Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଲକଡାଉନରେ ସିମ୍ କାର୍ଡର ହେବ ହୋମ୍ ଡେଲିଭରୀ, ଅତିଶୀଘ୍ର ସରକାର ନେବେ ନିଷ୍ପତ୍ତି

14/04/2020 at 3:50 PM

ନୂଆଦିଲ୍ଲୀ, ୧୪|୦୪:  କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକଡାଉନର ଅବଧିକୁ ମେ ମାସ ୩ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ଏହି ସମୟରେ ମୋବାଇଲ ୟୁଜରଙ୍କୁ ରିଚାର୍ଜ  ନୂଆ ସିମ୍ କାର୍ଡ ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହି ଅସୁବିଧାକୁ ଦୂର କରିବା ପାଇଁ ଅତିଶୀଘ୍ର ସରକାର ସିମ୍ କାର୍ଡର ହୋମ ଡେଲିଭରୀ ଆରମ୍ଭ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ।

ସେଲ୍ୟୁଲାର୍ ଅପରେଟରସ୍ ଆସୋସିଏସନ ଅଫ୍ ଇଣ୍ଡିଆ କହିଛି ଯେ, କରୋନା ପାଇଁ ଲକଡାଉନ୍ ସମୟରେ ସିମ୍ କାର୍ଡ ଆକ୍ଟିଭେସନକୁ ନେଇ ସରକାର ଅତିଶୀଘ୍ର ନିଷ୍ପତ୍ତି ନେବେ । ଏହି ପ୍ରକ୍ରିୟା ପାଇଁ ସୁରକ୍ଷା ସମ୍ପର୍କୀୟ ପ୍ରସଙ୍ଗ ଉପରେ ଅଧିକ ଧ୍ୟାନ ଦିଆଯିବ । ସରକାରଙ୍କ ସହଯୋଗରେ ଉଦ୍ୟୋଗ ନେଟଓ୍ୱାର୍କରେ ଥିବା ବିଭିନ୍ନ ସମସ୍ୟା ଦୂର କରାଯିବ ବୋଲି ସିଓଏଆଇର ନିର୍ଦ୍ଦେଶକ ରାଜନ ମାଥ୍ୟୁସ୍ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ସୁରକ୍ଷା ସମ୍ପର୍କିତ ସମସ୍ତ ମାମଲା ତଦାରଖ ପରେ ସିମ୍ ଆକ୍ଟିଭେସନ ଉପରେ ନିଷ୍ପତ୍ତି ନିଆଯିବ । କାରଣ ଲକଡାଉନରେ ସିମ୍ କାର୍ଡକୁ ଘରେ ପହଁଚାଇବାକୁ ହେବ । ଜନତାଙ୍କ ଆବଶ୍ୟକତାକୁ ପୂରଣ କରିବା ପାଇଁ ବିଭିନ୍ନ ପ୍ରସ୍ତୁତି କରାଯାଉଛି । ନେଟଓ୍ୱର୍କ ସମ୍ବନ୍ଧୀୟ ପ୍ରସଙ୍ଗରେ ସୁଧାର ମଧ୍ୟ ହେଉଛି । ଡିଓଟି ସାଇସେନ୍ସ ଶୁକ୍ଳ ଓ ସ୍ପେକ୍ଟ୍ରମ୍ ଉପଯୋଗ ଶୁଳ୍କ ହଟାଇବା ପାଇଁ ଆଶ୍ୱାସନା ଦେଇଛି । ଏହାସହ ଜିଏସଟି ହ୍ରାସ ଉପରେ ମଧ୍ୟ ଆଲୋଚନା ହେଉଛି ।

   Related Posts