Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଶିକାର କରିବାକୁ ଯାଇ ଶିକାରୀ ଗିରଫ, ଖସିଗଲେ ଆଉ ୩ ଜଣ

12/04/2021 at 11:56 AM

ନୀଳଗିରି ୧୨।୦୪ : ଶିକାର କରିବାକୁ ଯାଇ ଶିକାରୀ ଗିରଫ । ବାଲେଶ୍ୱର ଜିଲ୍ଲା କୁଲଡିହା ଅଭୟାରଣ୍ୟରୁ  ଜଣେ ଶିକାରୀ ଗିରଫ ହୋଇଥିବା ବେଳେ ୩ଜଣ ଫେରାର ହୋଇଯାଇଛନ୍ତି । ଫେରାର ଶିକାରୀଙ୍କୁ ଧରିବା ପାଇଁ ପାଟ୍ରୋଲିଂକୁ କଡ଼ାକଡ଼ା କରିଛି ବନବିଭାଗ । ଗିରଫ ବ୍ୟକ୍ତିଙ୍କ ଠାରୁ ଅନେକ ମାରଣାସ୍ତ୍ର ଜବତ କରିଛି ବନବିଭାଗ ।

ଖବର ଅନୁଯାୟୀ, ଅଭୟାରଣ୍ୟରେ ଅଖଣ୍ଡ ଶିକାର ପାଇଁ ବନବିଭାଗ ପକ୍ଷରୁ ପାଟ୍ରୋଲିଂକୁ କଡ଼ାକଡ଼ା କରାଯାଇଛି । ରବିବାର ଦିନ ବନବିଭାଗ ଓ ସବୁଜ ବାହିନୀ ପକ୍ଷରୁ ପାଟ୍ରୋଲିଂ ଚାଲୁଥିବା ବେଳେ କିଛି ଲୋକ କଟକଣା ଯୁକ୍ତ ଅଞ୍ଚଳରେ ପ୍ରବେଶ କରିଥିଲେ । ଖବର ପାଇବା ମାତ୍ରେ ସଂପୃକ୍ତ ଅଞ୍ଚଳରେ ଚଢାଉ କରି ଶିକାରୀଙ୍କୁ ଧରିଥିଲା ବନବିଭାଗ । ଚଢାଉରେ ଜଣେ ଶିକାରୀଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ୩ଜଣ ଫେରାର ହେବାରେ ସକ୍ଷମ ହୋଇଯାଇଛନ୍ତି । ତେବେ ଗିରଫ ବ୍ୟକ୍ତି ଢୋଲପୁରର ଗଣପତି ସିଂ (୫୦)ଙ୍କ ନିକଟରେ ଅନେକ ମାରଣସ୍ତ୍ର ଜବତ କରିଛି । କୂଳଡିହା ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯିବାର ସୂଚନା ରହିଛି ।

   Related Posts