Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଙ୍ଗୁମଠ ଏବଂ ପଞ୍ଜାବୀ ମଠର ଐତିହ୍ୟ ଅକ୍ଷୂର୍ଣ୍ଣ ରଖିବା ଲାଗି ଦିଲ୍ଲୀ ଶିଖ ଗୁରୁଦ୍ବାର ପରିଚାଳନା କମିଟି ଭେଟିଲା ପୁରୀ ଜିଲ୍ଲାପାଳଙ୍କୁ

ପୁରୀ୧୬|୯: ପୁରୀ ଜିଲାପାଳ ବଲବନ୍ତ ସିଂଙ୍କୁ ଭେଟିଛନ୍ତି ଦିଲ୍ଲୀର ଶିଖ ଗୁରୁଦ୍ବାର ପରିଚାଳନା କମିଟି। ଶ୍ରୀମନ୍ଦିର ପାଖରେ ଥିବା ମଙ୍ଗୁ ମଠ ଓ ପଞ୍ଜାବୀ ମଠକୁ ଉଛେଦ ସମୟରେ ଉପଯୁକ୍ତ ଧ୍ୟାନ ଦିଆଯିବା ସହ ଏହି ଐତିହାସିକ ମଠଗୁଡିକୁ  କିଭଳି ସଂରକ୍ଷଣ କରାୟଆିପାରିବ ସେ ନେଇ ଆଲୋଚନା କରିଛନ୍ତି।

ଦିଲ୍ଲୀ ଶିଖ ଗୁରୁଦ୍ବାର ପରିଚଳନା କମିଟିର କହିବା କଥା ଗୁରୁ ନାନକ ୧୫୦୮ମସିହାରେ ପୁରୀ ଆସିଥିବା ବେଳେ ଉକ୍ତ ମଠରେ ଅବସ୍ଥାନ କରିଥିଲେ। ଏଣୁ ଶିଖ ମାନଙ୍କ ପାଇଁ ମଙ୍ଗୁ ଓ ପଂଜାବୀ ମଠ ବହୁତ ଗୁରୁତ୍ବ ବହନ କରେ। ତେବେ ମଙ୍ଗୁ ଓ ପଂଜାବୀ ମଠର ସରକ୍ଷଣ ନେଇ ପୁରୀ ଜିଲାପାଳ ପ୍ରତିଶୃତି ଦେଇ ଥିବା ଦିଲ୍ଲୀ ଶିଖ ଗୁରୁଦ୍ବାର ପରିଚଳନା କମିଟି ସଦସ୍ୟ ପ୍ରକାଶ କରିଛନ୍ତି।

ପଞ୍ଜାବ ମୁଖ୍ୟମନ୍ତ୍ରୀ ମଧ୍ୟ ମଙ୍ଗୁ ମଠ ଉଚ୍ଛେଦ ନେଇ ଉଦବେଗ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।

162 Views

   ସମ୍ବନ୍ଧିତ ଖବର