ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ : ସକାଳ ୬ଟାରୁ ପ୍ରବେଶ ଅନୁମତି, ଟିକେଟ୍ ୧୦୦ଟଙ୍କା

Published By : Prameya-News7 Bureau | November 01, 2021 IST

ବାରିପଦା ୦୧।୧୧: ଆଜିଠାରୁ ପର୍ଯ୍ୟଟନ ପାଇଁ ଖୋଲିଲା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଓ ଅଭୟାରଣ୍ୟ। ପ୍ରତ୍ୟେକ ବର୍ଷ ଭଳି ପର୍ଯ୍ୟଟକ ମାନେ ପିଠାବଟା ଓ କାଳିଆଣି ତନଖି ଫାଟକ ଦେଇ ସକାଳ ୬ଟାରୁ ପର୍ଯ୍ୟଟକ ଭିତରକୁ ପ୍ରବେଶ କରିବେ। ଆସୁଥିବା ପର୍ଯ୍ୟଟକମାନେ କୋଭିଡ-୧୯ ନିୟମାବଳୀକୁ ଅନୁସରଣ କରିବା ବାଧ୍ୟତାମୂଳକ । ପ୍ରତି ପର୍ଯ୍ୟଟକଙ୍କ ପିଛା ୧୦୦ ଟଙ୍କା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଥିବା ବେଳେ, ମାର୍ଗଦର୍ଶିକା ଅନୁପାଳନ ସହିତ ଅଭୟାରଣ୍ୟକୁ ସ୍ୱଚ୍ଛ ରଖିବା ପାଇଁ କୁହାଯାଇଛି।

ସେହିପରି ପର୍ଯ୍ୟଟକ ମାନେ ଭିତରକୁ ପ୍ରବେଶ ସମୟରେ ନିଜ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଓ ଅଗ୍ନି ସଂଯୋଗକାରୀ ସାମଗ୍ରୀ ଆଦି ନେବା ଉପରେ କଟକଣା ଜାରି କରାଯାଇଛି। ପର୍ଯ୍ୟଟକ ମାନେ ସାଙ୍ଗରେ ବାଧ୍ୟତାମୂଳକ ଭାବେ ବିଭାଗୀୟ ଗାଇଡ୍ ନେଇ ଯିବେ। ପିଠାବଟା ଗେଟ୍ ଦେଇ ଦୈନିକ ୨୫ଟି ଓ କାଳିଆଣି ଗେଟ୍ ଦେଇ ୩୫ ଟି ଗାଡି ଭିତରକୁ ଯାଇପାରିବେ। ଏଥର ନୂଆକରି ମାଉଣ୍ଟେନ୍ ସାଇକେଲିଂ ଭଳି ଦୁଃସାହସିକ ବ୍ୟବସ୍ଥା କରଛି ଏସ.ଟି.ଆର୍। ତାଲିମପ୍ରାପ୍ତ ଦେୟଯୁକ୍ତ ଟ୍ରେକିଂ ଗାଇଡ୍ ଙ୍କୁ ସାଙ୍ଗରେ ନେଇ ପର୍ଯ୍ୟଟକ ଅଭୟାରଣ୍ୟ ଭିତରେ ସାଇକେଲ୍ ଧରି ବୁଲି ପାରିବେ। ଆଗକୁ ପାଗ ଅନୁକୂଳ ରହିଲେ ଆସନ୍ତା ଜୁନ୍ ମାସ ପର୍ଯ୍ୟନ୍ତ ଖୋଲା ରହିବ ଶିମିଳିପାଳ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.