ଏହି ସାଂଘାତିକ କାରଣ ଯୋଗୁଁ " ସିଲସିଲା ବଦଲତେ ରିସ୍ତୋଁ କା "ରୁ ବିଦାୟ ନେଲେ ନାୟିକା ଦୃଷ୍ଟି, ଜାଣିଲେ ହେବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | November 03, 2018 IST

ମୁମ୍ବାଇ ୩/୧୧ : ଲୋକପ୍ରିୟ ଟିଭି ସିରିଏଲ "ସିଲସିଲା ବଦଲତେ ରିସ୍ତୋଁ କା" ର ମୁଖ୍ୟ ନାୟିକା ଦୃଷ୍ଟି ଧାମୀ ଏହି ସିରିଏଲରୁ ବିଦାୟ ନେଉଥିବା କହିଛନ୍ତି | ଏହି ଘୋଷଣା କରି ସେ ନିଜ ପ୍ରଶଂସକଙ୍କ ମନ ଭାଙ୍ଗିଦେଇଛନ୍ତି  ନିଶ୍ଚୟ | ସିରିଏଲକୁ ଓ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଦର୍ଶକ ମହଲରେ ଚର୍ଚ୍ଚା ଓ ଟିପ୍ପଣୀ ଯୋଗୁଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି | ସୂଚନାଯୋଗ୍ୟ ଯେ, ସିରିଏଲ ତାଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଶକ୍ତି ଅରୋରାଙ୍କ ସହିତ ପରକୀୟା ପ୍ରୀତି ଚାଲିଥିବା ନେଇ ଚର୍ଚ୍ଚା ଜୋର ଧରିଛି | ଅପରପକ୍ଷରେ ସିରିଏଲ ପ୍ରଯୋଜକ ସଞ୍ଜୟ ୱାଧୱା ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି ଦୃଷ୍ଟି ମା ଭୂମିକାରେ ଭଲ ଅଭିନୟ କରିପାରୁନାହାନ୍ତି | ସେଥିପାଇଁ ସେ ସିରିଏଲରୁ ବିଦାୟ ନେଇଛନ୍ତି | ୨୦୧୬ ମସିହାରେ ପ୍ରସାରଣ ହୋଇଥିବା "ଏକ ଥା ରାଜା ଏକ ଥା ରାଣୀ" ରେ ମଧ୍ୟ ସେଇ ସମାନ ଅସୁବିଧା ପାଇଁ ସେ ସିରିଏଲ ଛାଡିଦେଇଥିଲେ | ସେ ଭୂମିକା ପାଇଁ ବିଲକୁଲ ଫିଟ ନୁହନ୍ତି ବୋଲି ପ୍ରଯୋଜକ କହିଛନ୍ତି | ସିରିଏଲ ଅଭିନେତାଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତ ଏବଂ ପରକୀୟା ପ୍ରୀତି ସିରିଏଲ ଛାଡିବା ପାଇଁ ଦାୟୀ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି |  ସଞ୍ଜୟ ଆହୁରି କହିଛନ୍ତି ଯେ, ଲୋକେ ଦୃଷ୍ଟିଙ୍କ ସମ୍ପର୍କରେ କଣ କହୁଛନ୍ତି କଣ ନାଇଁ ସେ ନେଇ ତାଙ୍କର କିଛି ଯାଏଆସେ ନାଇଁ | ସୋସିଆଲ ମିଡିଆରେ ମଧ୍ୟ କିଏ କଣ କହୁଛି ତାଗୁ ମଧ୍ୟ ସେ ବିଚାରକୁ ନେଉନାହାଁନ୍ତି । ଲୋକେ ଠିକ ଜାଣିପାରିବେ କିଏ କଣ ଲୋକେ ଜାଣିପାରିବେ କିଏ ଠିକ କିଏ ଭୁଲ | ତେବେ କେବଳ ଏହି ସିରିଏଲ ବା ଯୋଡିକୁ ନେଇ ନୁହଁ ବରଂ ସବୁ ସିରିଏଲରେ ନାୟକ ନାୟିକାଙ୍କୁ ନେଇ ଦର୍ଶକଙ୍କ ମତାମତ ଭିନ୍ନଭିନ୍ନ ରହେ | ଭବିଷ୍ୟତରେ ସଞ୍ଜୟ କୋଉ ସିରିଏଲର ପ୍ରଯୋଜନା କଲେ ପୁଣି ଦୃଷ୍ଟିଙ୍କୁ ନାୟିକା ଭାବେ ନେବେ ବୋଲି ସ୍ପଷ୍ଟ କରିଛନ୍ତି | ତାଙ୍କ ବଦଳରେ ଆଉ କାହାକୁ ସେ ନାୟିକା ଭୂମିକାରେ ପସନ୍ଦ କରିବେନି ବୋଲି କହିଛନ୍ତି | ସେ ଜଣେ ବହୁତ ଭଲ ଅଭିନେତ୍ରୀ ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ସଞ୍ଜୟ କହିଛନ୍ତି | ସୂଚନାଯୋଗ୍ୟ ଯେ, ଦୃଷ୍ଟି ସିରିଏଲ ଛାଡିବାପରେ ଆଉ ଜଣେ ଅଭିନେତା ଅଭିନବ ଶୁକ୍ଳା ମଧ୍ୟ ସିରିଏଲ ଛାଡିଛନ୍ତି । ତେବେ ଏହା ପଛର କାରଣ ଏଯାଏଁ ଜଣାପଡୁନି । ଅଭିନବ ଭିଲେନ ଭୂମିକା ନିର୍ବାହ କରୁଥିଲେ ।  ସିରିଏଲରେ ନନ୍ଦିନୀ ଭୂମିକାରେ ଦୃଷ୍ଟି ଅଭିନୟ କରୁଥିବାବେଳେ କୁନାଲ ଭୂମିକାରେ ଶକ୍ତି ଆରୋରା ଅଭିନୟ କରୁଥିଲେ । ସେହିଭଳି ରାଜଦୀପ ଭୂମିକାରେ ଅଭିନବ ଅଭିନୟ କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.