ଦିଲ୍ଲୀ ସରକାରଙ୍କ ବିଜ୍ଞାପନ: ସିକ୍କିମକୁ ଦର୍ଶାଗଲା ପଡୋଶୀ ଦେଶ, ଅଡୁଆରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ

Published By : Prameya-News7 Bureau | May 23, 2020 IST

ନୂଆଦିଲ୍ଲୀ ୨୩।୦୫: କେହି ଜଣେ ଏମିତି ଭୁଲ୍ କେମିତି କରି ପାରିବ ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦିଲ୍ଲୀ ସରକାରଙ୍କ ଏକ  ବିଜ୍ଞାପନରେ ସିକ୍କିମକୁ ପଡୋଶୀ ଦେଶ ଭୂଟାନ ଓ ନେପାଳ ଶ୍ରେଣୀରେ ରଖି ଦିଆଯାଇଛି। ଖବରକାଗଜରେ ବିଜ୍ଞାପନ ପ୍ରକାଶିତ ହେବା ମାତ୍ରେ ସିକ୍କିମ ସରକାର ଏହାକୁ ନେଇ କଡା ଆପତ୍ତି ପ୍ରକାଶ କରିଛନ୍ତି। ଏହି ବିଜ୍ଞାପନକୁ ତୁରନ୍ତ ହଟାଇବାକୁ ସିକ୍କିମ ସରକାର ଦାବି କରିଛନ୍ତି। ଦିଲ୍ଲୀ ସରକାର ମଧ୍ୟ ମାମଲାର ଗମ୍ଭୀରତାକୁ ବୁଝି ତତ୍କାଳ କାର୍ଯ୍ୟାନୁଷ୍ଠାନ ନେଇ ସମ୍ବନ୍ଧିତ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଟୁଇଟ୍ କରି ଏହାର ସୂଚନା ଦେଇ କହିଛନ୍ତି, ସିକ୍କିମ ଭାରତର ଅଭିନ୍ନ ଅଙ୍ଗ। ଏହି ଧରଣର ଭୁଲ୍‌କୁ ବରଦାସ୍ତ କରାଯାଇ ପାରିବ ନାହିଁ।  ବିଜ୍ଞାପନକୁ ହଟାଇ ନିଆଯାଇଛି ଏବଂ ସମ୍ବନ୍ଧିତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

{"id":274943,"sizeSlug":"large"}

ମୁଖ୍ୟମନ୍ତ୍ରୀ ଏହି କଥା ଉପ ରାଜ୍ୟପାଳ ଅନିଲ୍  ବୈଜଲଙ୍କ ଟୁଇଟ୍‌କୁ ରିଟୁଇଟ୍‌ କରି କହିଛନ୍ତି। ବୈଜଲ ନିଜର ଟୁଇଟ୍‌ରେ କହିଛନ୍ତି ଯେ, ବିଜ୍ଞାପନ ପ୍ରକାଶିତ କରି ସିକ୍କିମକୁ ପଡୋଶୀ ଦେଶର ଶ୍ରେଣୀରେ ରଖି ଭାରତର କ୍ଷେତ୍ରୀୟ ଅଖଣ୍ଡତାକୁ ଅପମାନ କରିଥିବା କାରଣରୁ ସିଭିଲ୍ ଡିଫେନ୍ସ ଡାଇରେକ୍ଟର ହେଡ୍‌କ୍ଵାର୍ଟରର ଜଣେ ବରିଷ୍ଠ ଅଧିକାରୀଙ୍କୁ ତତ୍କାଳ ପ୍ରଭାବରୁ ନିଲମ୍ବିତ କରାଯାଇଛି। ସେ ଲେଖିଛନ୍ତି, ଏହି ଧରଣର ଗମ୍ଭୀର ଦୂରାଚାର ପ୍ରତି ଜିରୋ ଟଲେରାନ୍ସ ନୀତି ଦରକାର। ବିଜ୍ଞାପନକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

wp:core-embed/twitter {"url":"https://twitter.com/ArvindKejriwal/status/1264202743276687362?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Findia%2Fsikkim-shown-as-neighboring-country-in-delhi-government-advertisement-officer-suspended%2Farticleshow%2F75922641.cms","type":"rich","providerNameSlug":"twitter","className":""}
https://twitter.com/ArvindKejriwal/status/1264202743276687362?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Findia%2Fsikkim-shown-as-neighboring-country-in-delhi-government-advertisement-officer-suspended%2Farticleshow%2F75922641.cms
/wp:core-embed/twitter

