କୁଣ୍ଡଳିରୁ ଦୂର ହେବ ଶଙ୍ଖନାଦ କାଳସର୍ପ ଦୋଷ, କରନ୍ତୁ ଏହି ସାମାନ୍ୟ ଉପାୟ
14/01/2019 at 7:06 PM

ଭୁବନେଶ୍ୱର ୧୪/୧ : ସମସ୍ତଙ୍କ କୁଣ୍ଡଳିରେ କିଛି ନା କିଛି ଦୋଷ ଥାଏ | କାହା କୁଣ୍ଡଳିରେ ମଙ୍ଗଳ ଦୋଷ ଥାଏ ତ କାହା କୁଣ୍ଡଳିରେ କାଳସର୍ପ ଦୋଷ ଥାଏ | ଆଜିକାଲିକା ସମୟରେ କୁଣ୍ଡଳିରେ କାଳସର୍ପ ଦୋଷ ଥିବା ଏକ ସାଧାରଣ ସମସ୍ୟା | କାଳସର୍ପ ଦୋଷରୁ ମୁକ୍ତି ପାଇବା ପାଇଁ ସରଳ ଉପାୟ ମଧ୍ୟ ରହିଛି | କାଳସର୍ପ ଦୋଷରୁ ମୁକ୍ତି ପାଇଁ ନାସିକର ତ୍ରୟମ୍ବକେଶ୍ୱର ମନ୍ଦିରରେ ପୂଜା କରାଯାଇଥାଏ |

ଏମିତି କିଛି ଲୋକ ଅଛନ୍ତି ଯାହାଙ୍କ କୁଣ୍ଡଳୀରେ ଶଙ୍ଖନାଦ କାଳସର୍ପ ଦୋଷ ମଧ୍ୟ ରହିଥାଏ | କୁଣ୍ଡଳିରେ ଶଙ୍ଖନାଦ କାଳସର୍ପ ଦୋଷର ବହୁତ ଖରାପ ପ୍ରଭାବ ପଡିଥାଏ | ଯେଉଁମାନଙ୍କ କୁଣ୍ଡଳିରେ ଶଙ୍ଖନାଦ କାଳସର୍ପ ଦୋଷ ରହିଥାଏ ତାଙ୍କ ଜୀବନରେ ସବୁବେଳେ ଅସ୍ଥିରତା ଲାଗି ରହିଥାଏ | ଯାହାଫଳରେ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ | ଏହାଛଡା ଏମାନଙ୍କ କୌଣସି ଇଛା ମଧ୍ୟ ପୂରଣ ହୋଇନଥାଏ |
ଏହି ଦୋଷକୁ କେମିତି ଦୂର କରିବେ ଆସନ୍ତୁ ଜାଣିବା :
ସର୍ବପ୍ରଥମେ ଯେଉଁମାନଙ୍କ କୁଣ୍ଡଳୀରେ ଶଙ୍ଖନାଦ କାଳସର୍ପ ଦୋଷ ରହିଛି ସେ ରୂପା ମୁଦି ଧାରଣ କରିବା ଉଚିତ | ଏହାସହ ଯଦି ଗୋମେଦ ରତ୍ନ ଧାରଣ କରନ୍ତି ତାହେଲେ ଆହୁରି ଭଲ | କାରଣ ଗୋମେଦ ରାହୁଙ୍କ ରତ୍ନ | ଗୋମେଦ ରତ୍ନ ଧାରଣ କରିବା ଦ୍ୱାରା କୁଣ୍ଡଳୀରେ ଖରାପ ପ୍ରଭାବ କିଛି ମାତ୍ରାରେ କମି ଯାଇଥାଏ |

କୁଣ୍ଡଳିରେ ଶଙ୍ଖନାଦ କାଳସର୍ପ ଦୋଷ ଥିଲେ ମହାରାଷ୍ଟ୍ର ନାସିକର ତ୍ରିୟମ୍ବକେଶ୍ୱର ମନ୍ଦିରରେ ଦୋଷ ମୁକ୍ତ ପାଇଁ ପୂଜା କରାଇବାକୁ ହୋଇଥାଏ | ଏହାସହ ଶିବଲିଙ୍ଗରେ ପ୍ରତିଦିନ ଜଳ ଅର୍ପଣ କଲେ ଦୋଷରୁ ମୁକ୍ତି ମିଳିଥାଏ | କୁଣ୍ଡଳିରେ ଶଙ୍ଖନାଦ ଦୋଷ ଥିଲେ ପ୍ରତି ଶନିବାର ପିମ୍ପୁଡି ଗାତରେ ଅଟା ଦେବେ | ଏହି ଉପାୟରେ ମଧ୍ୟ ଦୋଷରୁ ମୁକ୍ତି ମିଳିଥାଏ |

ଦୋଷରୁ ମୁକ୍ତି ପାଇଁ ଆଉ ଏକ ଉପାୟ ହେଲା, ଗୋଟିଏ ଏକଆଖି ନଡ଼ିଆ ନେଇ ତାକୁ ମୁଣ୍ଡର ଚାରିପଟେ ଘଣ୍ଟାକଣ୍ଟା ଦିଗରେ ୭ ଥର ବୁଲାଇବେ | ଏହି ଉପାୟ ଲଗାତାର ୭ଟି ଶନିବାର କରିବେ | ଏହିସବୁ ନଡ଼ିଆକୁ ଗଙ୍ଗା, ନର୍ମଦା କିମ୍ବା କୌଣସି ଏକ ପବିତ୍ର ନଦୀରେ ଭସାଇଦେବେ | ଏହାଦ୍ୱାରା ଏହି ଦୋଷରୁ ମୁକ୍ତି ମିଳିଥାଏ | ତ’ଛଡା ପ୍ରତିଦିନ ପକ୍ଷୀଙ୍କୁ ଖାଇବାକୁ ଦେଲେ ମଧ୍ୟ ଶଙ୍ଖନାଦ ଦୋଷରୁ ମୁକ୍ତି ମିଳିଥାଏ |
