ସରକାରଙ୍କୁ ପ୍ରଶ୍ନ କରିବାର ଦିନେ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ସିରମ୍ ଇନଷ୍ଟିଚ୍ୟୁଟ୍ ସିଇଓ ଅଦାର ପୁନାୱାଲା

Published By : Prameya-News7 Bureau | September 27, 2020 IST

ପୁଣେ ୨୭/୦୯ : କରୋନା ଟୀକାକୁ ନେଇ ଦିନେ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ସିରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସିଇଓ ଅଦାର ପୁନାୱାଲା ପ୍ରଶ୍ନ କରିଥିଲେ । ରବିବାର ଦିନ ଅଦାର ପୁନାୱାଲା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଛନ୍ତି | ସେ ମୋଦିଙ୍କ ନେତୃତ୍ୱ ଓ ସମର୍ଥନ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସିରମ୍ ଇନଷ୍ଟିଚ୍ୟୁଟ୍ ଅକ୍ସଫୋର୍ଡ ୟୁନିଭର୍ସିଟି ସହ ମିଶି କରୋନା ଟୀକା ଉତ୍ପାଦନ କରୁଛି ।

{"id":335312,"sizeSlug":"large"}

ଅଦାର ପୁନାୱାଲା ଟ୍ୱିଟ କରି କହିଛନ୍ତି, 'ଆମେ ବିଶ୍ୱ ସମୁଦାୟକୁ ଟୀକା ପ୍ରଦାନ କରିବାର ଆପଣଙ୍କ ଦୃଷ୍ଟିକୋଣକୁ ପ୍ରଶଂସା କରୁଛି । ଏହା ଭାରତ ପାଇଁ ଗର୍ବର ମୁହୂର୍ତ୍ତ । ଆପଣଙ୍କ ନେତୃତ୍ୱ ଓ ସମର୍ଥନ ପାଇଁ ଧନ୍ୟବାଦ । ଏହା ସ୍ପଷ୍ଟ ଯେ ଭାରତ ପାଇଁ ଆପଣଙ୍କ ସମସ୍ତ ବ୍ୟବସ୍ଥା ଲୋକଙ୍କ ସମସ୍ତ ଆବଶ୍ୟକତାକୁ ଦୃଷ୍ଟିରେ ରଖିବ ।' 

{"id":335310,"sizeSlug":"large"}

ଶନିବାର ଦିନ ସଂଯୁକ୍ତ ରାଷ୍ଟ୍ର ମହାସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଭାରତର ଟୀକା ଉତ୍ପାଦନ ଓ ବିତରଣ କ୍ଷମତା ସମସ୍ତଙ୍କ ପାଇଁ ମହାମାରୀ ସହ ଲଢ଼ିବାକୁ ସହାୟକ ହେବ । ମୋଦି କହିଥିଲେ ଯେ, 'ଭାରତ ମହାମାରୀ ସମୟରେ ୧୫୦ରୁ ଅଧିକ ଦେଶକୁ ଔଷଧ ପ୍ରଦାନ କରିଛି । ଦୁନିଆର ସବୁଠାରୁ ବଡ ଟୀକା ଉତ୍ପାଦକ ଦେଶ ଭାବେ ମୁଁ ଆପଣମାନଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ଭାରତ ଆଗକୁ ଦୁନିଆ ପାଇଁ ସବୁ ସମ୍ଭାବ୍ୟ ପ୍ରୟାସ କରିବ । ୨୦୨୧ ଜାନୁଆରୀରୁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଏକ ଅଣ-ସ୍ଥାୟୀ ସଦସ୍ୟ ଭାବେ ଭାରତ ନିଜ ଦାୟିତ୍ୱ ପାଇଁ ପ୍ରତିବଦ୍ଧ ।'

wp:core-embed/twitter {"url":"https://twitter.com/adarpoonawalla/status/1310097963989913600","type":"rich","providerNameSlug":"twitter","className":""}
https://twitter.com/adarpoonawalla/status/1310097963989913600
/wp:core-embed/twitter

ଅଦାର ପୁନାୱାଲା ଶନିବାର ଦିନ ପ୍ରଶ୍ନ କରିଥିଲେ ଯେ ସରକାର କରୋନା ଟୀକା କିଣିବା ପାଇଁ ଏବଂ ବିତରଣ ପାଇଁ ୮୦ ହଜାର କୋଟି ଟଙ୍କା ଯୋଗାଡ କରିପାରିବେ କି ? ଅଦାର ପୁନାୱାଲା ଟ୍ୱିଟ୍ କରିଥିଲେ ଯେ ଟୀକା କିଣିବା ପାଇଁ ଓ ବିତରଣ ପାଇଁ ଏତିକି ରାଶି ଆବଶ୍ୟକ । ସେ ଏଥିରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ମଧ୍ୟ ସେ ଟ୍ୟାଗ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.