ସିଭିଲ୍ ଡିଫେନ୍ସ କର୍ପ ପାଇଁ ପ୍ରକାଶିତ ହୋଇଥିଲା ବିଜ୍ଞାପନ

ଏହି ହଙ୍ଗାମା ସେହି ସମୟରେ ଆରମ୍ଭ ହେଲା  ଯେବେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସିଭିଲ୍ ଡିଫେନ୍ସ କର୍ପରେ ଭଲ୍ୟୁଣ୍ଟର ପାଇଁ ବିଜ୍ଞାପନ ପ୍ରକାଶିତ କରାଯାଇଥିଲା। ଏଥିରେ ଆଶାୟୀଙ୍କ ପାଇଁ ସୂଚୀର ପ୍ରଥମ ନମ୍ବରରେ ବାସସ୍ଥାନର ଉଲ୍ଲେଖ ହୋଇଛି। ଏଥିରେ ଲେଖା ହୋଇଛି ଭାରତ କିମ୍ବା ସିକ୍କିମ ଅଥବା ଭୂଟାନ ଅଥବା ନେପାଳର ନାଗରିକ ଏବଂ ଦିଲ୍ଲୀ ନିବାସୀ ହୋଇଥିବା ଦରକାର।

{"id":274944,"sizeSlug":"large"}

ସିକ୍କିମ ସରକାର କଣ କହିଲେ

ଏହା ଜାଣିବା ପରେ ସିକ୍କିମର ମୁଖ୍ୟ ସଚିବ ଏସସି ଗୁପ୍ତା ଦିଲ୍ଲୀ ସରକାରଙ୍କୁ ଚିଠି ଲେଖି କଡା ଆପତ୍ତି ପ୍ରକାଶ କରିଛନ୍ତି। ସେ ଦିଲ୍ଲୀ ସରକାରଙ୍କୁ ଏହି ଅପମାନଜନକ ବିଜ୍ଞାପନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ଟୁଇଟ୍ କରି ଏହି ବିଜ୍ଞାପନ ଉପରେ କଡା ଆପତ୍ତି ଉଠାଇଛନ୍ତି। ସେ ଲେଖିଛନ୍ତି, ସିକ୍କିମ ଭାରତର ଅଭିନ୍ନ ଅଙ୍ଗ। ଏହା ସଂପୂର୍ଣ୍ଣ ନିନ୍ଦନୀୟ ଘଟଣା। ମୁଁ ଦିଲ୍ଲୀ ସରକାରଙ୍କୁ ଭୁଲ୍ ସୁଧାରିବାକୁ ଅପିଲ୍ କରୁଛି। ସେ ଅନ୍ୟ ଏକ ଟୁଇଟ୍‌ରେ କହିଛନ୍ତି, ଦିଲ୍ଲୀ ସରକାର ଏହି ବିଜ୍ଞାପନ ବିଭିନ୍ନ ପ୍ରିଣ୍ଟ ମିଡିଆରେ ପ୍ରକାଶିତ କରିଛନ୍ତି। ଏଥିରେ ସିକ୍କିମକୁ ଭୂଟାନ ଓ ନେପାଳ ପରି ଦେଶ ସହିତ ରଖାଯାଇଛି। ସିକ୍କିମ ୧୯୭୫ରୁ ଭାରତର ଅଭିନ୍ନ ଅଙ୍ଗ ରହିଛି ଏବଂ ଗୋଟିଏ ସପ୍ତାହ ପୂର୍ବେ ରାଜ୍ୟ ସ୍ଥାପନା ଦିବସ ପାଳନ  କରାଯାଇଛି।

wp:core-embed/twitter {"url":"https://twitter.com/GolayPs/status/1264160628786245633?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Findia%2Fsikkim-shown-as-neighboring-country-in-delhi-government-advertisement-officer-suspended%2Farticleshow%2F75922641.cms","type":"rich","providerNameSlug":"twitter","className":""}
https://twitter.com/GolayPs/status/1264160628786245633?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Findia%2Fsikkim-shown-as-neighboring-country-in-delhi-government-advertisement-officer-suspended%2Farticleshow%2F75922641.cms
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.