ରୋହିତଙ୍କ ଦୁର୍ବଳତାର ଫାଇଦା ଉଠାଇବ ଦିଲ୍ଲୀ କ୍ୟାପିଟାଲ୍ସ, କ୍ୱାଲିଫାୟର ମ୍ୟାଚ୍ ପୂର୍ବରୁ ଏପରି କାହିଁକି କହିଲେ ଶିଖର ଧାଓ୍ୱନ...

Published By : Prameya-News7 Bureau | November 05, 2020 IST

ଦୁବାଇ, ୦୫୧୧ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲର ପ୍ରଥମ କ୍ୱାଲିଫାୟରରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମାଙ୍କୁ ଅଡୁଆରେ ପକାଇବାକୁ ପ୍ରୟାସ କରିବ । ଏଥିପାଇଁ କୌଣସି ସୁଯୋଗକୁ ହାତଛଡା କରିବ ନାହିଁ ବୋଲି କହିଛନ୍ତି ଦିଲ୍ଲୀର ଓପନିଂ ବ୍ୟାଟସମ୍ୟାନ୍ ଶିଖର ଧାଓ୍ୱନ ।

ଧାଓ୍ୱନ ଓ ରୋହିତ ହେଉଛନ୍ତି ଭାରତୀୟ ଦଳର ସବୁଠାରୁ ସଫଳ ଓପନିଂ ଯୋଡି । ତେବେ ଧାଓ୍ୱନ ଏକ ଭିଡିଓ କନଫରେନ୍ସିଂରେ କହିଛନ୍ତି ଯେ, ରୋହିତ ଜଣେ ଆକର୍ଷଣୀୟ ବ୍ୟାଟସମ୍ୟାନ୍ । ଏପରିକି ସେ ରୋହିତଙ୍କୁ ଶୁଭକାମନା ଜଣାଇଛନ୍ତି । କିନ୍ତୁ ଏବେ ରୋହିତ ବିପକ୍ଷ ଦଳରେ ରହିଛନ୍ତି ।

wp:gallery {"ids":[356642]} /wp:gallery

ସେ ଆହୁରି କହିଛନ୍ତି ଯେ, ରୋହିତଙ୍କ ଆତ୍ମବିଶ୍ୱାସ କିପରି ରହିବ ତାହା ଉପରେ ଫୋକସ କରାଯିବ । ବିପକ୍ଷ ଟିମ୍ ଭାବେ ଏସବୁ କ୍ଷେତ୍ରରେ ଧ୍ୟାନ ରଖିବା ଉଚିତ । ରୋହିତ ଆଘାତଜନିତ ସମସ୍ୟାରୁ ମୁକୁଳିଛନ୍ତି । ଏହାର ଫାଇଦା ନେବାକୁ ଦିଲ୍ଲୀ ଚେଷ୍ଟା କରିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ରୋହିତ ଆଘାତ ଜନିତ କାରଣ ପାଇଁ ୪ଟି ମ୍ୟାଚରୁ ବାହାରେ ଥିଲେ । ତେବେ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସେ ପଡିଆକୁ ଓହ୍ଲାଇଥିଲେ । କିନ୍ତୁ ଏହି ମ୍ୟାଚରେ ସେ ମାତ୍ର ୪ ରନ୍ କରିପାରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.