ଏବେ ପ୍ରତି ୬ ମାସରେ ହେବ ସିମ୍ କାର୍ଡ ଭେରିଫିକେସନ୍, ଜାରି ହେଲା ନୂଆ ନିୟମ

Published By : Prameya-News7 Bureau | July 21, 2020 IST

ନୂଆଦିଲ୍ଲୀ ୨୧/୦୭ : ସିମ୍ କାର୍ଡ ଭେରିଫିକେସନରେ ହେଉଥିବା ଫ୍ରଡ ରୋକିବାକୁ ଦୂର ସଞ୍ଚାର ବିଭାଗ ବଲ୍କ ବାୟର ଓ କମ୍ପାନୀଙ୍କ ପାଇଁ ଗ୍ରାହକ ଭେରିଫିକେସନ ନିୟମ କଡାକଡି କରିଛନ୍ତି | ନୂଆ ନିୟମ ଅନୁଯାୟୀ ଟେଲିକମ କମ୍ପାନୀକୁ ନୂଆ କନେକ୍ସନ ଦେବା ପୂର୍ବରୁ କମ୍ପାନୀର ରେଜିଷ୍ଟ୍ରେସନ ଯାଞ୍ଚ କରାଯିବ ଏବଂ ପ୍ରତି ୬ ମାସରେ କମ୍ପାନୀର ଭେରିଫିକେସନ କରାଇବାକୁ ହେବ | କମ୍ପାନୀ ନାଁରେ ସିମ୍ କାର୍ଡ ଫ୍ରଡ ବୃଦ୍ଧି ପାଉଥିବାରୁ ଏହିଭଳି ନିଷ୍ପତ୍ତି ନିଆଯାଇଛି | Corporate Affairs ମନ୍ତ୍ରାଳୟ ଦ୍ୱାରା କମ୍ପାନୀର ରେଜିଷ୍ଟ୍ରେସନ ଯାଞ୍ଚ କରାଇବାକୁ ହେବ | ଏହା ପୂର୍ବରୁ ଦୂର ସଞ୍ଚାର ବିଭାଗ ଟେଲିକମ ଗ୍ରାହକଙ୍କ ଭେରିଫିକେସନ ଜରିମାନା ନିୟମ ଢିଲା କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ପ୍ରତ୍ୟେକ ଭୁଲ ପାଇଁ କମ୍ପାନୀ ଉପରେ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ ନାହିଁ ବୋଲି କହିଥିଲେ | ସରକାର ଏବେ ସୁଦ୍ଧା ଗ୍ରାହକ ଭେରିଫିକେସନ ନିୟମ ପାଳନ କରିନଥିବା ଟେଲିକମ କମ୍ପାନୀ ଉପରେ ୩ ହଜାର କୋଟି ଟଙ୍କାରୁ ଅଧିକ ଜରିମାନା ଲଗାଇ ସାରିଛନ୍ତି |

ପ୍ରତି ୬ ମାସରେ କମ୍ପାନୀର ଲୋକେସନ ଭେରିଫିକେସନ କରିବାକୁ ପଡିବ | କମ୍ପାନୀ ଭେରିଫିକେସନ ସମୟରେ ଲଙ୍ଗିଚ୍ୟୁଡ ଲାଟିଚ୍ୟୁଡ ଆବେଦନ ଫର୍ମ ପକେଇବାକୁ ପଡିବ | କମ୍ପାନୀ କେଉଁ କର୍ମଚାରୀଙ୍କୁ କନେକ୍ସନ ଦେଇଛି ତା ସମ୍ବନ୍ଧରେ ମଧ୍ୟ ସୂଚନା ଦେବାକୁ ପଡିବ | ନୂଆ ନିୟମ ଲାଗୁ କରିବାକୁ ଟେଲିକମ କମ୍ପାନୀକୁ ୩ ମାସ ସମୟ ଦିଆଯିବ | ଦୂର ସଞ୍ଚାର ବିଭାଗ ଗ୍ରାହକ ଭେରିଫିକେସନ ନିୟମ ସହଜ କରିଦେଇଛନ୍ତି | ବିଭାଗ ଜରିମାନା ନିୟମ ଢିଲା କରିଦେଇଛି | ଏବେ କେବଳ କିଛି କିଛି ମାମଲାରେ ୧ ଲକ୍ଷ ଟଙ୍କା ଜରିମାନା ଲାଗିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.