ରୂପା ସିପ୍ଟିଂ ପ୍ରକ୍ରିୟା ଆରମ୍ଭ, ୧୧ଟି ବାକ୍ସରେ ୫ କ୍ବିଣ୍ଟାଲ ରୂପା ନିଳାଦ୍ରୀ ଭକ୍ତ ନିବାସରୁ ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତର

Published By : Prameya-News7 Bureau | October 05, 2021 IST

ପୁରୀ ୫।୧୦: ପୁରୀ ବଡଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସରୁ ରୂପା ସିପ୍ଟିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ୧୧ଟି ବାକ୍ସରେ ୫ କ୍ବିଣ୍ଟାଲ ରୂପା ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତରିତ କରାଯାଇଛି ।  ଆସନ୍ତା ଶ୍ରୀଗୁଣ୍ଡିଚା ସମୟରେ ଶ୍ରୀମନ୍ଦିର କଳାହାଟ ଦ୍ବାରରେ ହେବ ରୂପା ଛାଉଣୀ ।  ଏଥିପାଇଁ ନିଳାଦ୍ରୀ ଭକ୍ତ ନିବାସ ଷ୍ଟ୍ରଙ୍ଗରୁମରେ ମହଜୁଦ ଥିଲା ୫ କ୍ବିଣ୍ଟାଲ ରୂପା ।  ରୂପାର ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର ଜିଲ୍ଲା କୋଷାଗାରକୁ ସିଫ୍ଟ କରାଯାଉଛି । ତେବେ ସେପଟେ ୭ଟି ଦ୍ବାରର ରୂପା ଛାଉଣୀ ସରିଥିବା ବେଳେ ରଥଯାତ୍ରା ବେଳେ କଳାହାଟ ଦ୍ବାର ରୂପା ଛାଉଣୀ ବେଳେ ନୀତିକାନ୍ତି ପ୍ରଭାବିତ ହେବନାହିଁ । 

{"id":522588,"width":752,"height":414,"sizeSlug":"full","linkDestination":"none"}

ସେପଟେ ଏତେ ପରିମାଣର ରୂପାକୁ ୯-୧୦ ମାସ ଏକ ଅସ୍ଥାୟୀ ଷ୍ଟ୍ରଙ୍ଗରୁମରେ ରଖିବା ସୁରକ୍ଷିତ ନୁହେଁ । ଏଣୁ ଏହା ଜିଲ୍ଲା କୋଷାଗାରକୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳଙ୍କୁ ଗତ ୨୪ ତାରିଖରେ ଚିଠି ଲେଖିଥିଲା ଶ୍ରୀମନ୍ଦିର ପ୍ରଶାସନ । ଜିଲ୍ଲାପାଳଙ୍କଠାରୁ ଅନୁମୋଦନ ମିଳିବା ପରେ ମଙ୍ଗଳବାର ନିଳାଦ୍ରୀ ଭକ୍ତ ନିବାସ ଷ୍ଟ୍ରଙ୍ଗରୁମରୁ ଜିଲ୍ଲା କୋଷାଗାରକୁ ସିଫ୍ଟ କରାଯାଉଛି ।  ଜଉମୁଦ ଦିଆଯାଇ ଜିଲ୍ଲା କୋଷାଗାରରେ ରଖାଯାଉଛି ରୂପା ଛାଉଣୀ ପାଇଁ ଆସିଥିବା ବଳକା ୫ କ୍ବିଣ୍ଟାଲ ରୂପା ।  ଶ୍ରୀମନ୍ଦିର ପ୍ରଶାସନର ଚିଠି ମୁତାବକ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ତାହା ଜିଲ୍ଲା କୋଷାଗାରକୁ ସିଫ୍ଟ କରାଯାଉଛି । ଆଉ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା ।

{"id":522589,"width":753,"height":414,"sizeSlug":"full","linkDestination":"none"}

ସେପଟେ ୭ଟି ଦ୍ବାରର ରୂପା ଛାଉଣୀ କାମ ସରିଛି । ବେହରଣ ଦ୍ବାର, ଜୟବିଜୟ ଦ୍ବାର, ସାତ ପାହାଚ ଦ୍ବାର, ଭୋଗମଣ୍ଡପ ଦ୍ବାର, ଲକ୍ଷ୍ମୀ ମନ୍ଦିର, ଆଦିନୃସିଂହ ମନ୍ଦିର ଓ ବିମଳା ମନ୍ଦିରର ଦ୍ବାର ରୂପାଛାଉଣୀ ସମ୍ପୂର୍ଣ୍ଣ ହୋଇଥିବା ବେଳେ କେବଳ ବାକି ରହିଛି କଳାହାଟ ଦ୍ବାରର ରୂପା ଛାଉଣୀ । ଆସନ୍ତା ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ କଳାହାଟ ଦ୍ବାରର ରୂପାଛାଉଣୀ କରାଯିବ। ରୂପାଛାଉଣୀ ନହେବା ପର୍ଯ୍ୟନ୍ତ କଳାହାଟ ଦ୍ବାରର ରୂପାଛାଉଣୀ ପାଇଁ ରହିଥିବା ସମସ୍ତ ୫ ଶହ କେଜି ରୂପାକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ନିଷ୍ପତ୍ତି ହୋଇଥିଲା।

{"id":522591,"width":755,"height":415,"sizeSlug":"full","linkDestination":"none"}

ଜିଲ୍ଲା କୋଷାଗାର ଷ୍ଟ୍ରଙ୍ଗ ରୁମରେ ଏହି ରୂପାକୁ ରଖିବା ପାଇଁ ଜିଲ୍ଲାପାଳଙ୍କୁ ଗତ ୨୪ ତାରିଖରେ ଚିଠି ଲେଖିଥିଲା ଶ୍ରୀମନ୍ଦିର ପ୍ରଶାସନ। ପ୍ରାୟ ୧୧ଟି ବାକ୍ସରେ ରହିଛି ୫ ଶହ କେଜିର ରୂପା । ଯେହେତୁ କଳାହାଟ ଦ୍ବାରର ରୂପାଛାଉଣୀ କାମ ଆରମ୍ଭ ହେବାକୁ ଆହୁରି ପ୍ରାୟ ୯ କିମ୍ବା ୧୦ ମାସ ସମୟ ରହିଛି । ଏଣୁ ଏତେଦିନ ଏତେ ପରିମାଣର ରୂପା ଶ୍ରୀମନ୍ଦିର ପ୍ରଶାସନ ନିଜ ନିୟନ୍ତ୍ରଣରେ ରଖିବାକୁ ସୁରକ୍ଷିତ ମଣିନଥିଲେ। ଯାହା ଫଳରେ ଜିଲ୍ଲା କୋଷାଗାର ଷ୍ଟ୍ରଙ୍ଗରୁମରେ ରହିଲେ ରୂପା ସୁରକ୍ଷିତ ରହିପାରିବ ବୋଲି ହୃଦବୋଧ କରି ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲା ଶ୍ରୀମନ୍ଦିର ପ୍ରଶାସନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.