Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||

ଖନନ ବେଳେ ମିଳିଲା ୨୫୦ଟି ପୂରାତନ ରୂପା ମୁଦ୍ରା ଭର୍ତ୍ତି କଳସ : ଗ୍ରାମବାସୀ ନେଇ ମାରିଲେ ଚମ୍ପଟ, ଉଦ୍ଧାର କଲା ପୋଲିସ

9/04/2020 at 4:41 PM

ଆଲିଗଡ ୯।୪: ଆଲିଗଡର ଲୋଧା ଅଞ୍ଚଳରେ ଖନନ ସମୟରେ ଏକ କଳସରେ ଭର୍ତ୍ତି ରୂପା ମୁଦ୍ରା ବାହାରିଥିଲା । ଏହାପରେ ଘଟଣାସ୍ଥଳରେ ଲୁଟପାଟ୍ ଆରମ୍ଭ ହୋଇଥିଲା । ଲୋକମାନେ ସମସ୍ତ ମୁଦ୍ରା ଲୁଟି ନେଇଥିଲେ । ମାମଲା ପୋଲିସ ପାଖରେ ପହଞ୍ଚିଥିଲା । ବର୍ତ୍ତମାନ ପୋଲିସ ମୁଦ୍ରାଗୁଡିକୁ ଜବତ କରିବାରେ ଲାଗିଛି ।

ସୂଚନାଯୋଗ୍ୟ ଯେ, ଏହି ମାମଲା ଆଲିଗଡର ଲୋଧା ଅଞ୍ଚଳର ଡିଗସି ଗାଁର ଘଟିଛି । ମଙ୍ଗଳବାର ଦିନ ଜମିରେ ଖନନ ବେଳେ ପ୍ରାଚୀନ ରୂପା ମୁଦ୍ରା ଭର୍ତ୍ତି କଳସ ବାହାରିଥିଲା । ଯେତେବେଳେ ରୂପା ମୁଦ୍ରା ଭର୍ତ୍ତି କଳସ ସମ୍ବନ୍ଧରେ ଗ୍ରାମବାସୀ ଜାଣିବାକୁ ପାଇଥିଲେ, ସେତେବେଳେ ସମସ୍ତେ ମୁଦ୍ରା ଲୁଟ୍ କରିବାରେ ଲାଗିପଡିଲେ । ଲୋକମାନେ ଲୁଟପାଟ୍ କରି ସମସ୍ତ ମୁଦ୍ରା ନେଇଯାଇଥିଲେ ।

ଏହି ଲୁଟ୍ ବିଷୟରେ ପୋଲିସ ଖବର ପାଇବା ପରେ ମୁଦ୍ରାଗୁଡିକୁ ଉଦ୍ଧାର କରିବା ଲାଗି ଛାନଭିନ୍ ଆରମ୍ଭ କରିଛି । ପୋଲିସ ବର୍ତ୍ତମାନ ସେଥିମଧ୍ୟରୁ ୨୧ଟି ମୁଦ୍ରା ଉଦ୍ଧାର କରିଛି । ଅବଶିଷ୍ଟ ମୁଦ୍ରା ଖୋଜା ଚାଲିଛି । ଏହି ମୁଦ୍ରାଗୁଡିକ ମଧ୍ୟରୁ କିଛି ୧୯୧୧ ମସିହାର ଯେଉଁଗୁଡିକ ଜର୍ଜ ପଞ୍ଚମଙ୍କ ସମୟରେ ବୋଲି କୁହାଯାଉଛି । ଜର୍ଜ ପଞ୍ଚମ ବ୍ରିଟେନର ରାଣୀ ଏଲିଜାବେଥ୍ ଦ୍ବିତୀୟଙ୍କ ଜେଜେବାପା ଥିଲେ ।

ସୂଚନାଯୋଗ୍ୟ, ଡିଗସି ଗାଁରେ ରହୁଥିବା ନେପାଳ ସିଂଙ୍କ ଘର ନିକଟରେ ଏହି ଖନନ ଚାଲିଥିଲା । ଗାଁର ଲୋକମାନେ ପ୍ରାୟତଃ ଏଠାରୁ ମାଟି ଖୋଳୁଥିଲେ । ମଙ୍ଗଳବାର ସକାଳେ ନେପାଳ ସିଂ ଗାତ ଭରିବା ପାଇଁ ମାଟି ଆବଶ୍ୟକ କରୁଥିଲା ତେଣୁ ସେ ଏଠାରେ ଖୋଳିଥିଲେ । ଖନନ କରିବାର ପ୍ରାୟ ଅଢେଇ ଫୁଟ ପରେ ଏକ କଳସ ମିଳିଥିଲା । କୋଦାଳରେ ହାଣିବା ବେଳେ କଳସଟି ଭାଙ୍ଗିଯାଇଥିଲା । ତା’ପରେ ନେପାଳ ସିଂ ଦେଖିଲେ ସେଥିରେ ରୂପା ମୁଦ୍ରା ଭର୍ତ୍ତି ହୋଇଛି ଏବଂ ମାଟିରେ ସେସବୁ ଖେଳାଇ ହୋଇ ପଡିଥିଲା । ନେପାଳ ସିଂ ଏହାର ସୂଚନା ଆଖପାଖ ଲୋକଙ୍କୁ ଦେଇଥିଲେ ।

