Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଗୁରୁବାର ଦିନ ନିଶ୍ଚୟ କରନ୍ତୁ ଏହି ସରଳ ଉପାୟ : ଧନ ସମ୍ପତ୍ତିର ଅଭାବ ରହିବନାହିଁ

11/04/2019 at 1:45 PM

ଭୁବନେଶ୍ୱର ୧୧/୪ : ହିନ୍ଦୁ ଧର୍ମରେ ୭ଟି ଦିନର ଅଲଗା ଅଲଗା ମହତ୍ୱ ରହିଛି | ଦିନ ହିସାବରେ ପ୍ରତ୍ୟେକ ଦେବାଦେବୀଙ୍କୁ ମଧ୍ୟ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ | ଗୁରୁବାର ଦିନକୁ ଶାସ୍ତ୍ରରେ ଧନ ଏବଂ ସମୃଦ୍ଧିର ଦିନ ବୋଲି କୁହାଯାଏ | ଭଗବାନ ବିଷ୍ଣୁଙ୍କ ଆରାଧନା ପାଇଁ ଗୁରୁବାର ଦିନ ସର୍ବୋତ୍ତମ ବୋଲି ବିଶ୍ୱାସ ରହିଛି | ଗୁରୁବାର ଦିନ ମା’ଲକ୍ଷ୍ମୀଙ୍କୁ ମଧ୍ୟ ଆରାଧନା କରାଯାଇଥାଏ | ଗୁରୁବାର ଦିନ ମା’ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ଏକସଙ୍ଗେ ପୂଜା କଲେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ଏବଂ ଘରେ ଶାନ୍ତି ପ୍ରତିଷ୍ଠା ହୋଇଥାଏ | ଏହାସହ ଧନ ବୃଦ୍ଧି ମଧ୍ୟ ହୋଇଥାଏ | ଶାସ୍ତ୍ରରେ ଗୁରୁବାର ପୂଜା ପାଇଁ କିଛି ବିଶେଷ ଉପାୟ କୁହାଯାଇଛି | ଏହି ଉପାୟ ଅବଲମ୍ବନ କରିବା ଦ୍ୱାରା କୁଣ୍ଡଳିରେ ବୃହଷ୍ପତ୍ତିଙ୍କ ସ୍ଥିତି ମଜବୁତ ହୋଇଥାଏ ଏବଂ ବିଗିଡି ଯାଇଥିବା ସବୁ କାମ ଠିକ ହୋଇଯାଇଥାଏ |


ଗୁରୁବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ କରିବେ


ସ୍ନାନ ସମୟରେ ଓଁ ବୃ ବୃହଷ୍ପତେ ନମଃ ଜପ କରିବେ


ସ୍ନାନ ପରେ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିବେ


ଏହାପରେ ଭଗବାନ ବିଷ୍ଣୁଙ୍କ ପ୍ରତିମା ବା ଫଟୋ ସମ୍ମୁଖରେ ଘିଅ ଦୀପ ଜଳାଇବେ


ଭଗବାନ ବିଷ୍ଣୁଙ୍କୁ ହଳଦିଆ ଫୁଲ ଅର୍ପଣ କରିବେ ଏବଂ ଏହାସହ ତୁଳସୀ ପତ୍ର ଏବଂ ତୁଳସୀ ଜଟା ମଧ୍ୟ ଅର୍ପଣ କରିବେ
ନିଜ ମଥାରେ ହଳଦୀ, ଚନ୍ଦନ କିମ୍ବା କେଶର ତିଳକ ଲଗାଇବେ |


ଭଗବାନ ବିଷ୍ଣୁଙ୍କ ପ୍ରିୟ ରଙ୍ଗ ହଳଦିଆ ଏବଂ ତୁଳସୀ ତାଙ୍କର ବହୁତ ପସନ୍ଦ ବୋଲି ବିଶ୍ୱାସ କରାଯାଇ | ସେଥିପାଇଁ ଗୁରୁବାର ଦିନ ବ୍ରାହ୍ମଣଙ୍କୁ ହଳଦିଆ ସାମଗ୍ରୀ ଯଥା, ଚଣା ଡାଲି, ଫଳ ଆଦି ଦାନ କଲେ ଶୁଭ ହୋଇଥାଏ |


ଗୁରୁବାର ଦିନ ସକାଳୁ କିଛି ଚଣା ଡାଲି ଏବଂ ଟିକିଏ ଗୁଡ ଘରର ମୁଖ୍ୟ ଦ୍ୱାରରେ ରଖିଲେ ଶୁଭ ହୋଇଥାଏ |


ଶାସ୍ତ୍ରରେ ଗୁରୁବାରର ଅନେକ ମହତ୍ୱ ରହିଛି | ଧାର୍ମିକ ହିସାବରେ ଏହି ଦିନକୁ ବହୁତ ମହତ୍ଵପୁର୍ଣ ବୋଲି କୁହାଯାଏ | ଘରେ ଧନ ସମ୍ପତ୍ତି ବୃଦ୍ଧି ପାଇଁ ଗୁରୁବାର ଦିନ ମା’ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ଆରାଧନାକୁ ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ | ଏହି ଦିନ ହଳଦିଆ ରଙ୍ଗର ସାମଗ୍ରୀକୁ ମଧ୍ୟ ବିଶେଷ ମହତ୍ୱ ଦିଆଯାଇଥାଏ |

   Related Posts