ସୁନା ଦର ୨,୩୦୦ ଟଙ୍କା କମିଲା-ବହୁତ କମିଲା ରୂପାଦର

Published By : Prameya-News7 Bureau | September 19, 2019 IST

ନୂଆଦିଲ୍ଲୀ - ସେପ୍ଟେମ୍ବର ପ୍ରଥମ ସପ୍ତାହର ସୁନା ରୂପା ଦର ଗତ ୬ ବର୍ଷ ମଧ୍ୟରେ ସର୍ବାଧିକ ସ୍ତରରେ ପହଞ୍ଚିଥିଲା । ରୂପା କିଲୋ ୫୦ ହଜାର ଟଙ୍କା ଅତିକ୍ରମ କରିଥିବା ବେଳେ ସୁନା ୧୦ ଗ୍ରାମକୁ ୪୦ ହଜାର ଟଙ୍କା ଅତିକ୍ରମ କରିଥିଲା ।

ଗୁରୁବାରରେ ବି ସୁନା ଦର ଭାରତରେ କମିବାରେ ଲାଗିଛି । ପ୍ରତି ୧୦ ଗ୍ରାମକୁ ସୁନା ଦର ଗତ କାଲି ଅପେକ୍ଷ ୦.୬୬ ପ୍ରତିଶତ କମିଯାଇଛି । ସୁନା ୧୦ ଗ୍ରାମ ପ୍ରତି ଏବେ ୩୭,୬୦୦ ଟଙ୍କାରେ ପହଞ୍ଚିଛି । ସେହପରି ଗତ କାଲି ଅପେକ୍ଷା ରୂପା କିଲୋପ୍ରେତି ୦.୮୧ ପ୍ରତିଶତ କମି ୪୬,୨୧୫ ଟଙ୍କାରେ ପହଞ୍ଚିଛି ।

{"id":159801,"width":536,"height":357}

ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହଠାରୁ ଏବେ ସୁନା ଦର ପ୍ରତି ୧୦ ଗ୍ରାମ ୨,୩୦୦ ଟଙ୍କାରୁ ଅଧିକ କମିଛି। ରୂପାଦର ୫ ହଜାର ଟଙ୍କାରୁ ଅଧିକ କମିଛ ।

ଅନ୍ତର୍ଜାତୀୟ ବଜାରରେ ବି ସୁନା ଓ ରୂପା ଦର କମିଛି ।ସୁନାଦର ଆଉନସ୍‌ ପ୍ରତି ୧,୪୯୨ ଆମେରିକୀୟ ଡଲାରରେ ପହଞ୍ଚିଥିବା ବେଳେ ରୂପା ଦର ବି ହ୍ରାସ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.