ବାଂଲାଦେଶରେ ଶ୍ରୀଲଙ୍କା ଭଳି ଆର୍ଥିକ ସଂକଟର ମିଳିଲାଣି ସଂକେତ! ବୈଦେଶିକ ମୁଦ୍ରା ଭଣ୍ଡାର ଉପରେ ଆମଦାନୀ ବଢାଉଛି ଚାପ

Published By : Prameya-News7 Bureau | May 20, 2022 IST

ଢାକା ୨୦।୫: ଶେଖ ହସିନା ସରକାର ବାଂଲାଦେଶରେ ଶ୍ରୀଲଙ୍କା ଭଳି ପରିସ୍ଥିତି କେବେ ବି ଉପୁଜିବନି ବୋଲି ଲଗାତାର ଦେଶବାସୀଙ୍କୁ ଆଶ୍ୱସ୍ତ କରିଆସୁଛନ୍ତି। ତେବେ ଯେଉଁଭଳି ଦେଶର ଆମଦାନୀ ବିଲ ବଢିବଢି ଚାଲିଛି। ଏହାକୁ ଦେଖିଲେ ରାଜନୈତିକ ମହଲ ଓ ମିଡିଆରେ ଏବେ ଆଶଙ୍କା ଉପୁଜିଛି।

୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସର ମିଳୁଥିବା ତଥ୍ୟରୁ ଏହି ଅବଧିରେ ବାଂଲାଦେଶର ଆମଦାନୀ ବିଲ୍ ଗତବର୍ଷର ଏହି ସମୟ ସୁଦ୍ଧା ଆମଦାନୀ ବିଲ୍ ତୁଳନାରେ ୪୩.୯ ପ୍ରତିଶତ ବୃଦ୍ଧି ହୋଇଛି। ଆମଦାନୀ କରାଯାଇଥିବା ସାମଗ୍ରୀ ବଦଳେ ବାଂଲାଦେଶକୁ ୬୧.୫୨ ବିଲିୟନ ଡଲାର ପୈଠ କରିବାକୁ ପଡିଛି। ଏହି ଅବଧିରେ ଦେଶର ରପ୍ତାନୀ ଧିମା ରହିଛି। ରପ୍ତାନୀ ମାତ୍ର ୩୨.୯ ପ୍ରତିଶତ ବଢିଛି। ସେପଟେ ବିଦେଶରେ ରହୁଥିବା ବାଂଲାଦେଶୀ ପଠାଉଥିବା ଅର୍ଥରେ ୨୦ ପ୍ରତିଶତ ହ୍ରାସ ଦେଖାଯାଇଛି। ଏଥିରୁ ବିଶେଷଜ୍ଞମାନେ ସମ୍ଭାବିତ ବିପଦର ଆକଳନ କରୁଛନ୍ତି।

{"id":631678,"width":838,"height":559,"sizeSlug":"full","linkDestination":"none"}

ଚଟଗାଓଁ ୟୁନିଭର୍ସିଟିରେ ଅର୍ଥନୀତିର ପୂର୍ବତନ ପ୍ରଫେସର  ମୁଇନୁଲ ଇସ୍ଲାମ ଆଗାମୀ ମାସ ମାନଙ୍କରେ ବ୍ୟବସାୟୀକ କ୍ଷତିର ପରିମାଣ ଆହୁରି ବଢିପାରେ ବୋଲି ଆଶଙ୍କା କରିଛନ୍ତି। ଜର୍ମାନ ମିଡିଆ ଡିଡବ୍ଲୁ ୱାର୍ଲଡ ସହ ଆଲୋଚନାରେ ଚଳିତବର୍ଷ ବାଂଲାଦେଶର ଆମଦାନୀ ୮୫ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିଯିବ ବୋଲି ଏକ ଆକଳନ କରିଛନ୍ତି। ସେହି ଅନୁସାରେ ରପ୍ତାନୀ ୫୦ ବିଲିୟନ ଡଲାରରୁ ଉପରକୁ ଯିବ ନାହିଁ ବୋଲି କହିଛନ୍ତି। ଏଥିରେ ହେଉଥିବା ୩୫ ବିଲିୟନ ଡଲାରର ବ୍ୟବସାୟୀକ କ୍ଷତି ବିଦେଶରେ ରହୁଥିବା ବାଂଲାଦେଶୀ ଦେଶକୁ ପଠାଉଥିବା ଅର୍ଥରୁ ଭରଣା କରାଯାଇ ନପାରେ ବୋଲି ସେ କହିଛନ୍ତି। ଏଣୁ ଚଳିତବର୍ଷ ବାଂଲାଦେଶକୁ ୧୦ ବିଲିୟନ ଡଲାର କ୍ଷତିରେ ରହିବାକୁ ପଡିପାରେ ବୋଲି ସେ ଆକଳନ କରିଛନ୍ତି।

