ଆଜି ଚୈତ୍ର ଅମାବାସ୍ୟା : କରନ୍ତୁ ଏହି ସରଳ ଉପାୟ, କେବେ ମଧ୍ୟ ହେବେନାହିଁ କାଙ୍ଗାଳ
4/04/2019 at 4:41 PM

ଭୁବନେଶ୍ୱର ୪/୪ : ହିନ୍ଦୁ ପାଞ୍ଜି ଅନୁଯାୟୀ ଆଜିଠାରୁ ଅର୍ଥାତ ଏପ୍ରିଲ ୪ ତାରିଖରେ ଚୈତ୍ର ଅମାବାସ୍ୟା ପାଳନ କରାଯିବ | ଅମାବାସ୍ୟା ତିଥି ଆଜି ରାତି ଠାରୁ ଆରମ୍ଭ ହୋଇଯିବ | ଚୈତ୍ର ଅମାବାସ୍ୟା ଏପ୍ରିଲ ୪ ତାରିଖ ଦିନ ୧୨.୫୧ ମିନିଟରୁ ୫ ତାରିଖ ୨ଟା ୨୧ ମିନିଟ ଯାଏଁ ରହିବ | ହିନ୍ଦୁ ପାଞ୍ଜି ହିସାବରେ ଚୈତ୍ର ମାସ କୃଷ୍ଣ ପକ୍ଷ ତିଥିକୁ ଚୈତ୍ର ଅମାବାସ୍ୟା କୁହାଯାଏ | ତେବେ ଚୈତ୍ର ଅମାବାସ୍ୟା ଶୁକ୍ରବାର ଦିନ ପଡିଲେ ଏହାକୁ ମହାସଂଯୋଗ ବୋଲି କୁହାଯାଏ | ଚୈତ୍ର ଅମାବାସ୍ୟା ଦିନ କୌଣସି ପବିତ୍ର ନଦୀରେ ସ୍ନାନ ଏବଂ ଗରିବ କିମ୍ବା ବ୍ରାହ୍ମଣଙ୍କୁ ଦାନ କରିବା ଦ୍ୱାରା ସୁଫଳ ମିଳିଥାଏ | ଏହି ଦିନ ମା’ ଲକ୍ଷ୍ମୀଙ୍କୁ ମଧ୍ୟ ପ୍ରସନ୍ନ କରାଯାଇଥାଏ | କେବଳ ୫ଟି ଦୀପ ଜଳାଇବା ଦ୍ୱାରା ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରାଯାଇପାରେ |

ଆସନ୍ତୁ ଜାଣିବା କ’ଣ କରିବାକୁ ପଡିବ :
୧. ଚୈତ୍ର ଅମାବାସ୍ୟା ଦିନ ସୂର୍ଯ୍ୟାସ୍ତ ସମୟରେ ଘରର ମନ୍ଦିର କିମ୍ବା ପୂଜା ସ୍ଥଳରେ ଶୁଦ୍ଧ ଘିଅର ଗୋଟିଏ ଦୀପ ଜଳାନ୍ତୁ | ଏହାଦ୍ୱାରା ଘରେ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ ବୋଲି ବିଶ୍ୱାସ ରହିଛି |

୨. ଆଜି ସୂର୍ଯ୍ୟାସ୍ତ ପରେ ଘରେ ଥିବା ତୁଳସୀ ଚଉଁରା ମୂଳରେ ଏକ ଘିଅ ଦୀପ ଜଳାଇବେ | ଠାରେ ଦୀପ ଜଳାଇବା ପରେ ସେଥିରେ ଆଉ ହାତ ମାରିବେ ନାହିଁ |

୩. ଆଜି ରାତି ଘରର ମୁଖ୍ୟ ଦ୍ୱାରାର ୨ ପଟେ ଗୋଟିଏ ଲେଖାଏଁ ଘିଅ ଦୀପ ଜଳାଇବେ | ଏହାଦ୍ୱାରା ଘରକୁ ମା’ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ |

୪. ଅଶ୍ୱସ୍ଥ ଗଛ ମୂଳରେ ଏକ ସୋରିଷ ତେଲ ଦୀପ ଲଗାଇବେ | ଏହାଦ୍ୱାରା ପିତୃଦୋଷ, ବିବାହରେ ବିଳମ୍ବ, ଚାକିରୀ ଏବଂ ବ୍ୟବସାୟ ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ | ଏହି ଉପାୟ ଦ୍ୱାରା ଗୁପ୍ତ ଧନର ସଂକେତ ମଧ୍ୟ ମିଳିଥାଏ |

୫. ଘର ଛାତ ଉପରେ ଏକ ଦୀପ ଲଗାନ୍ତୁ | ଏହା ଦ୍ୱାରା ଘର ଆଖପାଖରେ ଥିବା ନକାରାତ୍ମକ ଶକ୍ତି ଲୋପ ପାଇଥାଏ ଏବଂ ସକାରାତ୍ମକ ଶକ୍ତିର ସଂଚାର ହୋଇଥାଏ |

ଯଦି ଆପଣ ଚାହୁଁଛନ୍ତି ଯେ, ଚୈତ୍ର ଅମାବାସ୍ୟା ଭଳି ଦିନରେ ମା’ ଲକ୍ଷ୍ମୀ ସଦା ସର୍ବଦା ପାଇଁ ଆପଣଙ୍କ ଘରେ ବାସ କରନ୍ତୁ ତା’ହେଲେ ଏହି ସରଳ ଉପାୟ ନିଶ୍ଚୟ କରନ୍ତୁ |