ପର୍ଯ୍ୟଟକ ଦେଖିପାରିବେ ଖୋଲା ଜଙ୍ଗଲରେ ବାଘ- ନଭେମ୍ବର ପହିଲାରୁ ପର୍ଯ୍ୟଟକଙ୍କ ଲାଗି ଖୋଲିବାକୁ ଯାଉଛି ଶିମିଳିପାଳ ଅଭୟାରଣ୍ୟ

Published By : Prameya-News7 Bureau | October 24, 2019 IST

ବାରିପଦା ୨୪।୨୦- ନଭେମ୍ବର ପହିଲା ରୁ ପର୍ଯ୍ୟଟକ ଙ୍କ ଲାଗି ଖୋଲିବାକୁ ଯାଉଛି ଶିମିଳିପାଳ ଅଭୟାରଣ୍ୟ ର ଫାଟକ। ଏ ନେଇ ଶିମିଳିପାଳ ବ୍ୟାଘ୍ରପ୍ରକଳ୍ପ ତରଫରୁ ବିଜ୍ଞପ୍ତି ଜାରି କରାଯାଇଛି। ଦୈନିକ ବାରିପଦା ରୁ ପିଠାବଟା ଗେଟ୍ ଦେଇ ପ୍ରଥମେ ଆସିଥିବା ୨୫ଟି ୪ ଚକିଆ ଗାଡି ଓ ଯଶିପୁର ରୁ କାଳିଆଣି ଗେଟ୍ ଦେଇ ପ୍ରଥମେ ଆସିଥିବା ୩୫ ଟି ଗାଡିକୁ ଭିତରକୁ ପ୍ରବେଶ କରି ପାରିବେ।


ପ୍ରବେଶ ପାଇଁ ଅନୁମତି ପତ୍ର କେବଳ ଏହି ଦୁଇଟି ଗେଟ୍ ରୁ ପ୍ରତ୍ୟହ ସକାଳ ୬ ଟା ରୁ ଦିନ ୯ଟା ପର୍ଯ୍ୟନ୍ତ ମିଳିପାରିବ। ପର୍ଯ୍ୟଟକ ମାନେ ଫେରିବା ବେଳେ ସନ୍ଧ୍ୟା ୫ଟା ପୂର୍ବରୁ ପର୍ଯ୍ୟଟନ ସ୍ଥଳ ଓ ୬ଟା ଶୁଦ୍ଧା ଗେଟ୍ ଛାଡିବାକୁ ପଡିବ। ପ୍ରତ୍ୟେକ ଗାଡି ସହିତ ଜଣେ ଗାଇଡ୍ ନେବା ବାଧ୍ୟତା ମୂଳକ ହେବ। ଏସ୍.ଟି.ଆର ର କୁମାରୀ, ଗୁଡୁଗୁଡିଆ, ରାମତୀର୍ଥ, ବରେହୀପାଣି, ଓ ଜାମୁଆଣୀ ରେ ଥିବା ଯାତ୍ରୀ ନିବାସ ଲାଗି ପର୍ଯ୍ୟଟକମାନେ ଏହାର ଓ୍ୱେବ୍ ସାଇଟ୍:
www.ecotourodisha.com ରୁ ସଂରକ୍ଷଣ କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.