Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

ପୁଣି ରେଳଯାତ୍ରା ପାଲଟିଲା ଅନ୍ତିମ ଯାତ୍ରା : ସୁରକ୍ଷିତ ଟ୍ରେନ ଯାତ୍ରା ଉପରେ ପୁଣି ବଡ଼ ପ୍ରଶ୍ନ

3/02/2019 at 5:38 PM

ବୈଶାଳୀ ୩|୨:  ପୁଣି ଟ୍ରେନ୍‌ ଦୁର୍ଘଟଣା ନେଲା ନୀରିହ ଯାତ୍ରୀଙ୍କର ଜୀବନ । ବିହାରର ବୈଶାଳୀ ନିକଟରେ ସୀମାଞ୍ଚଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହେବାରୁ ୬ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୩୬ରୁ ଅଧିକ ଆହତ ହୋଇଛନ୍ତି ।ରେଳମନ୍ତ୍ରୀ ପୀୟୂଷ ଗୋୟଲ ଏହି ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ସୁରକ୍ଷିତ ଟ୍ରେନ ଯାତ୍ରା ଉପରେ ପୁଣି ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି।…

ପୁଣି ରେଳଯାତ୍ରା ପାଲଟିଲା ଅନ୍ତିମ ଯାତ୍ରା ।ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣା ନେଇଗଲା ଜୀବନ ।ଭୋରରୁ ଯାତ୍ରୀ ମାନେ ନିଘୋଡ଼ ନିଦରେ ଶୋଇଥିବା ବେଳେ ହଠାତ୍ ଶୁଭିଥିଲା ପ୍ରଚଣ୍ଡ ଶବ୍ଦ ।କେହି କିଛି ବୁଝିବା ପୂର୍ବରୁ ଛିନ୍‌ ଛତ୍ର ହୋଇ ଏଣେତେଣେ ବିଛାଡ଼ି ହୋଇପଡ଼ିଥିଲା ସୀମାଞ୍ଚଳ ଏକ୍ସପ୍ରେସ୍‌ର ୧୧ଟି କୋଚ୍‌।ବିହାର ରାଜଧାନୀ ପାଟନା ଠାରୁ ୫୦ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଟ୍ରେନ୍‌ ଲାଇନଚ୍ୟୁତ ହେବାରୁ ଏହି ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ହୋଇଛି ।…

ବିହାର ବୈଶାଳୀ ଜିଲ୍ଲାର ସାହାଦେଇ ବୁଜୁର୍ଗ ନିକଟରେ ଏହି ଦୁର୍ଘଟଣା ଘଟିଛି ।ଦୁର୍ଘଟଣାଗ୍ରସ୍ତ ସୀମାଞ୍ଚଳ ଏକ୍ସପ୍ରେସ୍‌ ଯୋଗବାଣୀ ଷ୍ଟେସନରୁ ଯାତ୍ରା ଆରମ୍ଭ କରିଥିଲା ଏବଂ ଦୁର୍ଘଟଣା ପୂର୍ବରୁ ପ୍ରାୟ ୩୫୦ କିଲୋମିଟର ଯାତ୍ରା କରିସାରିଥିଲା ।ଦୁର୍ଘଟଣା ଘଟିଥିଲା ଭୋର ୩ଟା ୫୮ରେ ।ନିକଟସ୍ଥ ଗ୍ରାମବାସୀ ପ୍ରଥମେ ସେଠାରେ ପହଞ୍ଚିଥିଲେ ।ପରେ ଏନ୍‌ଡିଆରଏଫ୍ ଯବାନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।ଉଦ୍ଧାରକାରୀ ଟିମ୍‌ ଏସି କୋଚ୍‌ର କାଚ ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରିଛନ୍ତି ।…

ପ୍ରଧାନମନ୍ତ୍ରୀ ମୋଦି ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦେବାକୁ ରେଳମନ୍ତ୍ରୀ ଘୋଷଣା କରିଛନ୍ତି । ଗୁରୁତରଙ୍କୁ ୧ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ହଜାର ଟଙ୍କା ସହାୟତା ରାଶି ଦେବାକୁ ମଧ୍ୟ ଘୋଷଣା କରାଯାଇଛି । ଏଥିସହ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବାକୁ ବିହାର ସରକାର ଘୋଷଣା କରିଛନ୍ତି।

   Related Posts