁ କାଶ୍ମୀରରୁ ସମ୍ବିଧାନର ୩୭୦ ଧାରା ଉଚ୍ଛେଦ ଏବେ ପାକ୍ ସରକାରଙ୍କ ହାଲିଆ ଟାଇଟ୍ କରିଦେଇଛି। ଏବେ ପାକିସ୍ତାନୀମାନେ ଭାବୁଛନ୍ତି ପିଓକେରେ ନିଶ୍ଚିତ କିଛି ବଡ ଘଟଣା ଘଟିବାକୁ ଯାଉଛି। ଗୋଟିଏ ପଟେ କାଶ୍ମୀର ହାତରୁ ଚାଲିଯିବାର ଭୟ ସୃଷ୍ଚି ହୋଇଥିବା ବେଳେ ଏବେ ପିଓକେ ମାଟି ତଳେ ଥିବା ଖଜଣାବି ଚାଲିଯିବା ଚିନ୍ତାରେ ପଡିଯାଇଛି ପାକିସ୍ତାନ। 

{"id":147424,"width":581,"height":394}

ତେବେ ଆସନ୍ତୁ ଜାଣିବା ସେହି ଗିଲଗିଟ୍ ଓ ବାଲତିସ୍ତାନ ସମ୍ପର୍କରେ ଯେଉଁ ଅଞ୍ଚଳର ଲୋକେ କାଶ୍ମୀରରୁ ୩୭୦ ହଟିବା ସହ ନିଜପାଇଁ ଭାରତର ସରକାରରେ ସ୍ଥାନ ସଂରକ୍ଷଣର ଦାବି ଉଠାଇଛନ୍ତି। ପାକ୍ ଅଧିକୃତ କାଶ୍ମୀରର ଠିକ ଉତ୍ତରରେ ରହିଛି ଗିଲଗିଟ୍ ଓ ବାଲତିସ୍ତାନ। ଭୌଗଳିକ ଅବସ୍ଥିତି ଓ ପ୍ରକୃତିର ନୈସର୍ଗିକ ଅବଦାନ ଯୋଗୁ ବିଶ୍ୱର ସବୁଠାରୁ ସୁନ୍ଦରତମ ସ୍ଥାନ ଭାବେ ପରିଗଣିତ ହୁଏ ଏହି ଦୁଇ ଅଞ୍ଚଳ। ପ୍ରାୟ ୭୩ ହଜାର ବର୍ଗ କିଲୋମିଟର ପରିମିତ ଏହି ଅଞ୍ଚଳର ଜନ ସଂଖ୍ୟା ମାତ୍ର ୨୫ଲକ୍ଷ ପାଖାପାଖି।

{"id":147425,"width":574,"height":430}

ଗିଲଗିଟ୍ ଓ ବାଲତି ସ୍ତାନ ଉପରକୁ ଭୂ-ସ୍ୱର୍ଗ କୁହାଯାଉଥିବା ବେଳେ ମାଟି ତଳେ ଧରି ରଖିଛି ବିସ୍ତୃତ ସମ୍ପତ୍ତିର ଭଣ୍ଡାର। ଏଠାରେ ସୁନା, ପ୍ଲାଟିନମ, କୋବଲ୍ଟ ଭଳି ମୂଲ୍ୟବାନ ଧାତୁର ଖଣି ରହିଛି। ଏକ ରିପୋର୍ଟ ଅନୁସାରେ ଗିଲଗିଟ୍ ଓ ବାଲତିସ୍ତାନରେ ୧ହଜାର ୪୮୦ଟି ସୁନା ଖଣି ରହିଛି। ଏଥିରୁ ୧୨୩ଟିରୁ ସବୁଠାରୁ ଉତ୍ତମମାନର ସୁନା ଉତ୍ପାଦିତ ହେଉଛି। ଗିଲଗିଟ୍ ଓ ବାଲତିସ୍ତାନର ଉତ୍ତରରେ ଆଫଗାନିସ୍ତାନର ସୀମା ଥିବା ବେଳେ ଉତ୍ତରପୂର୍ବ ଦିଗରେ ଚୀନ ଶିନଜିଆଙ୍ଗ ପ୍ରୋଭିନ୍ସର ସୀମାକୁ ଲାଗି ରହିଛି। ଏଠାରେ ବାଲଟାରୋ ନାମକ ପ୍ରଶିଦ୍ଧ ଗ୍ଲେସିୟର ମଧ୍ୟ ରହିଛି।

