୨୦୨୦ରୁ ହନି ଟ୍ରାପ୍ ଲିଙ୍କ୍‌ରେ ଥିଲେ DRDOର ୫କର୍ମଚାରୀ, ବିବାହ କରିବାକୁ ଦେଇଥିଲେ ପ୍ରସ୍ତାବ

Published By : Prameya-News7 Bureau | September 22, 2021 IST

ଭୁବନେଶ୍ବର ୨୨।୯: DRDO ଗୁପ୍ତ ତଥ୍ୟ ଲିକ୍ ଘଟଣାରେ ହନି ଟ୍ରାପ୍ କରିଥିବା ରହସ୍ୟମୟୀଙ୍କ ବିଷୟରେ ଆସିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ । ୨୦୨୦ ମସିହାରୁ ସୋସିଆଲ ମିଡିଆରେ ଲିଙ୍କ୍ କରିଥିଲେ ରହସ୍ୟମୟୀ ।  ନିଜକୁ କେତେବେଳେ ସୈନ୍ୟ ବିଭାଗର କିରାଣୀ ତ ଆଉ କେତେବେଳେ ପୋର୍ଟବ୍ଲେୟରରେ ନର୍ସ ଥିବା କହୁଥିଲା । ଏହିଭଳି ଭିନ୍ନ ଭିନ୍ନ ପରିଚୟ ଦେଇ ୫ ଜଣଙ୍କୁ କରିଥିଲା ହନି ଟ୍ରାପ୍ ।

ପ୍ରାୟ ଦେଢ଼ ବର୍ଷ ଧରି ଏମାନଙ୍କ ଲିଙ୍କରେ ରହିଥିଲେ ରହସ୍ୟମୟୀ । ମୁଖ୍ୟତଃ ୫ଟି ବିଭିନ୍ନ ନମ୍ବରରେ କଲ୍ କରୁଥିଲା । ହ୍ବାଟସଅପ୍, ମେସେଞ୍ଜର, ଫେସବୁକ୍ ରେ ଭିଡିଓ କଲ୍ ମଧ୍ୟ କରୁଥିଲେ । ଗୁପ୍ତଚରଙ୍କୁ ବିବାହ କରିବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ ରହସ୍ୟମୟୀ ।  ଇଂଗ୍ରାଜୀ ଓ ହିନ୍ଦୀରେ କଥାବାର୍ତ୍ତା ହେଉଥିଲେ । ୫ ଜଣ ଗୁପ୍ତଚର ଜାଣିନଥିଲେ କି ସମସ୍ତେ ହନି ଟ୍ରାପ୍ ଲିଙ୍କରେ ଅଛନ୍ତି  ।

ଏହି ଗୁପ୍ତ ତଥ୍ୟ ଲିକ୍ ଘଟଣାରେ ବାୟୁସେନାର ତଦନ୍ତକାରୀ ଟିମ୍ ଚାନ୍ଦିପୁରରେ ତଦନ୍ତ କରିଛନ୍ତି । ପାଇଲଟ୍ ଲେସ୍ ଏୟାରକ୍ରାଫ୍ଟ ପରୀକ୍ଷା ଉପରେ କିଛି ତଥ୍ୟ ଲିକ୍ ହୋଇଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.