‘ଜଣେ ପାୱାରଫୁଲ୍ ବ୍ୟକ୍ତି ମୋ କ୍ୟାରିଅର୍ ବରବାଦ କରିବାକୁ ଚେଷ୍ଟା କରିଥିଲେ’-କହିଲେ ସିମି ଗ୍ରେୱାଲ୍, କଙ୍ଗନାଙ୍କୁ କଲେ ପ୍ରଶଂସା
19/07/2020 at 4:20 PM

ମୁମ୍ବାଇ ୧୯/୦୭ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଏବେ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା | ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ କଙ୍ଗନା ସୋସିଆଲ ମିଡ଼ିଆରେ ଭିଡିଓ ଜାରି କରି ଇଣ୍ଡଷ୍ଟ୍ରିରେ ଚାଲିଥିବା ନେପୋଟିଜିମର ଖୁଲାସା କରିଥିଲେ | ଆଉଟ ସାଇଡ଼ରଙ୍କ ସହିତ ଇଣ୍ଡଷ୍ଟ୍ରିରେ କିଭଳି ବ୍ୟବହାର କରାଯାଏ ସେ ସମ୍ପର୍କରେ ଭିଡିଓରେ କହିଥିଲେ | ନିକଟରେ ଏକ ନ୍ୟୁଜ ଚାନେଲରେ ଏକ ସାକ୍ଷାତକାରରେ କଙ୍ଗନା ଅନେକ ଖୁଲାସା କରିଛନ୍ତି | ଫଳରେ ସୋସିଆଲ ମିଡ଼ିଆରେ କଙ୍ଗନା ଲୋକେ ଖୁବ ସମର୍ଥନ କରୁଛନ୍ତି | ବଲିଉଡର ବରିଷ୍ଠ ଅଭିନେତ୍ରୀ ସିମି ଗରେୱାଲ ମଧ୍ୟ ଟ୍ୱିଟ ଜରିଆରେ କଙ୍ଗନାଙ୍କୁ ପ୍ରଶଂସା କରିଛନ୍ତି | ଏହାସହ ଇଣ୍ଡଷ୍ଟ୍ରିରେ ତାଙ୍କ ସହିତ ହୋଇଥିବା ଅନ୍ୟାୟ ସମ୍ପର୍କରେ ମଧ୍ୟ ସିମି କହିଛନ୍ତି |
ସିମି ଗରେୱାଲ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ପୋଷ୍ଟ କରିଛନ୍ତି | ପୋଷ୍ଟରେ ସେ ଲେଖିଛନ୍ତି, ‘ମୁଁ କଙ୍ଗନାକୁ ସପୋର୍ଟ କରୁଛି | ସେ ମୋ ଠାରୁ ବହୁତ ସାହସୀ ଏବଂ ମଜବୁତ | ମୋ କ୍ୟାରିଅର ଜଣେ ପାୱାରଫୁଲ ବ୍ୟକ୍ତି କିଭଳି ବର୍ବାଦ କରିବାକୁ ଚେଷ୍ଟା କରିଥିଲା ତାହା କେବଳ ମୁଁ ହିଁ ଜାଣିଛି | କିନ୍ତୁ ମୁଁ ସେତେ ସାହସୀ ନଥିଲି ସେଥିପାଇଁ ଚୁପ ରହିଥିଲି |’
ସିମି ଗରେୱାଲଙ୍କ ଏହି ଟ୍ୱିଟକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ହେଉଛି | ଏବେ ସମସ୍ତେ ଜାଣିବାକୁ ଚାହୁଁଛନ୍ତି ସେ ପାୱାରଫୁଲ ବ୍ୟକ୍ତି ଜଣକ କିଏ ଯିଏ ତାଙ୍କୁ ବର୍ବାଦ କରିବାକୁ ଚେଷ୍ଟା କରିଥିଲେ | ଟ୍ୱିଟରେ ସିମି ଉକ୍ତ ବ୍ୟକ୍ତିଙ୍କ ନା ଗୁପ୍ତ ରଖିଛନ୍ତି | କଙ୍ଗନାଙ୍କୁ ସମର୍ଥନ କରୁଥିବାରୁ ସୋସିଆଲ ମିଡ଼ିଆରେ ସିମିଙ୍କର ମଧ୍ୟ ଅନେକ ପ୍ରଶଂସା ହେଉଛି |
ନିକଟରେ ହୋଇଥିବା କଙ୍ଗନାଙ୍କ ସାକ୍ଷାତକାର ସମ୍ପର୍କରେ ମଧ୍ୟ ସିମି ଲେଖିଛନ୍ତି | କଙ୍ଗନାଙ୍କ ଇଣ୍ଟରଭ୍ୟୁ ପରେ ସେ ବହୁତ ଡିପ୍ରେସ ଅନୁଭୂତ କରିଛନ୍ତି ବୋଲି କହିଛନ୍ତି | ସୁଶାନ୍ତ ସିଂହ ରାଜପୁତଙ୍କ ସହ ଯାହା କିଛି ଘଟିଛି ସେଥିପାଇଁ ସେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି | ବଲିଉଡରେ ଆଉଟ ସାଇଡ଼ର୍ସଙ୍କ ସହିତ ଯେଉଁଭଳି ବ୍ୟବହାର ହୁଏ ତାହା ପରିବର୍ତ୍ତନ ହେବା ଉଚିତ ବୋଲି ସିମି କହିଛନ୍ତି |

ଯିଏ ବି କଙ୍ଗନାଙ୍କ ଗୋଡ ଟାଣିବାକୁ ଚେଷ୍ଟା କରେ ସେ କାହାକୁ ଛଡ଼ାନ୍ତିନି | କରନ ଜୋହର ସୁଶାନ୍ତ ସିଂହ ରାଜପୁତଙ୍କୁ ଜଣେ ଫ୍ଲପ ଅଭିନେତା ବୋଲି କହିଥିଲେ ଯେଉଁଥିପାଇଁ କଙ୍ଗନା ତାଙ୍କୁ ସମାଲୋଚନା କରିଥିଲେ |