କରଜ ଆଣି ସୁଝି ପାରୁନାହାନ୍ତି କି ? ତା'ହେଲେ କରନ୍ତୁ ଏହି ସରଳ ଉପାୟ

Published By : Prameya-News7 Bureau | February 08, 2019 IST

ଭୁବନେଶ୍ୱର ୮/୨ : ଟଙ୍କା କରଜରେ ଆଣିବା ଯେତେ ସହଜ ତାକୁ ଫେରସ୍ତ କରିବା ସେତିକି କଷ୍ଟ | ଅଧିକାଂଶ ସମୟରେ ମଣିଷ ଅସୁବିଧା ସମୟରେ ନିଜ ଲୋକଙ୍କଠାରୁ ହେଉ କିମ୍ବା ଆଉ କେଉଁଠୁ ହେଉ ଟଙ୍କା କରଜ ଆଣିଥାଏ | କିନ୍ତୁ କରଜ ଟଙ୍କା ଫେରସ୍ତ କରିବା କାଠିକର ପାଠ ହୋଇଯାଏ | କରଜ ଆଣିବା ଏବଂ ଦେବା ସମ୍ବନ୍ଧରେ ଶାସ୍ତ୍ରରେ ରହିଛି କିଛି ସରଳ ଉପାୟ | ଏହିସବୁ ଉପାୟ ଅବଲମ୍ବନ କରିବା ଦ୍ୱାରା ଆପଣଙ୍କ କରଜ ସହଜରେ ସୁଝି ହୋଇଯିବ | ଆସନ୍ତୁ ଜାଣିବା କିଛି ସାମାନ୍ୟ ଉପାୟ :


୧. ଶନିବାର କିମ୍ବା ମଙ୍ଗଳବାର ଦିନ ହନୁମାନଙ୍କ ଚରଣରେ ତେଲ ଏବଂ ସିନ୍ଦୁର ଅର୍ପଣ କରନ୍ତୁ | ମଥାରେ ସିନ୍ଦୁର ତିଳକ ଲଗାଇବେ | ଶାନ୍ତିରେ ବସି ହନୁମାନ ଚାଳିଶା ପାଠ କରନ୍ତୁ |


୨. ବୁଧବାର ଦିନ ୧୨୫ ଗ୍ରାମ ମୁଗକୁ ସିଝାଇ ସେଥିରେ ଘିଅ ଏବଂ ଚିନି ପକାଇ ଗାଈକୁ ଖାଇବାକୁ ଦିଅନ୍ତୁ | ଏଭଳି କରିବା ଦ୍ୱାରା ଶୀଘ୍ର କରଜରୁ ମୁକ୍ତି ମିଳିଥାଏ |

{"id":83155}


୩. ପ୍ରତିଦିନ ନାଲି ମଶୁରି ଡାଲି ଦାନ କରନ୍ତୁ |


୪. ହସ୍ତା ନକ୍ଷତ୍ର ଅନୁଯାୟୀ ରବିବାର ସଂକ୍ରାନ୍ତିର ବୁଦ୍ଧି ଯୋଗରେ କରଜ ଫେରସ୍ତ କଲେ ଶୀଘ୍ର ଋଣ ମୁକ୍ତ ହେବେ |


୫. କରଜ ନେବା ପାଇଁ ଯାଉଥିବା ବେଳେ ଯେଉଁ ସ୍ୱର ଚାଲୁଥିବ, ସେତେବେଳେ ସେହି ଗୋଡ ପ୍ରଥମେ ବାହାରକୁ କାଢିବେ | ଏହାଦ୍ୱାରା କାର୍ଯ୍ୟ ସିଦ୍ଧି ହୋଇଥାଏ | କିନ୍ତୁ କରଜ ଫେରସ୍ତ ବେଳେ ସୂର୍ଯ୍ୟ ସ୍ୱରକୁ ଶୁଭ ବୋଲି ବିଚାର କରାଯାଇଥାଏ |


୬. ବାସ୍ତୁ ଦୋଷନାଶକ ସବୁଜ ରଙ୍ଗର ଗଣପତିଙ୍କ ଫଟୋ ଘରର ମୁଖ୍ୟ ଦ୍ୱାରର ଭିତର ପଟେ ଏବଂ ବାହାର ପଟେ ଲଗାନ୍ତୁ |


୭. ବାସ୍ତୁ ଅନୁସାରେ ଐଶାନ୍ୟ କୋଣକୁ ସଫା ଏବଂ ସ୍ୱଚ୍ଛ ରଖନ୍ତୁ |

{"id":83156}


୮. କୌଣସି ମାସର କୃଷ୍ଣ ପକ୍ଷର ୧ ତିଥି, ଶୁକ୍ଳ ପକ୍ଷର ୨, ୩, ୪, ୬, ୭, ୮, ୧୦, ୧୧, ୧୨, ୧୩, ପୁର୍ଣିମା ଏବଂ ମଙ୍ଗଳବାର ଦିନ କରଜ ଦେବେ ଏବଂ ବୁଧବାର କରଜ ନେବେ |


୯. ଋଣକର୍ତ୍ତା ଶୁକ୍ଳ ପକ୍ଷ ବୁଧବାର ଦିନ ଗଣେଶ ସ୍ତୋତ୍ର ପାଠ କରନ୍ତୁ |


୧୦. ଚର ଲଗ୍ନ ମେଷ, କର୍କଟ, ତୁଳା ଏବଂ ମକର ରାଶି ବ୍ୟକ୍ତି କରଜ ନେଇଥିଲେ ଶୀଘ୍ର ଫେରସ୍ତ କରିଥାନ୍ତି | ଚର ଲଗ୍ନର ୫ମ ଏବଂ ୯ମ ସ୍ଥାନରେ ଶୁଭ ଗ୍ରହ ଏବଂ ୮ମ ସ୍ଥାନରେ କୌଣସି ଗ୍ରହ ନଥିଲେ କରଜ ଦେବେ | ନଚେତ ଋଣ ଦିନକୁ ଦିନ ବଢି ବଢି ଚାଲିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.