Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଆଜି ବାହାଘର ହୋଇଥାନ୍ତା, କିନ୍ତୁ ଘରକୁ ଫେରିଲା ଶିକ୍ଷକଙ୍କ ମୃତଦେହ…

9/05/2021 at 9:36 AM

ଝାରସୁଗୁଡ଼ା,୦୯/୦୫: ଏମିତି ବି ଆସେ ମୃତ୍ୟୁ । ବର ହୋଇ ଯାଇଥାନ୍ତେ, କିନ୍ତୁ ଘରକୁ ଶବ ହୋଇ ଫେରିଲେ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ୧୯ ଖଣ୍ଡ ମୌଜାରେ । କଣ୍ଢେଇକେଲା ଗ୍ରାମର ଯୁବ ଶିକ୍ଷକ ନେପାଳ ପ୍ରଧାନ (୨୮) ନିଜ ବାହାଘର ଦିନ ଆଖି ବୁଜିଛନ୍ତି ।

ନୋପାଳଙ୍କ ଆଜି ବାହାଘର ବରଗଡ଼ ଜିଲ୍ଲା ଅମ୍ୱାଭନା ବ୍ଲକ ବଙ୍ଗାପାଲିର ଛତାଦେଇ ଗ୍ରାମରେ ହେବାର ଥିଲା । ହେଲେ ତିନି ଚାରି ଦିନ ପୂର୍ବରୁ ସେ ଅସୁସ୍ଥ ଅନୁଭବ କରିବାରୁ ବାହାଘର କିଛିଦିନ ପାଇଁ ସ୍ଥଗିତ କରାଯାଇଥିଲା । ନେପାଳଙ୍କର କୋଭିଡ ଲକ୍ଷଣ ଥିବାରୁ ସେ ଆଣ୍ଟିଜେନ ଟେଷ୍ଟ ମଧ୍ୟ କରାଇଥିଲେ । ରିପୋର୍ଟ ନେଗେଟିଭ ଆସିଲା । ହେଲେ ଗତକାଲି ସଂଧ୍ୟାରେ ସେ ଘରେ ଶୋଇଥିବା ବେଳେ ହଠାତ୍‌ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା । ପରିବାର ଲୋକେ ପ୍ରଥମେ ତାଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲ, ସେଠାରୁ ବୁର୍ଲାକୁ ସ୍ଥାନାନ୍ତର କରିଥିଲେ । ପରିବାର ଲୋକେ ପ୍ରଥମେ ତାଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲ, ସେଠାରୁ ବୁର୍ଲାକୁ ସ୍ଥାନାନ୍ତର କରିଥିଲେ । ବୁର୍ଲାରେ ତାଙ୍କୁ ଆଇସିୟୁରେ ରଖିବା ପରେ ବରଗଡ଼ ବିକାଶ ହସ୍ପିଟାଲକୁ ନେଇଥିଲେ । ହେଲେ ମଲ୍ଟି ଅର୍ଗାନ ଡ୍ୟାମେଜ ଯୋଗୁଁ ହଠାତ୍‌ ନେପାଳଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଥିବା ପ୍ରକାଶ ।

ସୂଚନାଯୋଗ୍ୟ, ନେପାଳଙ୍କ ବାପା ବୃଷଭଙ୍କ କିଛି ବର୍ଷ ପୂର୍ବରୁ ମୃତ୍ୟୁ ହୋଇ ସାରିଛି । ନେପାଳ ୬ଜଣ ଭାଇ ଭଉଣୀ ମଧ୍ୟରେ ଛୋଟ ଥିଲେ । ଘରର ଏକମାତ୍ର ରୋଜଗାରିଆ ସଦସ୍ୟ । ଜଣେ ଛାତ୍ରବତ୍ସଳ ଶିକ୍ଷକ ସହ ମେଳାପି, ସାମାଜିକ ଓ ଖେଳ ସଂଗଠକ ଭାବରେ ଅଞ୍ଚଳରେ ଖୁବ୍‌ ଜଣାଶୁଣା ଥିଲେ ନେପାଳ । ତାଙ୍କ ବିୟୋଗରେ ୧୯ ଖଣ୍ଡ ମୌଜାରେ ଶୋକର ଛାୟା ଖେଳିଯାଇଛି ।

   Related Posts