୧୪ ବର୍ଷ ପରେ ବଳିପଡିଲେ ଶିକ୍ଷା ସହାୟକ

Published By : Prameya-News7 Bureau | June 19, 2018 IST

ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିୟମ ପାଇଁ ୧୪ ବର୍ଷ ପରେ ବଳିପଡିଲେ ଶିକ୍ଷା ସହାୟକ । ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ମୟୁରଭଞ୍ଜର ୧୬୬ ଜଣ ଶିକ୍ଷା ସହାୟକ । ସେମାନଙ୍କର ଅଭିଯୋଗ ହେଉଛି ସାରା ରାଜ୍ୟରେ ଏବେ ୫୦୯ ଜଣ ଶିକ୍ଷା ସହାୟକ କାମ କରୁଛନ୍ତି । ୧୪ ବର୍ଷ ଧରି କାମ କରିବା ପରେ ହଠାତ ଏବେ ସମସ୍ତଙ୍କୁ ଛଟେଇ କରିବାକୁ ସରକାର ନୋଟିସ ଦେଇଛନ୍ତି । ଅନ୍ୟ ଜିଲ୍ଲାମାନଙ୍କରେ ଏହି ନିୟମ କାର୍ଯ୍ୟକାରୀ ହୋଇନଥିବାବେଳେ କେବଳ ମୟୂରଭଞ୍ଜର ୧୬୬ ଜଣ ଶିକ୍ଷା ସହାୟକଙ୍କୁ ଛଟେଇ କରା ସରିଲାଣି । ଶିକ୍ଷା ବିଭାଗର ଏପରି ନୀତିକୁ ବିରୋଧ କରି ଏମାନେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି । ନ୍ୟାୟ ନମିଳିଲେ ପରିବାର ସହ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି । ଛଟେଇ ନିର୍ଦ୍ଦେଶାନାମା କେବଳ ମୟୁରଭଞ୍ଜରେ କାହିଁକି କାର୍ଯ୍ୟକାରୀ ହୋଇଛି ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ପଚାରିବାରୁ ସେ କେବଳ ସରକାରଙ୍କ ନିର୍ଦ୍ଦେଶ ପାଳନ କରିଥିବା ସଫେଇ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.