ଦରମା ଆସୁ ଆସୁ ସରିଯାଉଛି କି ? କରନ୍ତୁ ଏହି ଉପାୟ

Published By : Prameya-News7 Bureau | February 14, 2019 IST

ଭୁବନେଶ୍ୱର ୧୪/୨ : ଆଜିକାଲି ସବୁ ଲୋକଙ୍କ ମୁଖ୍ୟ ସମସ୍ୟା ଅର୍ଥ | ଯେତେ ଆୟ କଲେ ମଧ୍ୟ ନିଅଣ୍ଟ ହେଇଯାଉଛି | ଚାକିରିଆ ହୁଅନ୍ତୁ କିମ୍ବା ବ୍ୟବସାୟୀ, ସମସ୍ତଙ୍କର ସେହି ଆର୍ଥିକ ସମସ୍ୟା | ମହଙ୍ଗା ଦୁନିଆରେ ଟଙ୍କା କୁଆଡେ ଗାୟବ ହେଇଯାଉଛି ଲୋକେ ଜାଣି ପାରୁନାହାନ୍ତି | ସବୁଠାରୁ ବେଶୀ ସମସ୍ୟା ଚାକିରିଆଙ୍କ ପାଇଁ | ଦରମା ଆସୁ ଆସୁ କୁଆଡେ ଗାୟବ ହେଇଯାଏ ଜାଣି | ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆମେ ଆଜି ଆପଣଙ୍କୁ ଏକ ଉପାୟ କହିବୁ | ଏହି ଉପାୟ ଅବଲମ୍ବନ କରିବା ପରେ ଆପଣଙ୍କ ଦରମା ଟଙ୍କା ସମୟ ପୂର୍ବଭଳି ଆଉ ସରିବ ନାହିଁ |

{"id":85119}


ଶାସ୍ତ୍ର ଅନୁସାରେ ଆର୍ଥିକ ସମସ୍ୟା ସୂର୍ଯ୍ୟଙ୍କ ସହ ସମ୍ବନ୍ଧିତ | କୁଣ୍ଡଳିରେ ରବିଙ୍କ ସ୍ଥିତି ମଜବୁତ ଥିଲେ ବ୍ୟକ୍ତିଙ୍କୁ ନା, ପ୍ରସିଦ୍ଧି, ଅର୍ଥ ମିଳିଥାଏ | କୁଣ୍ଡଳିରେ ରବିଙ୍କ ସ୍ଥିତି ଦୁର୍ବଳ ଥିଲେ ବ୍ୟକ୍ତିଙ୍କ ଜୀବନରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ | ଯେତେ ଆୟ କଲେ ମଧ୍ୟ ପକେଟ ଖାଲି | ଆସନ୍ତୁ ଜାଣିବା ଏହାର ଉପାୟ :

{"id":85118}


ଆର୍ଥିକ ସମସ୍ୟା ଦୂର କରିବା ପାଇଁ ନିୟମିତ ସୂର୍ଯ୍ୟଙ୍କ ପୂଜା କରିବା ଉଚିତ | ସୂର୍ଯ୍ୟଙ୍କୁ ପୂଜା କରିବା ସହ ପ୍ରତିଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ମଧ୍ୟ ଦେବା ଉଚିତ | ତମ୍ବାର ଏକ ଛୋଟ କଳସରେ ସିନ୍ଦୁର ପକାଇ ଗୋଟିଏ ରବିବାର ଠାରୁ ଆଉ ଗୋଟିଏ ରବିବାର ପର୍ଯ୍ୟନ୍ତ ସୂର୍ଯ୍ୟଙ୍କୁ ଅର୍ପଣ କରିବେ | ଏହାପରେ ସୋମବାର ଦିନ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରି ପୁନର୍ବାର କ୍ଷୀରରେ କେଶର ପକାଇ ଅର୍ଘ୍ୟ ଦେବେ |

{"id":85113}


ରାତିରେ ଶୋଇବାର ଠିକ ପୂର୍ବରୁ ଗୋଟିଏ ଗ୍ଲାସରେ କ୍ଷୀର ଢାଳି ନିଜ ମୁଣ୍ଡ ପାଖରେ ରଖିବେ | ଆର ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ କରି ସୂର୍ଯ୍ୟୋଦୟ ସମୟରେ ବବୁଲ ଗଛ ମୂଳରେ ଏହି କ୍ଷୀର ଢ଼ାଲିଦେବେ | ବାବୁଲ ଗଛ ମୂଳରେ କ୍ଷୀର ଢ଼ାଳିବା ବେଳେ ଆପଣଙ୍କ ମୁହଁ ପୂର୍ବ ଦିଗ ଅର୍ଥାତ ସୂର୍ଯ୍ୟଙ୍କ ଆଡକୁ ରହିବା ଉଚିତ | ଏହି ଉପାୟ କରିବା ଦ୍ୱାରା ସ୍ଥିର ଲକ୍ଷ୍ମୀଙ୍କ ବରଦାନ ମିଳିବ ଏବଂ ସୂର୍ଯ୍ୟଙ୍କ ମଜବୁତ ସ୍ଥିତି ଆପଣଙ୍କ ପକେଟକୁ ସବୁବେଳେ ଗରମ ରଖିବ |

{"id":85111,"width":583,"height":314}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.