କୋଭିଡ଼ କଟକଣାରେ ଖୋଲିଲା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ, ମାନିବାକୁ ପଡିବ କଟକଣା

Published By : Prameya-News7 Bureau | November 01, 2020 IST

ବାରିପଦା ୦୧।୧୧: ଖୋଲିଲା ଶିମିଳିପାଳ । କୋଭିଡ କଟକଣା ଭିତରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଖୋଲିଛି । ଏନେଇ ସୂଚନା ଦେଇଛନ୍ତି ପ୍ରକଳ୍ପ କର୍ତ୍ତୃପକ୍ଷ ।

ତେବେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ କୋଭିଡ-୧୯ ନିୟମାବଳିକୁ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ଏଠାକୁ ଦୈନିକ ସର୍ବାଧିକ ୩୫ଟି ଚାରି ଚକିଆ ଯାନ କଳିଆଣି ତନଖି ଫାଟକ ଯଶୀପୁର ଓ ୨୫ଟି ଚାରି ଚକିଆ ଯାନ ପିଠାବଟା ତନଖି ଫାଟକ ଦେଇ ଭିତରକୁ ପ୍ରବେଶ କରିପାରିବ । ଏଥିପାଇଁ ପ୍ରତିଦିନ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ କାଉଣ୍ଟରରେ ଟିକଟ ବୁକିଂ ଚାଲିବ । ଯାତ୍ରୀ ନିବାସରେ ରାତ୍ରୀ ଯାପନ ପାଇଁ ପର୍ଯ୍ୟଟକମାନେ www.ecotourodisha.com ୱେବସାଇଟରେ ଅଗ୍ରୀମ ବୁକିଂ କରି ପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.