ବିପଦରେ ଶିମିଳିପାଳ; ବଢୁଛି ବେଧଡକ ଶିକାର

Published By : Prameya-News7 Bureau | September 16, 2018 IST

ମୟୁରଭଞ୍ଜ ୧୬/୯ : ଶିମିଳିପାଳରେ ବେଧଡକ ଚାଲିଛି ଶିକାର | ଶିମିଳିପାଳରେ ୬ ମାସ ମଧ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି | ଯାହାକି ଜଙ୍ଗଲୀ ଜନ୍ତୁଙ୍କ ବିପଦ ସୃଷ୍ଟି କରୁଛି | ବନବିଭାଗର କାର୍ଯ୍ୟ ଦକ୍ଷ ଉପରେ ମଧ୍ୟ ପ୍ରଶ୍ନ ଉଠିଛି | ଗତ ଫେବୃଆରୀ ୫ ରେ ଦୁକୁରା ଅଂଚଳରୁ ଜଣେ ଶିକାରୀଙ୍କ ଠାରୁ ବାରହା ମାଂସ ଜବତ କରାଯାଇଥିଲା | ଏପ୍ରିଲ ୧୩ ତାରିଖରେ ସେହି ଅଂଚଳରୁ ୧୪ ଫୁଟର ଏକ ଅହିରାଜ ସାପ ଉଦ୍ଧାର ହୋଇଥିଲା | ଉଦଳାରୁ ୮ ଫୁଟ ଲମ୍ବର ଅଜଗର ଜବତ କରିଥିଲା ବନବିଭାଗ | ମେ ୨୦ ତାରିଖରେ ଶିକାରୀ ଠାରୁ ଏକ ମୃତ ଝିଙ୍କ ଜବତ କରିଥିଲା ବନବିଭାଗ | ଗତ ଜୁନ ୭ ତାରିଖରେ ଉଦଳାରେ ଗୋଟିଏ ଅଜଗରକୁ ଗ୍ରାମବାସୀ ମାରିଦେବା ପରେ ବନବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ଉଠିଛି ପ୍ରଶ୍ନ | ଗତ ଜୁଲାଇ ୫ ତାରିଖରେ କପ୍ତିପଦା ମାଟିଆଚୁଆ ନିକଟରୁ ଏକ ହାତୀର ମୃତଦେହ ଉଦ୍ଧାର ହୋଇଥିଲା | ଜୁଲାଇ ଓ ଅଗଷ୍ଟ ମାସ ଭିତରେ ଅନେକ ଥର ହରିଣ ମାଂସ ଜବତ କରିଛି ବନବିଭାଗ | ଜଣେ ଶିକାରୀକୁ ଗିରଫ କରିବା ସହ ୩ ଟି ବନ୍ଧୁକ ମଧ୍ୟ ଜବତ କରାଯାଇଛି | ତେଣୁ ଶିମିଳିପାଳର ସୁରକ୍ଷା ନେଇ ଉଠିଛି ପ୍ରଶ୍ନ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.