ସିମୋଗା ବିସ୍ଫୋରଣ : ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି, ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Published By : Prameya-News7 Bureau | January 22, 2021 IST

ବେଙ୍ଗାଲୁରୁ,୨୨/୦୧: କର୍ଣ୍ଣାଟକର ସିମୋଗା ଜିଲ୍ଲାରେ ଗୁରୁବାର ବିଳମ୍ବିତ ରାତ୍ରରେ ଘଟିଥିବା ବିସ୍ଫୋରଣରେ ୮ ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ପ୍ରଥମେ ୩ ଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଥିଲା । ଏବେ ଏହି ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, କର୍ଣ୍ଣାଟକ ସରକାର ପୀଡିତଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରୁଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ମଧ୍ୟ ମୃତକଙ୍କ ପରିଜନ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ଏହାସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାକୁ ଗୁରୁତର ସହ ପୋଲିସ ଓ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ପୋଲିସ ଅଧିକାରୀଙ୍କ ସୂଚନାନୁସାରେ, ଏକ ଟ୍ରକରେ ବିସ୍ଫୋରଣ ହୋଇଛି । ଏଥିରେ ଜିଲୋଟିନ୍ ଥିଲା । ଟ୍ରକରେ ଥିବା ୮ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ସ୍ଥାନୀୟ ଲୋକେ ମଧ୍ୟ ବିସ୍ଫୋରଣ ପରେ ହୋଇଥିବା କମ୍ପନକୁ ଅନୁଭବ କରିଥିଲେ । ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢିବାରେ ବୋଲି ଆଶଙ୍କା କରାଯାଉଛି ।

wp:html /wp:html

ସେହିପରି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ, ଏହି ଘଟଣାରେ କିଛି ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ତେବେ କେତେଜଣ ପ୍ରାଣ ହରାଇଛନ୍ତି ସେନେଇ କୌଣସି ସ୍ପଷ୍ଟ ହୋଇନାହିଁ । ଏହି ସମ୍ବନ୍ଧରେ କର୍ଣ୍ଣାଟକ ଏଡିଜିପି ପ୍ରତାପ ରେଡ୍ଡି କହିଛନ୍ତି ଯେ, ସିମୋଗାର ଗ୍ରାମୀଣ ଅଞ୍ଚଳରେ ଏହି ଅଘଟଣ ଘଟିଛି । ରାତି ୧୦ଟା ୧୫ରେ ଏହି ବିସ୍ଫୋରଣ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.