ସୁପର ସ୍ପ୍ରେଡର ଶିଖ୍ ଗୁରୁ: ମୃତ୍ୟୁ ପରେ ବି ଦେଲେ ବିପଦ, ଏବେ କ୍ୱାରେଣ୍ଟାଇନରେ ୧୫ ହଜାର ଅନୁଗତ

Published By : Prameya-News7 Bureau | March 29, 2020 IST

ଚଣ୍ଡିଗଡ, ୨୯|୦୩ : ପଞ୍ଜାବରେ ୭୦ ବର୍ଷର ଜଣେ ଶିଖ୍ ସମ୍ପ୍ରଦାୟର ଗୁରୁ କରୋନା ଭାଇରସରେ ପ୍ରାଣ ହରାଇଛନ୍ତି । ସେ ନିକଟରେ ନିଜ ୟୁରୋପ ଗସ୍ତ ସମାପ୍ତ କରି ଭାରତ ଫେରିଥିଲେ । ସବୁଠାରୁ ବଡ କଥା ହେଉଛି ଯେ ସେ ୧୫ ହଜାର ଜଣଙ୍କ ସଂସ୍ପର୍ଶରେ ଆସିଥିଲେ । ଏବେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୧୫ ହଜାର ଲୋକଙ୍କୁ କଡାକଡି ଭାବେ କ୍ୱାରେଣ୍ଟାଇନ ପାଳନ କରିବାକୁ କୁହାଯାଇଛି ।

ଶିଖ ଗୁରୁଙ୍କ ସଂସ୍ପର୍ଶରେ ଆସିଥିବା ୧୯ ଜଣଙ୍କ କରୋନା ପଜିଟିଭ ରିପୋର୍ଟ ଆସିଥିବା ସ୍ଥାନୀୟ ଡିସିପି ବିନୟ ବୁବଲାନୀ କହିଛନ୍ତି । ଆହୁରି ୨୦୦ ବ୍ୟକ୍ତିଙ୍କ ରକ୍ତ ନମୂନା ଟେଷ୍ଟ୍ ପାଇଁ ପଠାଯାଇଛି । ଏହା ଦେଶରେ ଅତି ଭୟଙ୍କର ସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି ।

{"id":245688,"width":749,"height":562,"sizeSlug":"large"}

ପଙ୍ଗା ଜିଲ୍ଲା ମାଜିଷ୍ଟ୍ରେଟ୍ ଗୌରଭ ଜୈନ କହିଛନ୍ତି ଯେ, ଗତ ମାର୍ଚ୍ଚ ୧୮ରେ ୧୫ଟି ଗ୍ରାମକୁ ସିଲ୍ କରାଯାଇଥିଲା । ଏହି ସବୁ ଗ୍ରାମରେ୧୫ରୁ ୨୦ ହଜାର ଲୋକ ରହିଥିବା ଅନୁମାନ କରାଯାଉଛି ।ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଗ୍ରାମବାସୀଙ୍କ ଉପରେ କଡା ନଜର ରଖିଛି ।

ସୂଚନାଯୋଗ୍ୟ, ଶିଖ୍ ଗୁରୁ ଓ ତାଙ୍କର ୨ ଜଣ କର୍ମୀ ୟୁରୋପରୁ ଫେରିବା ପରେ କ୍ୱାରେଣ୍ଟାଇନକୁ ଏଡାଇ ଯାଇଥିଲେ । ଏବେ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୦ ଛୁଇଁଥିବା ବେଳେ ମୃତ୍ୟୁସଂଖ୍ୟା ୨୫ରେ ପହଁଚିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.