Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ଶିଳ୍ପା ଶେଟ୍ଟୀଙ୍କ ମା’ ସୁନନ୍ଦା ଶେଟ୍ଟୀ ଆଣିଲେ ୧.୬ କୋଟି ଟଙ୍କାର ଠକେଇ ଅଭିଯୋଗ

29/07/2021 at 4:41 PM

ମୁମ୍ବାଇ ୨୯/୦୭ : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପର୍ଣ୍ଣ ଭିଡିଓ ମାମଲାରେ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଜେଲ ଅଛନ୍ତି ଏବଂ ତଦନ୍ତ ଜାରି ରହିଛି। ଇତି ମଧ୍ୟରେ ଶିଳ୍ପାଙ୍କ ମା ସୁନନ୍ଦା ଶେଟ୍ଟୀଙ୍କ ସହ ଜଡିତ ଏକ ଠକେଇ ମାମଲା ସାମ୍ନାକୁ ଆସିଛି। ୧.୬ କୋଟି ମୂଲ୍ୟର ଜମି ଚୁକ୍ତି ମାମଲାରେ ଠକେଇ ହୋଇଥିବା ସୁନନ୍ଦା ଅଭିଯୋଗ କରିଛନ୍ତି। ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି। ତେବେ ଏହି ମାମଲାର ବାକି ବିବରଣୀ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।

ଏକ ନ୍ୟୁଜ୍ ଏଜେନ୍ସି ପୋଷ୍ଟ ଅନୁଯାୟୀ, ମୁମ୍ବାଇ ପୋଲିସ ସୂଚନା ଦେଇଛି ଯେ ଶିଳ୍ପା ଶେଟ୍ଟୀଙ୍କ ମା ସୁନନ୍ଦା ଶେଟ୍ଟୀ ଜମି ଚୁକ୍ତି ମାମଲାରେ ସୁଧାକର ଘାରେ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଅଭିଯୁକ୍ତ ନକଲି କାଗଜପତ୍ର ମାଧ୍ୟମରେ ସୁନନ୍ଦାଙ୍କୁ ୧.୬ କୋଟି ମୂଲ୍ୟର ଜମି ବିକ୍ରି କରିଥିଲେ। ଆଇପିସି ଅଧୀନରେ ମାମଲା ରୁଜୁ ହୋଇଛି। ତେବେ ଘଟଣାରେ ଶିଳ୍ପା ଶେଟ୍ଟୀଙ୍କ ପ୍ରତିକ୍ରିୟା କ’ଣ ତାହା ଦେଖିବା ବାକି ରହିଲା ?

   Related Posts