ଶ୍ରୀମନ୍ଦିରର ୮ଟି ଦ୍ବାରାରେ ରୂପା ଛାଉଣୀ ପାଇଁ ପ୍ରସ୍ତୁତି : ଆଜି ଅପରାହ୍ନରେ ବସିବ ଦ୍ଵିତୀୟ ବୈଠକ, ଚୂଡାନ୍ତ ହେବ ରୂପା ଆସ୍ତରଣ ଡିଜାଇନ୍

Published By : Prameya-News7 Bureau | November 09, 2020 IST

ପୁରୀ ୯।୧୧: ଶ୍ରୀମନ୍ଦିରର ୮ଟି ଦ୍ବାରାରେ ରୂପା ଛାଉଣୀ କରାଯିବ । ଏ ନେଇ ସୋମବାର ଅପରାହ୍ନ ୪ଟାରେ ନୀଳାଦ୍ରି ଭକ୍ତ ନିବାସରେ ଦ୍ଵିତୀୟ ବୈଠକ ବସିବ । ଗତମାସ ୨୭ ତାରିଖରେ ବସିଥିବା ବୈଠକରେ କାଠ ଡିଜାଇନ ଚୂଡାନ୍ତ ହୋଇଥିଲେ ହେଁ ରୂପା ଆସ୍ତରଣ ଡିଜାଇନ ଚୂଡାନ୍ତ ହୋଇନଥିଲା । 

ଉତ୍କଳୀୟ କଳାଶୈଳୀ ଆଧାରରେ ହେବ ଶ୍ରୀମନ୍ଦିରର ଦ୍ବାର ନିର୍ମାଣ କାର୍ଯ୍ୟ। ପ୍ରଥମେ ପରୀକ୍ଷାମୂଳକ ଭାବେ ସାତପାହାଚ ଦ୍ଵାରରେ ରୂପା ଛାଉଣୀ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଆସନ୍ତାବର୍ଷ ରଥଯାତ୍ରା ସମୟରେ କଳାହାଟ, ଜୟବିଜୟ ଓ ବେହରଣ ଦ୍ଵାରକୁ ରୂପା ଛାଉଣୀ କରାଯିବ । ଏହାପରେ ମା’ ମହାଲକ୍ଷ୍ମୀ, ମା’ ବିମଳା, ନୃସିଂହ ମନ୍ଦିର ଭଳି ୧୧ଟି ଦ୍ଵାରକୁ ରୂପା ଛାଉଣୀ ପାଇଁ ପ୍ରଥମ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା । 

ବର୍ମାଟିକ୍ କାଠରେ ନିର୍ମାଣ ହେବ ଚାରି ଇଞ୍ଚ ମୋଟେଇର ଦ୍ବାର। ପ୍ରାୟ ୨୫୦୦କିଲୋ ବା ୨.୫ ଟନ୍ ରୂପା ବ୍ୟବହାର ହେବ।  ମୁମ୍ବାଇର ବଦାନ୍ୟ ଦାତା ନିଜ ଖର୍ଚ୍ଚ ଓ ଅଭିଜ୍ଞ କାରିଗରଙ୍କ ଦ୍ବାରା ଏହି କାର୍ଯ୍ୟ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.