Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ

28/11/2021 at 12:50 PM

ଟାଙ୍ଗୀ,୨୮/୧୧: ଶିକାରୀ ଗିରଫ ।  ଟାଙ୍ଗୀ ରେଞ୍ଜ୍ ଅଭିମାନପୁର ପକ୍ଷୀ ସୁରକ୍ଷା କ୍ୟାମ୍ପ ନିକଟରୁ ଜଣେ ଶିକାରୀଙ୍କୁ ଗିରଫ କରିଛି ବନ୍ୟପ୍ରାଣୀ ବିଭାଗ। ଶିକାରୀ ନିକଟରୁ ଗୋଟିଏ ଗଡୱାଲ, ପିନଟେଲ, ୨ ଟି କମନ୍ କୁଟ୍ ଓ ୨ ଟି ଲାର୍ଜ୍ ହୁଇସଲିଙ୍ଗ ଡକ୍ ଏପରି ଭାବେ ମୋଟ୍ ୬ ଟି  ମୃତ ବିଦେଶୀ ପକ୍ଷୀ ଜବତ କରିଛି ବନ ବିଭାଗ।

ଗିରଫ ଶିକାରୀ ଜଣକ ହେଲେ ଟାଙ୍ଗୀ ଥାନା ସୁନ୍ଦରପୁର ଚାରିଘରିଆପାଟଣା ଗ୍ରାମର ବିଦ୍ୟାଧର ରାଉତ । ଶିକାରୀମାନେ ନୀରିହ ପକ୍ଷୀମାନଙ୍କୁ କଇଁ ଫୁଲ କେଶରରେ ” ଫୁରାଡନ୍ ”  ଭଳି ମାରାତ୍ମକ ବିଷ ଦେଇ ଶିକାର କରୁଥିବା ଜଣା ପଡିଛି। ଚିଲିକାରେ ପକ୍ଷୀମାନଙ୍କ ଭୀଡ ଜମିବା ଆରମ୍ଭ ହେଉ-ହେଉ ପକ୍ଷୀ ଶିକାର ଆରମ୍ଭ ହୋଇ ଗଲାଣି। ବନ ବିଭାଗକୁ ଖାତିର ନକରି ଦିନ ବେଳେ ମଧ୍ୟ ପକ୍ଷୀ ଶିକାର କରିବାକୁ ଶିକାରୀମାନେ  ପଛଘୁଞ୍ଚା ଦେଉ ନାହାଁନ୍ତି।

   Related Posts