ଶିଖର ଧାଓ୍ୱନଙ୍କ ଦମଦାର୍ ବ୍ୟାଟିଂ, ମାତ୍ର କିଛି ଘଣ୍ଟାରେ ମ୍ୟାକ୍ସଓ୍ୱେଲଙ୍କଠୁ ଛଡାଇ ନେଲେ ଅରେଞ୍ଜ୍ କ୍ୟାପ୍

Published By : Prameya-News7 Bureau | April 19, 2021 IST

ନୂଆଦିଲ୍ଲୀ, ୧୯/୦୪:  ଆଇପିଏଲ-୨୦୨୧ରେ ଏବେସୁଦ୍ଧା ଶିଖର ଧାଓ୍ୱନ ଦମଦାର୍ ପ୍ରଦର୍ଶନ କରିଛନ୍ତି । ସେ ଜବରଦସ୍ତ ଫର୍ମରେ ରହିଛନ୍ତି । ସେ ପଞ୍ଜାବ କିଙ୍ଗସ୍ ବିପକ୍ଷରେ ୯୨ ରନ୍‌ର ଇନିଂସ ଖେଳିଥିଲେ । ଧାଓ୍ୱନଙ୍କ ଏହା ସିଜିନର ଦ୍ୱିତୀୟ ଅର୍ଦ୍ଧଶତକ । ଏହି ଇନିଂସ ବଳରେ ଦିଲ୍ଲୀ ପଞ୍ଜାବ କିଙ୍ଗସକୁ ୬ ଓ୍ୱିକେଟରେ ମାତ୍ ଦେଇଥିଲା ।

ଧାଓ୍ୱନ ଚଳିତ ସିଜିନରେ ଏବେସୁଦ୍ଧା ସବୁଠାରୁ ଅଧିକ ରନ୍ କରିଥିବା ବ୍ୟାଟସମ୍ୟାନ୍ ଅଟନ୍ତି । ଅର୍ଥାତ ଅରେଞ୍ଜ୍ କ୍ୟାପ ଧାଓ୍ୱନଙ୍କ ପାଖରେ ରହିଛି । ସେ ଆରସିବିର ଗ୍ଲେନ୍ ମ୍ୟାକ୍ସଓ୍ୱେଲଙ୍କୁ ପଛରେ ପକାଇ ଦେଇଛନ୍ତି । ଶିଖର ଧାଓ୍ୱନ ୩ଟି ମ୍ୟାଚରୁ ୬୨ ଭରେଜରେ ୧୮୬ ରନ୍ କରିଛନ୍ତି । ସେହିପରି ମ୍ୟାକ୍ସଓ୍ୱେଲ ୩ଟି ମ୍ୟାଚରେ ୫୮.୬୬ ଆଭରେଜରେ ୧୭୬ ରନ୍ କରିଛନ୍ତି । ଉଭୟ ବ୍ୟାଟସମ୍ୟାନ୍ ୨ଟି ଲେଖାଏଁ ଅର୍ଧଶତକ ଲଗାଇଛନ୍ତି ।

ଦିଲ୍ଲୀ ଓ ପଞ୍ଜାବ ବିପକ୍ଷ ମୁକାବିଲା ଆରମ୍ଭ ହେବା ପୂର୍ବରୁ ଅରେଞ୍ଜ୍ କ୍ୟାପ୍ ମ୍ୟାକ୍ସଓ୍ୱେଲଙ୍କ ପାଖରେ ଥିଲା । ସେ ରବିବାର କୋଲକାତା ବିପକ୍ଷରେ ୭୮ ରନ୍ କରି ଏହା ହାସଲ କରିଥିଲେ । କିନ୍ତୁ କିଛି ଘଣ୍ଟା ପରେ ଧାଓ୍ୱନ ଅରେଞ୍ଜ କ୍ୟାପ୍ ଛଡାଇ ନେଇଥିଲେ ।

ଧାଓ୍ୱନ ଓ ମ୍ୟାକ୍ସଓ୍ୱେଲଙ୍କ ପରେ ସର୍ବାଧିକ ରନ୍ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି କେଏଲ ରାହୁଲ । ସେ ୩ ମ୍ୟାଚରେ ୫୨.୩୩ ଆଭରେଜରେ ୧୫୭ ରନ୍ କରିଛନ୍ତି । ରାହୁଲ ମଧ୍ୟ ୨ଟି ଅର୍ଦ୍ଧଶତକ ଲଗାଇଛନ୍ତି ।

ପଏଣ୍ଟ ଟେବୁଲରେ ବିରାଟ କୋହଲିଙ୍କ ନେତୃତ୍ୱରେ ଆରସିବି ଟପ୍‌ରେ ଅଛି । ଦଳ ତିନୋଟି ବିଜୟ ହାସଲ କରିଛି । ଦଳ ୬ ପଏଣ୍ଟ ପାଇଛି । ଦ୍ୱିତୀୟ ନମ୍ବରରେ ଦିଲ୍ଲୀ ରହିଛି । ଦଳ ୪ଟି ପଏଣ୍ଟ ପାଇଛି । ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ତୃତୀୟ ସ୍ଥାନରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.