ଶିଖ ବ୍ୟକ୍ତିଙ୍କ ଚୁଟି ଘୋଷାରି ରାସ୍ତାରେ ଗଡେଇ ମାରିଲା ପୋଲିସ, ଛିଡାଇଲା ପଗଡ଼ି : ମନ୍ତ୍ରୀଙ୍କ ଆକ୍ସନ ପରେ ବି ଥମୁନି ଭାଇରାଲ ଭିଡିଓରୁ ରିଆକ୍ସନ
8/08/2020 at 8:50 PM

ଭୋପାଳ ୦୮/୦୮- ଜଣେ ଶିଖ ବ୍ୟକ୍ତିଙ୍କ ପଗଡ଼ି ଚିରି ଦେଲା ପୋଲିସ। ତାଙ୍କ ଚୁଟିଧରି ରାସ୍ତାରେ ଘୋଷାରି ଘୋଷାରି ନେଲା, ମାଡ଼ ମାରିଲା । ମଧ୍ୟପ୍ରଦେଶରର ବରୱାନି ଜିଲ୍ଲାରେ ବିଚ୍ ରାସ୍ତାରେ ପୋଲିସର ଏପରି କାଣ୍ଡ ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି । ଶିଖ ବ୍ୟକ୍ତିଙ୍କ ସହ ପୋଲିସର କଳି ଝଗଡା ଏବଂ ମାରପିଟର ଦୃଶ୍ୟ ଥିବା ଭିଡିଓ ଭାଇରାଲ ହୋଇଛି । ଘଟଣାଟି ଧାର୍ମିକ ଭାବନାକୁ ଆଘାତ କରିତିବା ପ୍ରସଙ୍ଗ ଆଡକୁ ଯାଇଥିବା ବେଳେ କଂଗ୍ରେସ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆଡକୁ ଅଙ୍ଗୁଳି ଉଠାଇଛି । ସେପଟେ ବରୱାନୀ ଜିଲ୍ଲା ଏସ୍ପି ନିଜ ବିଭାଗର କର୍ମଚାରୀଙ୍କୁ ସୁରକ୍ଷା ଦେବାଭଳି କଥା କହୁଥିଲେ ବି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବିରୋଧୀଙ୍କ ରିଆକ୍ସନ ଦେଖି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ କହିଛନ୍ତି, ଘଟଣାରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଛି । ତଥାପି ଭାଇରାଲ ଭିଡ଼ିଓ ନେଇ ପ୍ରତିକ୍ରିୟା ଜୋର ।
The incident took place in Rajpur Tehsil of Barwani after an argument broke out between the family of Giani Prem Singh Granthi and the police over setting up a stall in the area, police said he was drunk, two suspended @ndtvindia @ndtv pic.twitter.com/C6SudAS5cD
— Anurag Dwary (@Anurag_Dwary) August 7, 2020
୫୦ ସେକେଣ୍ଡର ଭିଡ଼ିଓରେ କିନ୍ତୁ ପୋଲିସ ନିର୍ଯାତନାର ପୁରା ଚିତ୍ର । ଦୁଇ ଜଣ ଶିଖ ବ୍ୟକ୍ତିଙ୍କ ସହ ପୋଲିସର ଯୁକ୍ତିତର୍କ ରୁ ହାତାହାତି । ଲୋକଙ୍କ ଆଗରେ ଏକ ସର୍ବସାଧାରଣ ସ୍ଥାନରେ ଜଣେ ଶିଖ ବ୍ୟକ୍ତିଙ୍କୁ ଚୁଟି ଧରି ଘୋଷାରି ଘୋଷାରି ନେଉଛନ୍ତି ଜଣେ ପୋଲିସ କର୍ମଚାରୀ । ଅନ୍ୟଜଣେ ପୋଲିସ ଆଉ ଜଣେ ଶିଖ ବ୍ୟକ୍ତିଙ୍କ ପଗଡ଼ିକୁ ଭିଡି ଦେଉଛନ୍ତି ।ଏହା ଏବେ ଜୋରଦାର ବିବାଦ ସୃଷ୍ଟି କରିଛି ।
