Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଘର ସହ ନଥିଲା ସମ୍ପର୍କ, ଏନଆରସି ତାଲିକାରେ ନାହିଁ ନାମ, ଏବେ କୁଆଡେ ଯିବେ ସେକ୍ସ ୱାର୍କର ?

20/09/2019 at 11:13 PM

ଗୌହାଟୀ: ଆସାମ ସିଲଚରରେ ୨ଶହ ଯୌନ କର୍ମୀ ଏନଆରସିଙ୍କ ତାଲିକାରୁ ବାଦ ପଡିଛନ୍ତି। ଏହା ମାନେ ନୁହେଁ ଯେ ସେମାନେ ଦେଶକୁ କେଉଁ ଆଡୁ ଚାଲିଆସିଛନ୍ତି। ସେମାନେ ବି ଏହି ଦେଶର ନାଗରିକ ଓ ଏଠାରେ ସେମାନଙ୍କ ପରିବାର ବି ରହୁଛନ୍ତି। ହେଲେ ସେମାନେ ଘୃଣ୍ୟ ବୃତ୍ତିକୁ ଆଦରି ନେଇଥିବାରୁ ପରିବାରସହ ସେମାନଙ୍କ ସମସ୍ତ ସମ୍ପର୍କ ଛିନ୍ନ ହୋଇଛି। ଏଣୁ ନାଗରିକ ପଞ୍ଜିକରଣ ବେଳେ ପରିବାର ସଦସ୍ୟଙ୍କ ଆତ୍ମସମ୍ମାନ ଲାଗି ନିଜ ସମ୍ପର୍କିତ କାଗଜପତ୍ରର ବ୍ୟବହାର କରିନାହାନ୍ତି। ଏଣୁ ନାଗରିକ ସୂଚୀରେ ନାମ ନଥିବାରୁ ସେମାନେ ଏବେ ଡିଟେନସନ କ୍ୟାମ୍ପକୁ ଡରି ଦିନକାଟୁଛନ୍ତି। 

ସିଲଚର ରେଡଲାଇଟର ୧୪ ନମ୍ବର ଗଳି, ଅଞ୍ଚଳର କୁଖ୍ୟାତ ବେଶ୍ୟାଳୟ ଲାଗି ଜଣାସୁଣା। ଏଠାରେ ରହୁଥିବା ଅନେକ ଯୌନ କର୍ମୀଙ୍କ ନାମ ଏନଆରସିଙ୍କ ସୂଚୀରେ ନାହିଁ। ଏହାର ଏକ କାରଣ ହେଲା ମାନବ ତସ୍କରୀ। କେବେ କେଉଁଠାରୁ ଅପହରଣ ହୋଇ ଆସିଥିଲେ ତାହା ବି ମନେପକାଇ ପାରୁନାହାନ୍ତି । ଏଥିରେ ସେମାନେ ନାଗରିକତା ଲାଗି ଆବେଦନ କରିବେବା କିପରି। ଏଣୁ ଏନଆରସି ତାଲିକାରୁ ବାଦ ପଡିବା ପରେ ଅନିଶ୍ଚିତତା ମଧ୍ୟରେ ସେମାନଙ୍କ ଦିନ କଟୁଛି ।

ଜନୈକା ସ୍ୱେଚ୍ଛାସେବୀଙ୍କ ଅନୁସାରେ ଏଠାରେ ଏପରି ଅନେକ ମହିଳା ଅଛନ୍ତି ଯେଉଁମାନଙ୍କର ଆଧାରକାର୍ଡ ଦୂରର କଥା ଭୋଟର ପରିଚୟପତ୍ର ବି ନାହିଁ। ଏଣୁ ସେମାନଙ୍କ ନାଗିରକତା ପ୍ରମାଣ ଲାଗି ଏବେ ଆମେ ସଂଘର୍ଷ କରୁଛୁ ବୋଲି ସ୍ୱେଚ୍ଛା ସେବୀ କହିଛନ୍ତି। ଏଠାରେ କାର୍ଯ୍ୟ କରୁଥିବା ଅନ୍ୟଜଣେ ସ୍ୱେଚ୍ଛାସେବୀ ଅତୀତରେ ଏଠାରେ ସେମାନଙ୍କୁ ଭୋଟର ପରିଚୟପତ୍ର ଦେବାକୁ ଉଦ୍ୟମ କରିଥିଲେ ବୋଲି କହିଛନ୍ତି। ହେଲେ ତାଙ୍କ ଉଦ୍ୟମ ଫଳପ୍ରଦ ହୋଇପାରିନଥିଲା। କାରଣ ସେମାନେ ଏଥିଲାଗି ଆବଶ୍ୟକ ହେଉଥିବା କୌଣସି କାଗଜ ଉପସ୍ଥାପନ କରିପାରିନଥିଲେ। ଏଠାରେ ରହୁଥିବା ଅଧିକାଂଶ ଭୁଟ୍ଟାନ, ନେପାଲ ଓ ବାଂଲାଦେଶର ବୋଲି କୁହାଯାଉଛି। ହେଲେ ସେମାନେ ନିଜ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ। ତେବେ ଯଦି ଡିଟେନସନ କ୍ୟାମ୍ପରେ ପକାଇ ଦିଆଯାଏ  ତେବେ କଣ ହେବ ସେମାନଙ୍କର ସେହି ଚିନ୍ତାରେ ପଡିଛନ୍ତି ସମସ୍ତେ।  

   Related Posts