ନିଜ ଫାସରେ ଫସିଗଲା ଶିକାରୀ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ

Published By : Prameya-News7 Bureau | September 12, 2021 IST

ବୀରମହାରାଜପୁର ୧୨/୯: ବାରହା ଶିକାର ପାଇଁ ବିଦ୍ୟୁତ ବିଛେଇ ଥିବା ଶିକାରୀ ବିଦ୍ୟୁତ ସଂସ୍ପର୍ଶରେ ମୃତ । ବୀରମହାରାଜପୁର ଥାନା ଅଧିନସ୍ଥ କୋଟସମଲେଇ ଜଙ୍ଗଲରେ ଘଟିଛି ଏମିତି ଘଟଣା ।

ରବିବାର ନୁଆଖାଇ ପରବର୍ତ୍ତୀ ଛାଡଖାଇ ଦିନରେ ବାରହା ମାଂସ ଆଶାରେ  ଶିକାର କରିବାକୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ଜୀବନ୍ତ ବିଦ୍ୟୁତ ତାର ବିଛାଇଥିଲେ ଶିକାରୀ । ଭୋରରେ ଶିକାର ହୋଇଥିବା ବାରହା ଆଣିବାକୁ ଯାଇଥିବା ବେଳେ ଶିକାରୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତକ ଜଣକ ବାଘପାଲି ଗାଁର ହରିଶ୍ଚନ୍ଦ୍ର ପଧାନ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.