Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ବହ୍ମପୁର : ବୋଲେରୋ ଧକ୍କାରେ ଜଣେ ମୃତ
  • ||
  • ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଳଚେରରେ ଅର୍ଥନୈତିକ ଆନ୍ଦୋଳନ, ସମସ୍ତ ଖଣିରୁ କୋଇଲା ଉତ୍ପାଦନ ସହ ପରିବହନ ବନ୍ଦ
  • ||
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||

ପାକିସ୍ତାନ ସେନାବାହିନୀରେ କେତେ ହିନ୍ଦୁ ଓ କେତେ ଶିଖ ସୈନିକ ଅଛନ୍ତି ଜାଣନ୍ତୁ

5/03/2019 at 1:34 PM

ପାକିସ୍ତାନରେ  ସଂଖ୍ୟାଲଘୁଙ୍କୁ ସବୁ ପରୀକ୍ଷାରେ ବସିବା ପାଇଁ ଅନୁମତି ଅଛି। କିନ୍ତୁ ପାକିସ୍ତାନ ସେନା ବାହିନୀରେ ହିନ୍ଦୁ ଓ ଶିଖଙ୍କ ସଂଖ୍ୟା ଅତି ନଗଣ୍ୟ। ପାକିସ୍ତାନରେ ବର୍ତ୍ତମାନ ପ୍ରଚଳିତ ନିୟମ ଅନୁସାରେ ଇଣ୍ଟର ସର୍ଭିସେସ ସିଲେକଶନ ବୋର୍ଡ ପରୀକ୍ଷା ସବୁ ବର୍ଗର ଯୋଗ୍ୟ ପ୍ରାର୍ଥି ଦେଇପାରିବେ। କିନ୍ତୁ ୨୦୦୬ ମସିହା ପୂର୍ବରୁ ସେନାବାହିନୀରେ ମାତ୍ର ଜଣେ ହିନ୍ଦୁ ଓ ଜଣେ ଶିଖକୁ ପ୍ରବେଶ କରିବାର ସୁଯୋଗ ମିଳୁଥିଲା।
ଅପରପକ୍ଷରେ ପାକିସ୍ତାନୀ ସେନାବାହିନୀରେ ବହୁ ଇସାଇ ସୈନିକ ଅଛନ୍ତି । ୨୦୦୬ ମସିହା ସେପଟେମ୍ୱର ମାସ ୨୫ ତାରିଖରେ ପାକିସ୍ତାନୀ ନ୍ୟୁଜ ଏଜେନ୍ସୀ ଗୋଟେ ଖବର ପ୍ରକାଶିତ କରିଥିଲେ। ୬୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପାକିସ୍ତାନ ସେନାବାହିନୀରେ ଜଣେ ହିନ୍ଦୁ ସୈନିକଙ୍କୁ ଭର୍ତ୍ତି କରାଯାଇଥିବା ଖବର ପ୍ରକାଶ ପାଇଥିଲା।

ଏହି ହିନ୍ଦୁ ଯୁବକଙ୍କ ନାଁ ଦାଶିସ ଥିଲା। ସେ ପାକିସ୍ତାନୀ ଆର୍ମିରେ କ୍ୟାପଟେନ୍‌ ଥିଲେ। ଦାଶିସ କହିଥିଲେ ଯେ ପାକିସ୍ତାନୀ ରାଷ୍ଟ୍ରପତି ଜେନରାଲ ପରଭେଜ ମୁଶରଫଙ୍କଠୁ ପାକିସ୍ତାନ ସେନାରେ ସାମିଲ ହେବା ପାଇଁ ତାଙ୍କୁ ପ୍ରେରଣା ମିଳିଥିଲା। ସେ ଏହା ମଧ୍ୟ କହିଥିଲେ ଯେ ପାକିସ୍ତାନୀ ରାଷ୍ଟ୍ରପତି ଜେନରାଲ ପରଭେଜ ମୁଶରଫ ଜଣେ ଭଲ ଲିଡର ଥିଲେ। ତାଙ୍କ ପାଖରେ ନେତା ହେବା ପାଇଁ ସବୁ ଯୋଗ୍ୟତା ଥିଲା।

ପାକିସ୍ତାନ ସେନାଙ୍କ ମଧ୍ୟରେ ଆଉ ଜଣେ ମଧ୍ୟ ହିନ୍ଦୁ କ୍ୟାପଟେନ ଥିଲେ। ତାଙ୍କ ନାଁ ଅନୀଲ କୁମାର । ସେହିଭଳି ୨୦୦୫ ମସିହା ଡିସେମ୍ୱର ମାସରେ ନନକାମା ସାହିବର ହରଚରନ ସିଂହ ପାକିସ୍ତାନ ସେନାରେ ଭର୍ତ୍ତି ହୋଇଥିବା ପ୍ରଥମ ଶିଖ ଥିଲେ।

୨୦୧୦ ମସିହାରେ ଆଉ ଜଣେ ଶିଖ ବ୍ୟକ୍ତି ଅମରଜିତ ସିଂହଙ୍କୁ ପାକିସ୍ତାନୀ ରେଞ୍ଜର ପୋଷ୍ଟରେ ନିଯୁକ୍ତି ମିଳିଥିଲା। ଏହା ପରେ ପାକିସ୍ତାନୀ କୋଷ୍ଟ ଗାର୍ଡ ପୋଷ୍ଟରେ ମଧ୍ୟ ଜଣେ ଶିଖ ଯୁବକଙ୍କୁ ଭର୍ତ୍ତି କରାଯାଇଥିଲା। ପୋଲିସରେ ମଧ୍ୟ ପ୍ରଥମ ଥର ପାଇଁ ଗୁଲାବ ସିଂହ ନାମକ ଜଣେ ଶିଖ ଯୁବକଙ୍କୁ ଟ୍ରାଫିକ୍‌ ପୋଲିସ ୱାର୍ଡେନ ନିଯୁକ୍ତି କରାଯାଇଥିଲା।

   Related Posts