ଓ୍ବିମ୍ବଲଡନ୍‌ରୁ ଓହରିଲେ ଡିଫେଣ୍ଡିଂ ଚାମ୍ପିୟନ୍‌ ସିମୋନା ହାଲେପ୍‌, କାରଣ ଲେଖି ଇନଷ୍ଟାରେ ଜଣାଇଲେ ଦୁଃଖ

Published By : Prameya-News7 Bureau | June 25, 2021 IST

ନୂଆଦିଲ୍ଲୀ ୨୫/୬: ଓ୍ବିମ୍ବଲଡନ୍‌ର ଡିଫେନ୍ଡିଂ ଚାମ୍ପିୟନ୍‌ ସିମୋନା ହାଲେପ ଆଗାମୀ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି। ରୋମାନିଆର ଏହି ଷ୍ଟାର ଖେଳାଳିଙ୍କ ବାମ ଗୋଡ଼ର ପଛ ପଟେ (କାଫ୍‌ ଇନଜୁରି) ଆଘାତ ଲାଗିଥିବାରୁ ଓ୍ବିମ୍ବଲଡନ୍‌ ଟୁର୍ଣ୍ଣାମେଣ୍ଟରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି । ହାଲେପ ବିଶ୍ବ ରାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଥିବା ବେଳେ ତାଙ୍କୁ ଏଥର ଦ୍ବିତୀୟ ଖେଳାଳିର ମାନ୍ୟତା ମିଳିଥାନ୍ତା। କାରଣ ରାଙ୍କିଙ୍ଗର ଦ୍ବିତୀୟ ସ୍ଥାନରେ ଥିବା ନାଓମି ଓସାକା ପ୍ରଥମରୁ ଟୁର୍ଣ୍ଣାମେଣ୍ଟରୁ ହଟିଯାଇଛନ୍ତି।

ଚଳିତବର୍ଷ ଇଟାଲିଆନ୍‌ ଓପନ ଖେଳୁଥିବା ବେଳେ ହାଲେପଙ୍କୁ ଆଘାତ ଲାଗିଥିଲା। ତାଙ୍କ ଲକ୍ଷ ସେ ଫ୍ରାନ୍ସ ଓପନରେ ପ୍ରତ୍ୟାବର୍ତ୍ତନ କରିବେ । ସେ ୨୦୧୮ରେ ଫ୍ରାନ୍ସ ଓପନ ଚାମ୍ପିୟନ ହୋଇଥିଲେ। ଏହା ସହ ୨୦୧୯ରେ  ଓ୍ବିମ୍ବଲଡନ୍‌ ଫାଇାନାଲରେ ହାଲେପ  ଆମେରିକାର ସେରେନା ଓ୍ବିଲିୟମ୍ସଙ୍କୁ ୬-୨, ୬-୨ରେ  ପରାସ୍ତ କରି ଟାଇଟଲ୍‌ ଜିଣିଥିଲେ।

ଗତବର୍ଷ କରୋନା ମହାମାରୀ ପାଇଁ ଓ୍ବିମ୍ବଲଡନ୍‌ର ଆୟୋଜନ ହୋଇପାରିନଥିଲା। ଚଳିତବର୍ଷ ଏହି ଟୁର୍ଣ୍ଣାମେଣ୍ଟ ଆଗାମୀ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ହାଲେପ ଅଲ୍‌ ଇଂଲଣ୍ଡ କ୍ଲବ୍‌ରେ ଡ୍ର ଜାରି ହେବା ପୂର୍ବରୁ ଟୁର୍ଣ୍ଣାମେଣ୍ଟରୁ ଓହରି ଯିବାକୁ ଘୋଷଣା କରିଛନ୍ତି। ଏନେଇ ୨୯ ବର୍ଷୀୟା ହାଲେପ ଇନଷ୍ଟାଗ୍ରାମରେ ସୂଚନା ମଧ୍ୟ ଦେଇଛନ୍ତି।

wp:html
/wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.