{"id":147433}

ଗତ ୭୨ ବର୍ଷ ହେଲା ପାକିସ୍ତାନ ଏହି ଉଭୟ ସ୍ଥାନକୁ ଭରପୁର ଲୁଟ କରିବାରେ ଲାଗିଥିଲା। ଯାହାର ପ୍ରମାଣ ଏଠାକାର ଖଣି ଖାଦାନରୁ ମିଳୁଛି। ହେଲେ ପାକିସ୍ତାନ ପାପର ହଣ୍ଡା ଏବେ ପୁରଣ ହୋଇ ଯାଇଛି। ମୁଜାଫରାବାଦ ସହ ଗିଲଗିଟ ଓ ବାଲତିସ୍ତାନରୁ ନିଜର ଗଣ୍ଠିଲି ଉଠେଇନେବାକୁ ଅଲ୍ଟିମେଟମ ବି ତାକୁ ମିଳିସାରିଛି।

{"id":147426,"width":578,"height":422}

ତେବେ କେବଳ ପାକିସ୍ତାନ ନିଜେ କାଶ୍ମୀରକୁ ଲୁଟିନି ସାଙ୍ଗରେ ଚୀନକୁ ବି ସାମିଲ କରି ରଖିଛି। ଫଳରେ ଏଠାରେ ଚୀନ ବିପୁଳ ନିବେଶ କରି ହାଇ-ୱେ ଓ ବଡବଡ ଡ୍ୟାମ ସବୁ ନିର୍ମାଣ କରୁଥିବା ବେଳେ ଅନେକ ଚୀନ ନାଗରିକ ଘରଦ୍ୱାର ବି କରି ରହିଗଲେଣି।  ଗତ ୭୦ ବର୍ଷ ହେଲାଣି ପିଓକେର ଲୋକେ ପାକିସ୍ତାନକୁ ବିରୋଧ କରିଆସୁଛନ୍ତି। ହେଲେ ଏବେ କାଶ୍ମୀରରୁ ୩୭୦ର ଉଚ୍ଛେଦ ସେମାନଙ୍କ ଶ୍ୱରକୁ ଆହୁରି ଶାଣିତ କରିଥିବା ବେଳେ ପାକ୍ ସରକାର ଓ ସେନାର ନିଦ ହଜେଇ ଦେଇଛି।

{"id":147437}

ଅଧିକୃତ କାଶ୍ମୀର ହାତରୁ ଯେପରି ଚାଲି ନଯାଏ ସେଥିଲାଗି ପାକିସ୍ତାନ ଏବେ ବାରଦ୍ୱାର ଶୁଣ୍ଢିପିଣ୍ଢା ହେବାକୁ ବାଧ୍ୟ ହେଉଛି। କେତେବେଳେ ଜାତି ସଂଘ କବାଟ ଠକ୍ ଠକ କରୁଛି ତ କେତେବେଳେ ଆମେରିକା ସରକାରଙ୍କ ଆଗରେ ଅଣ୍ଠେଇ ଗୁହାରି କରୁଛି । ଏବେ ଅନ୍ତର୍ଜାତୀୟ କୋର୍ଟକୁ ବି ଯିବ ଓ ସେଠାରେ ମଧ୍ୟ ସେଇ ବ୍ୟବହାର ମିଳିବ ଯାହା ଜାତି ସଂଘ ଓ ଆମେରିକାରୁ ତାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.