ଏହାପରେ ଘଟଣାସ୍ଥଳରୁ ମୁଦ୍ରା ଲୁଟ୍ ହୋଇଥିଲା ।
ନେପାଳ ସିଂ ଏ ବିଷୟରେ ପୋଲିସ କଣ୍ଟ୍ରୋଲ ରୁମ୍ କୁ ସୂଚନା ଦେଇଛନ୍ତି । ସେ ପୋଲିସକୁ କହିଛନ୍ତି ଯେ ଖନନ ସମୟରେ ଏହି କଳସଟି ବାହାରିଥିଲା ​​ଏବଂ ଏଥିରେ ପ୍ରାୟ ୨୫୦ଟି ରୂପା ମୁଦ୍ରା ଥିଲା । ଗ୍ରାମବାସୀ ଏହି ମୁଦ୍ରା ନେଇ ଯାଇଛନ୍ତି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ବୟାନ ଆଧାରରେ ମାମଲା ରୁଜୁ କରିଥିଲା । ନେପାଳ ସିଂ ପୂର୍ବରୁ ଦେଇଥିବା ବୟାନକୁ ବଦଳାଇ କହିଥିଲା ଯେ ତାଙ୍କ ପୂର୍ବପୁରୁଷମାନେ ଏଠାରେ ରୂପା ମୁଦ୍ରା ଲୁଚାଇ ରଖିଥିଲେ । ନେପାଳ ସିଂ କହିଛନ୍ତି ଯେ ତାଙ୍କ ପାଖରେ କେବଳ ଦୁଇଟି ମୁଦ୍ରା ବାକି ଅଛି ।

ଏହାପରେ ପୋଲିସ ଗାଁରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ପୋଲିସ ନେପାଳ ସିଂଙ୍କଠାରୁ ୨ଟି ମୁଦ୍ରା, ତାଙ୍କ ଘର ଭିତରୁ ୧୪ଟି ମୁଦ୍ରା, ପଡୋଶୀଙ୍କଠାରୁ ୪ଟି ମୁଦ୍ରା ଏବଂ ଅନ୍ୟ ଜଣଙ୍କଠାରୁ ଗୋଟିଏ ମୁଦ୍ରା ଉଦ୍ଧାର କରାଯାଇଥିଲା । ପୋଲିସ ବର୍ତ୍ତମାନ ୨୧ଟି ମୁଦ୍ରା ଜବତ କରିଛି । ପୋଲିସ ଅନ୍ୟ ମୁଦ୍ରାଗୁଡିକର ସନ୍ଧାନ ଜାରି ରଖିଛି । ପରେ ଏସଓ ପ୍ରେମପାଲ ସିଂ କହିଛନ୍ତି ଯେ ସମସ୍ତ ମୁଦ୍ରା ନେପାଳ ସିଂଙ୍କୁ ଦେଇଦିଆଯାଇଛି କାରଣ ସେଗୁଡିକ ତାଙ୍କ ଜମିରୁ ବାହାରିଥିଲା ।

ଏଏମୟୁ ଇତିହାସ ବିଭାଗର ଅଧ୍ୟକ୍ଷ ପ୍ରଫେସର ନଦୀମ ରିଜଓ୍ବି ମୁଦ୍ରାଗୁଡିକର ଅନୁସନ୍ଧାନ ପରେ କହିଛନ୍ତି ଯେ ଏହି ରୂପା ମୁଦ୍ରା ଭାରତର ଶାସକ ଜର୍ଜ ପଞ୍ଚମଙ୍କ ସମୟର ଅଟେ । ଜର୍ଜ ପଞ୍ଚମ ୧୯୧୧ ରୁ ୧୯୩୬ ପର୍ଯ୍ୟନ୍ତ ଭାରତରେ ଶାସନ କରିଥିଲେ । ୧୯୧୯ ରୁ ୧୯୨୩ ପର୍ଯ୍ୟନ୍ତ ସେ ଦିଲ୍ଲୀରୁ ତାଙ୍କର ଫଟୋ ଥିବା ରୂପା ମୁଦ୍ରା ଜାରି କରିଥିଲେ । ଏଗୁଡିକ ହେଉଛି ପ୍ରକୃତ ରୂପା ମୁଦ୍ରା ।

   Related Posts