Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଜଳବାୟୁ ଅନୁକୂଳ ସାଙ୍ଗକୁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କାର ସବସିଡି ସତ୍ବେ ରେଶମ ଚାଷ ପ୍ରତି ବିମୁଖ କନ୍ଧମାଳ ଚାଷୀ କାହିଁକି ?

14/05/2019 at 3:17 PM

ଫୁଲବାଣୀ ୧୪|୫: କନ୍ଧମାଳର ଜଳବାୟୁ ରେଶମ ଚାଷ ପାଇଁ ଉପଯୁକ୍ତ । ହଲେ ବିଭାଗୀୟ ଅଧତ୍କାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ରେଶମ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ଦିନକୁ ଦିନ କମିବାରେ ଲାଗିଛି । ୨୩ ବର୍ଷ ମଧ୍ୟରେ ମାତ୍ର ୬୦ ରୁ ୭୦ ଜଣ ଚାଷୀ ରେଶମ ଚାଷ କରୁଛନ୍ତି । ପରିଶ୍ରମ ସତ୍ତ୍ବେ ଦି ପଇସା ଲାଭ ମିଳୁନଥିବାରୁ ରେଶମ ଚାଷପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି ଚାଷୀ ।

ଜଳବାୟୁ ଅନୁକୂଳ ସତ୍ବେ ରେଶମ ଚାଷ ପ୍ରତି ବିମୁଖ କନ୍ଧମାଳ ଚାଷୀ । ଚାଷୀଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ନାହିଁ । ରେଶମ ଚାଷରୁ ଭଲ ଦି ପଇସା  ଲାଭ ବି ମିଳୁନି । କିଏ କାହିଁକି ଆଗ୍ରହ ଦେଖାଇବ ? ୨୩ ବର୍ଷରେ ହାତ ଗଣତି ଚାଷୀ ରେଶମ ଚାଷ କରୁଛନ୍ତି । ୬୦ ରୁ ୭୦ ଜଣ ଚାଷୀ ୭୦ ଏକର ଜମିରେ କରୁଛନ୍ତି ରେଶମ ଚାଷ । ପୂର୍ବରୁ ଜିଲ୍ଲାର ଫୁଲବାଣୀ, ଫିରିଙ୍ଗିଆ, ଟିକାବାଲି, ଖଜୁରୀପଡା, ଜି.ଉଦୟଗିରି, ବାଲିଗୁଡା ଆଦି ଅଂଚଳରେ ରେଶମଚାଷ ହେଉଥିଲା । ଏବେ କେବଳ ଜି.ଉଦୟଗିରିରେ ରେଶମ ଚାଷ ହେଉଛି ।  

ସରକାର ରେଶମ ଚାଷ ପାଇଁ ୨ ଲକ୍ଷ ଟଙ୍କା ସବସିଡି ଦେଉଛନ୍ତି । ଜମି ଚାରିପଟେ ତାରବାଡ, ରିଅରିଂ, ମଲବରୀ ସିଲ୍କ ପୋକ ପାଇଁ ଆଜବେଷ୍ଟସ୍ ଘର, ଜଳସେଚନ ପାଇଁ କୂପ ଓ ପମ୍ପସେଟ୍ ମଧ୍ୟ ଯୋଗାଇ ଦେଉଛନ୍ତି । ହଲେ ସଚେତନ ଅଭାବରୁ ଚାଷୀମାନେ ଆଗ୍ରହ ପ୍ରକାଶ କରୁନଥିବା  ଦେଖାଯାଉଛି । 

ତୁତ୍ ଚାଷ ଥରେ କଲେ ବର୍ଷରେ ୪ ଥର କ୍ରପ ହୋଇଥାଏ। ଅଗଷ୍ଟ, ସପ୍ଟେମ୍ବର, ଡିସେମ୍ବର ଓ ଫେବୃୟାରୀ ରେ କ୍ରପ କଟିଙ୍ଗ୍ କରାଯାଏ । ସେହିପରି ଫୁଲବାଣୀ ଠାରେ ବିଭାଗ ପକ୍ଷରୁ ଏକ ତୁତ ଚାଷ ଡେମନଷ୍ଟ୍ରେସନ ଫାର୍ମ ଥିଲା ।  ତାହା ବି ଏବେ ରକ୍ଷଣା ବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି । ଏନେଇ ଫୁଲବାଣୀ ଠାରେ ଥିବା ବିଭାଗର ସହକାରୀ ନିର୍ଦ୍ଦେଶକଙ୍କୁ ପଚାରିଥିଲୁ ଆମେ । ଆସନ୍ତୁ ଶୁଣିବା କଣ କହୁଛନ୍ତି ସିଏ ।  

ସରକାର ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେଲେ ରେଶମ ଚାଷ ପ୍ରତି ଚାଷୀ ମନ ବଳାଇବେ ବୋଲି ମତ ପ୍ରକାଶ ପାଇଛି ।  

   Related Posts