୨ମାସର ଲକଡାଉନରେ ପରେ ଏବେ ପ୍ରୟାଗରାଜରେ ଧୀରେ ଧୀରେ ଜମୁଛି ଭିଡ଼ : ଲୋକେ କରୁଛନ୍ତି ସ୍ନାନ

Published By : Prameya-News7 Bureau | May 26, 2020 IST

ପ୍ରୟାଗରାଜ ୨୬/୫: ସଙ୍ଗମ ୨ମାସ ଯାଏଁ ଜନଶୂନ୍ୟ ହୋଇଯାଇଥିଲା,କିନ୍ତୁ ଏବେ ଏଠାରେ ଧୀରେ ଧୀରେ ଲୋକଙ୍କ ଭିଡ଼ ଜମୁଛି। ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ମିଳିଥିବା ଛାଡ଼ କାରଣରୁ ଲୋକେ ଏଠାକୁ ଆସିବାକୁ ଲାଗିଛନ୍ତି।

ବାଇକ୍ ଏବଂ ସ୍କୁଟିରେ ସହର ଏବଂ ଆଖପାଖର ଲୋକେ ପହଞ୍ଚୁଛନ୍ତି। ମଧ୍ୟପ୍ରଦେଶ ଏବଂ ପଡ଼ୋଶୀ ଜିଲ୍ଲାର ଲୋକେ ମଧ୍ୟ ଚାରି ଚକିଆ ଗାଡ଼ିରେ ସଙ୍ଗମକୁ ଆସୁଛନ୍ତି। ଶ୍ରଦ୍ଧାଳୁଙ୍କୁ ସଙ୍ଗମର ମଧ୍ୟଭାଗରେ ପହଞ୍ଚାଇବା ପାଇଁ କିଛି ଡଙ୍ଗା ମଧ୍ୟ ଚାଲୁଛି। ଘାଟରେ ପ୍ରସାଦ,ଚୁଡ଼ି,ବିନ୍ଦି ଆଦିର ଦୋକାନ ମଧ୍ୟ ପୁଣି ଥ​‌ରେ ଚାଲୁ ହୋଇଗଲାଣି। ଘାଟ କୂଳରେ ପୂଜାରୀମାନେ ମଧ୍ୟ ଆସନ ଜମାଇଲେଣି। ସ୍ନାନ ପରେ ଲୋକେ ଦାନ ଆଦି କରୁଛନ୍ତି,ସେଠାରେ ପିଣ୍ଡଦାନ ମଧ୍ୟ କରାଯାଉଛି।

ଲକଡାଉନରେ ଯେଉଁମାନଙ୍କର ବିୟୋଗ ଘଟିଛି,ସେମାନଙ୍କ ଅସ୍ଥି ବିସର୍ଜନ କରିବା ପାଇଁ ମଧ୍ୟ ଲୋକେ ସଙ୍ଗମକୁ ଆସୁଛନ୍ତି। ବନ୍ଧଓ୍ବା ସ୍ଥିତ ବଡ଼ ହନୁମାନ ମନ୍ଦିରର ଦ୍ବାର ଏବେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ଯାଇନାହିଁ। ଲୋକେ ଦୂରରୁ ମୁଣ୍ଡ ନୁଆଁଇ ଆଶୀର୍ବାଦ ନେଉଛନ୍ତି। ମାର୍ଚ୍ଚ ୨୨ତାରିଖରୁ ହୋଇଥିବା ଜନତା କର୍ଫ୍ୟୁ ପରଠୁ ସଙ୍ଗମ ଶୂନଶାନ ହୋଇଯାଇଥିଲା। କର୍ଫ୍ୟୁ ସମୟରେ ହିଁ ପ୍ରୟାଗରାଜ ସହ ରାଜ୍ୟର ୧୬ଟି ଜିଲ୍ଲାରେ ୩ଦିନର ଲକଡାଉନ୍ ଘୋଷିତ ହୋଇଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.