ଭିଡିଓରେ ପୋଲିସ ନିର୍ଯାତନାର ଶିକାର ହୋଇଥିବା ଏବଂ ପୋଲିସ କର୍ମଚାରୀଙ୍କ ପାଦ ପାଖରେ ଦେଖାଯାଉଥିବା ବ୍ୟକ୍ତିଙ୍କ ନାମ ପ୍ରେମ ସିଂହ . ସେ ହିନ୍ଦିରେ ଚିତ୍କାର କରି କହୁଛନ୍ତି, “ ସେମାନେ ଆମକୁ ପିଟୁଛନ୍ତି, ସେମାନେ ଆମକୁ ମାରୁଛନ୍ତି, ପୋଲିସ ଆମ ଚୁଟି ଧରି ଆମକୁ ଘୋଷାରୁଛି…ସେମାନେ ଆମକୁ ଆମ ଦୋକାନ ବସାଇବାକୁ ଦେଉନାହାନ୍ତି ।” ଏମିତି କହି ରକ୍ଷା କରିବାକୁ କହି ସାହାଯ୍ୟ ଲାଗି ଲୋକଙ୍କୁ ନିବେଦନ କରୁଛନ୍ତି ପ୍ରେମ ସିଂହ । ଭିଡିଓରେ ସେ ହାତ ଯୋଡ଼ି ପୋଲିସକୁ କହୁଥିବା , ପ୍ରତିବାଦ କରୁଥିବା ଆଉ ପ୍ରତିକ୍ରିୟାଶୀଳ ହେଉଥିବା ଦେଖା ଯାଇଛି । ମଧ୍ୟପ୍ରଦେଶ କଂଗ୍ରେସ ମୁଖାପାତ୍ର ନରେନ୍ଦ୍ର ସିଂ ସାଲୁଜା ଏହି ଭିଡିଓୁ ଟ୍ବିଟ କରି ପୋଲିସକୁ ସମାଲୋଚନା କରିଛନ୍ତି । ଏକ ତାଲା-ଚାବି ଦୋକାନ କରିଥିବା ପ୍ରେମ ସିଂହଙ୍କୁ ଲୋକଙ୍କ ଆଗରେ ଚୁଟି ଘୋଷାରି ମାଡ ମାରିବା ଗଟଣା ଶିଖ ସଂପ୍ରଦାୟର ଧାର୍ମିକ ବଭାବନାକୁ ଆଘାତ ଦେଉଥିବା ଉଲ୍ଲେଖ କରିଛନ୍ତି କଂଗ୍ରେସ ନେତା ସାଲୁଜା ।ସେପଟେ ପ୍ରେମ ସିଂହ ଅଭିଯୋଗ କରିଛନ୍ତି ଯେ, ପୋଲିସ ତାଙ୍କୁ ଦୋକାନ ଖୋଲିବାକୁ ଲାଞ୍ଚ ମାଗୁଥିଲା ଆଉ ସେ ନଦେବାରୁ ତାଙ୍କୁ ପୋଲିସ ଏପରି ମାଡ ମାରିଲା ।ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା କହିଛନ୍ତି ମଧ୍ୟପ୍ରଦେଶ ଘରୋଇ ବ୍ୟାପାର ମନ୍ତ୍ରୀ ଡକ୍ଟର ନରୋତ୍ତମ ମିଶ୍ର ।
ତେବେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବରୱାନି ଜିଲ୍ଲା ଏସପି ନିନିଷ ଅଗ୍ରୱାଲ । ଏସଡିପିଓ ଘଟଣାର ତଦନ୍ତ କରିବେ । ଏହା ସହ ଏସ୍ପି ପ୍ରେମ ସିଂହ ବିରୋଧରେ ଅଭିଯୋଗ କରିଚନ୍ତି । ଦୁଇ ଶିଖଙ୍କ ମଧ୍ୟରୁ ଜଣେ ମଦ ପିଇଥିବା କହିଛନ୍ତି ସେ । ତା ସହ ପ୍ରେମ ସିଂହ ନାମରେ ଚୋରି ମାମଲା ତିବା ବି କହିଛନ୍ତି । ଦୁଇ ଶିଖ ବ୍ୟକ୍ତିଙ୍କର ଡ୍ରାଇଭିଂ ଲାଇସେନ୍ସ ନଥାଇ ସେମାନେ ବାଇକ ଚଲାଉଥିଲେ ଏବଂ ପୋଲିସ ଗାଡ଼ିକୁ ବାଧା ଦେଇଥିଲେ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର । ତେବେ ପୋଲିସର ଏହି ମାଡ ଘଟଣା ଆଲୋଡନ ସୃଷ୍ଟି କରିଛି ।