ଦୁଇ ଦିନ ଶିମିଳିପାଳ ଅଭୟାରଣ୍ୟ ବନ୍ଦ, ବର୍ଷା ଆଶଙ୍କାରେ ନିଷ୍ପତ୍ତି

Published By : Prameya-News7 Bureau | December 03, 2021 IST

କରଞ୍ଜିଆ ୩।୧୨: ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ବର୍ଷା ଆଶଙ୍କାରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ । ଶନିବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ । ଦୁଇ ଦିନ ଶିମିଳିପାଳ ବନ୍ଦ ପାଇଁ ବନ ବିଭାଗ ଘୋଷଣା କରିଛି । କେବଳ ରାତ୍ରୀ ରହଣୀ ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକମାନେ ଭିତରକୁ ଯାଇପାରିବେ । ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପନିର୍ଦ୍ଦେଶକ ସାଇ କିରଣ ଡିଏନ୍ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.