ଡିମାଣ୍ଡ କମିବା ସହ ସୁନା ଦର ବି କମିଲା, ୨ ଦିନରେ ଶସ୍ତା ହେଲା ୭୮୪ ଟଙ୍କା

Published By : Prameya-News7 Bureau | February 05, 2020 IST

ନୁଆଦିଲ୍ଲୀ ୫/୨: ଡିମାଣ୍ଡ କମିବା ଯୋଗୁଁ ଲଗାତର ଦ୍ୱିତୀୟ ଦିନ ଘରୋଇ ମାର୍କେଟରେ ସୁନା ଦାମ୍ ହ୍ରାସ ପାଇଛି । ଦିଲ୍ଲୀ ବଜାରରେ ସୁନା ୩୯୬ ଟଙ୍କା ଶସ୍ତା ହୋଇଯାଇଛି । ସେହିଭଳି ରୂପା ଦାମ୍ ମଧ୍ୟ ୧୭୯ ଟଙ୍କା ପ୍ରତି କିଲୋଗ୍ରାମ ପର୍ଯ୍ୟନ୍ତ ଶସ୍ତା ହୋଇଯାଇଛି । ଗହଣା ଦୋକାନୀଙ୍କ କହିବା ମୁତାବକ ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ଖସିବା ଯୋଗୁଁ ଘରୋଇ ମାର୍କେଟରେ ମଧ୍ୟ ଦାମ୍ ହ୍ରାସ ପାଇଛି । ସୂଚନାଯୋଗ୍ୟ ଯେ ୨ ଦିନରେ ସୁନା ୭୮୪ ଟଙ୍କା ପ୍ରତି ୧୦ ଗ୍ରାମ ପର୍ଯ୍ୟନ୍ତ ଶସ୍ତା ହୋଇଯାଇଛି ।


ଦିଲ୍ଲୀ ବଜାରରେ ବୁଧବାର ସୁନା ଦାମ୍ ୪୧,୨୬୭ ଟଙ୍କା ପ୍ରତି ୧୦ ଗ୍ରାମରୁ ହ୍ରାସ ପାଇ ୪୦, ୮୭୧ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଯାଇଛି । ଅର୍ଥାତ୍ ଦାମ୍ ୩୯୬ ଟଙ୍କା ହ୍ରାସ ପାଇଛି । ଏହା ପୂର୍ବରୁ ମଙ୍ଗଳବାର ସୁନା ୩୮୮ ଟଙ୍କା ଶସ୍ତା ହୋଇଥିଲା । ଦାମ ୪୧,୬୫୮ ଟଙ୍କାରୁ ହ୍ରାସ ପାଇ ୪୧,୨୭୦ ଟଙ୍କା ପ୍ରତି ୧୦ ଗ୍ରାମକୁ ଖସିଆସିଥିଲା । ଅନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ହ୍ରାସ ପାଇ ୧୫୫୪ ଡଲାର୍ ପ୍ରତି ଆଉନ୍ସକୁ ଆସିଯାଇଛି । ରୂପା ଦାମ ମଧ୍ୟ ୧୭.୭୩ ଡଲାର୍ ପ୍ରତି ଆଉନ୍ସରୁ ହ୍ରାସ ପାଇ ୧୭.୭୦ ଡଲାର୍ ପ୍ରତି ଆଉନ୍ସ ରହିଛି ।
ରୂପାର ନୂଆ ଦାମ୍

ଡିମାଣ୍ଡ କମିବା ଯୋଗୁଁ ଦିଲ୍ଲୀ ବଜାରରେ ବୁଧବାର ପୁଣି ରୂପା ଦାମ୍ ୧୭୯ ଟଙ୍କା ପ୍ରତି କିଲୋଗ୍ରାମ କମିଛି । ଏବେ ଏକ କିଲୋଗ୍ରାମ ରୂପାର ଦାମ୍ ୪୭,୦୬୦ ଟଙ୍କାରୁ ହ୍ରାସ ପାଇ ୪୬,୮୮୧ ଟଙ୍କା ପ୍ରତି କିଲୋଗ୍ରାମ ରହିଛି । ମଙ୍ଗଳବାର ରୂପା ରେଟ୍ ୪୭,୪୨୬ ଟଙ୍କାରୁ ଖସି ୪୭,୦୮୦ ଟଙ୍କା ପ୍ରତି କିଲୋଗ୍ରାମକୁ ଆସିଯାଇଥିଲା ।

HDFC ସିକ୍ୟେରିଟିଜର ସିନିୟର ଆନାଲିଷ୍ଟ(କମୋଡିଟିଜ) ତପନ ପଟେଲଙ୍କ କହିବାନୁସାରେ ବିଦେଶୀ ବଜାରରେ ଦାମ୍ ହ୍ରାସ ପାଇବା ଯୋଗୁଁ ଘରୋଇ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.