Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ବିହାର ହାଜିପୁର ନିକଟରେ ସିମାଞ୍ଚଳ ଏକ୍ସପ୍ରେସର ୧୧ ଟି ବଗି ଲାଇନ୍ ଚ୍ୟୁତ ୭ମୃତ, ୨୪ ଗୁରୁତର: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ଘୋଷଣା

3/02/2019 at 9:57 AM

ହାଜିପୁର ୩/୨ : ବିହାରରେ ସେହଦାଇ ବୁଜର୍ଗରେ ମର୍ମନ୍ଦୁତ ରେଳ ଦୁର୍ଘଟଣା । ସିମାଞ୍ଚଳ ଏକ୍ସପ୍ରେସର ୧୧ ଟି ବଗି ଲାଇନ୍ ଚ୍ୟୁତ ହୋଇଯାଇଥିଲା । ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୪ ଜଣ ଯାତ୍ରୀ ଆହତ ହୋଇଛନ୍ତି | ଘଟଣାସ୍ଥଳରେ ଏନଡିଆରଏଫ ଟିମ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି |


ସୂଚନାଯୋଗ୍ୟ ଯେ, ମେହେନାରରୁ ଅତିକ୍ରମ କରିବା ପରେ ବିଳମ୍ବିତ ରାତି, ପ୍ରାୟ ୪ଟା ବେଳେ ସେହଦାଇ ବୁଜର୍ଗ ଠାରେ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ଗୋଟିଏ ଜେନେରାଲ କୋଚ, ଗୋଟିଏ ଏସି କୋଚ, ୩ଟି ସ୍ଲିପର କୋଚ ଏବଂ ଆଉ ୪ଟି କୋଚ ଲାଇନଚ୍ୟୁତ ହୋଇଥିଲା ବୋଲି କେନ୍ଦ୍ରୀୟ ରେଳବାଇର ମୁଖପାତ୍ର ସୂଚନା ଦେଇଛନ୍ତି |

ଦୁର୍ଘଟଣା ସମୟରେ ଯୋଗବନି ଆନନ୍ଦବିହାର ସିମାଞ୍ଚଳ ଏକ୍ସପ୍ରେସ ଦ୍ରୁତଗତିରେ ଗତି କରୁଥିଲା | ଟ୍ରେନ ଯୋଗବନିରୁ ଦିଲ୍ଲୀ ଯାଉଥିଲା | ଦୁର୍ଘଟଣା ପରେ ଏହି ରୁଟର ସମସ୍ତ ଟ୍ରେନକୁ ବାତିଲ କରିଦିଆଯାଇଛି | ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ସହ ରିଲିଫ କାର୍ଯ୍ୟ ଚାଲିଥିବା ରେଳବାଇ ମନ୍ତ୍ରୀ ପିୟୁଷ ଗୋୟଲ ସୂଚନା ଦେଇଛନ୍ତି | ରେଳବାଇ ତରଫରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି | ଦୁର୍ଘଟଣାକୁ ନେଇ ରେଳ ବିଭାଗ ଯାଞ୍ଚ ଆରମ୍ଭ କରିଛି | ଟ୍ରେନ ତଳେ କେଉଁ ଯାତ୍ରୀ ଫସି ରହିଥିବା ଆଶଙ୍କାରେ ଏନଡିଆରଏଫ ଟିମ ପ୍ରତି ବଗିକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି |


ଭଙ୍ଗା ରେଳ ଧାରଣା ଯୋଗୁଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡିଛି |

ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିବାରଙ୍କୁ ରେଳବାଇ ତରଫରୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଜିଆଯିବ ବୋଲି ଘୋଷଣା ହୋଇଛି | ଏହାଛଡା ଗୁରୁତର ଆହତଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ସହାୟତା ଦିଆଯିବ ବୋଲି ରେଳବାଇ ବିଭାଗ ଘୋଷଣା କରିଛି | ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରେଳବାଇ ବିଭାଗ ବହନ କରିବା ବୋଲି କହିଛନ୍ତି ରେଳବାଇ ମନ୍ତ୍ରୀ |

   Related Posts