Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଭାରତରେ କରୋନା ଭ୍ୟାକ୍‌ସିନ୍‌ର ପରୀକ୍ଷଣ ଉପରେ ଲାଗିଲା ରୋକ୍‌, ଟ୍ରାଏଲ୍‌ ବେଳେ ଜଣେ ହୋଇଥିଲେ ଗୁରୁତର

10/09/2020 at 4:35 PM

ନୂଆଦିଲ୍ଲୀ ୧୦/୦୯: ଭାରତରେ ବ୍ରିଟିଶ୍‌ କମ୍ପାନୀ ଏସ୍‌ଟ୍ରୋଜେନିକାର ଭ୍ୟାକ୍‌ସିନ୍ ‘କୋଭିସିଲଡ୍‌’ର ଟ୍ରାଏଲ୍‌ ଉପରେ ଲାଗିଛି ରୋକ। ଡ୍ରଗ୍‌ କଂଟ୍ରୋଲର୍‌ ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)ର ନିର୍ଦେଶ କ୍ରମେ ଭ୍ୟାକ୍‌ସିନର ଟ୍ରାଏଲ୍‌ ଉପରେ ରୋକ ଲଗାଯାଇଥିବା ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି । ଏସ୍‌ଟ୍ରୋଜେନିକା ପକ୍ଷରୁ କୋଭିସିଲ୍‌ଡର ପରୀକ୍ଷଣ ଆରମ୍ଭ ନକରିବା ପର୍ଯ୍ୟନ୍ତ ଭାରତରେ ଏହାର ମାନବ ଟ୍ରାଏଲ୍‌ ବନ୍ଦ ରହିବ ବୋଲି ଜଣାପଡ଼ିଛି ।

ଏହାପୂର୍ବରୁ ଡିସିଜିଆଇ ଭାରତରେ କୋଭିସିଲ୍‌ଡର ହ୍ୟୁମାନ୍ ପରୀକ୍ଷଣ କରୁଥିବା ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଇଣ୍ଡିଆକୁ ପ୍ରଶ୍ନ କରିଥିଲା। ଯେତେବେଳେ କୋଭିସିଲଡ୍‌ର ପରୀକ୍ଷଣ ଆମେରିକା, ବ୍ରିଟେନ୍, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାରେ ସ୍ଥଗିତ ରହିଛି ତେବେ ଭାରତରେ କାହିଁକି ନୁହେଁ ବୋଲି ପଚାରିଥିଲା ଡିସିଜିଆଇ।

ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଇଣ୍ଡିଆ ପକ୍ଷରୁ ଟ୍ବିଟ୍‌ କରି କୁହାଯାଇଛି, ‘କମ୍ପାନୀ ସବୁବେଳେ ସିସିଜିଆଇ ନିର୍ଦେଶର ଅନୁପାଳନ କରେ। ଯଦି ଡିସିଜିଆଇକୁ ଲାଗୁଛି ଅକ୍ସଫୋର୍ଡ ୟୁନିଭର୍ସିଟିର ଭ୍ୟାକ୍‌ସିନରେ କିଛି ସୁରକ୍ଷା ଜନିତ ସମସ୍ୟା ରହିଛି ତେବେ ଏହା ଉପରେ ରୋକ ଲାଗିବା ଜରୁରୀ। ତେଣୁ ଏହା ପରୀକ୍ଷଣ ଉପରେ ଆମେ ରୋକ ଲଗାଇଛୁ।’ ପୂର୍ବରୁ କୋଭିସିଲଡ୍‌ର ଦ୍ବିତୀୟ ଓ ତୃତୀୟ ଚରଣ ପରୀକ୍ଷଣ କରିବାକୁ ଡିସିଜିଆଇ, ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଇଣ୍ଡିଆକୁ ଅନୁମତି ଦେଇଥିଲା ।

ଅନ୍ୟପଟେ କୋଭିସିଲ୍‌ଡର ହ୍ୟୁମାନ୍‌ ଟ୍ରାଏଲ୍‌ କମ୍ପାନୀ ଏସ୍‌ଟ୍ରୋଜେନିକା ମଧ୍ୟ ସ୍ଥଗିତ ରଖିଛି । ଜଣେ ସ୍ବେଚ୍ଛାସେବୀଙ୍କ ଶରୀରରେ ଏହା ଗୁରୁତର ପ୍ରଭାବ ପକାଇବା ଦର୍ଶାଇ ଟ୍ରାଏଲ ଉପରେ ରୋକ ଲଗାଇଥିଲା କମ୍ପାନୀ ।

   Related Posts