ମିଳୁଥିବା ସୂଚନା ଅନୁସାରେ ଗତ ୮ ମାସରେ ବାଂଲାଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୪୮ ବିଲିୟନ ଡଲାରରୁ ଖସି ୪୨ ବିଲିୟନ ଡଲାରକୁ ପହଞ୍ଚିଛି। ଏଥିରୁ ବର୍ଷର ଆଗାମୀ ସମୟରେ ମୁଦ୍ରାଭଣ୍ଡାରରୁ ଆଉ ୪ ବିଲିୟନ ଡଲାର ହ୍ରାସ ହୋଇପାରେ ବୋଲି ଇସ୍ଲାମ ଆକଳନ କରୁଛନ୍ତି। ବାଂଲାଦେଶ ମଧ୍ୟ ଶ୍ରୀଲଙ୍କା ଭଳି ଜାରି ବର୍ଷମାନଙ୍କରେ ବିପୁଳ ବିଦେଶୀ ଋଣ କରିଛି। ଏହି ଋଣ ଏପରି ପ୍ରକଳ୍ପମାନଙ୍କ ଲାଗି ହୋଇଛି ଯେଉଁଥିରୁ ନିକଟ ଭବିଷ୍ୟତରେ ଆୟର କୌଣସି ସମ୍ଭାବନା ମଧ୍ୟ ନାହିଁ।

{"id":631679,"width":842,"height":473,"sizeSlug":"full","linkDestination":"none"}

ଇସ୍ଲାମଙ୍କ ଅନୁସାରେ ବାଂଲାଦେଶ ପରମାଣୁ ପ୍ଲାଣ୍ଟ ସ୍ଥାପନା ଲାଗି ଋଷିଆରୁ ୧୨ ବିଲିୟନ ଡଲାର ଋଣ କରିଛି। ୨୦୨୫ରୁ ଏହାର କିସ୍ତି ସୁଝା ଆରମ୍ଭ ହେବ। ଯେଉଁଥି ଲାଗି ବାଂଲାଦେଶକୁ ବାର୍ଷିକ ୫୬ କୋଟି ଡଲାର ବ୍ୟୟ କରିବାକୁ ପଡିବ। ବିଶେଷଜ୍ଞଙ୍କ ଅନୁସାରେ ୨୦୨୪ରୁ ବାଂଲାଦେଶକୁ ପ୍ରତିବର୍ଷ ୪ ବିଲିୟନ ଡଲାର କେବଳ ବିଦେଶୀ ଋଣ ବାବଦେ ସୁଝିବାକୁ ପଡିବ। ଏଥିରେ ୟୁଏନଡିପି ସହ ଜଡିତ ଅର୍ଥଶାସ୍ତ୍ରୀ ନାଜନିନ ଅହମ୍ମଦ ଯଦି ପ୍ରକଳ୍ପଗୁଡିକୁ ଆମେ ନିର୍ଦ୍ଧିଷ୍ଠ ସମୟ ମଧ୍ୟରେ ପୂରଣ କରିପାରିବା ତେବେ ଏଥିପାଇଁ ହୋଇଥିବା ଋଣ ଆମେ ସୁଝି ପାରିବା ବୋଲି କହିଛନ୍ତି। ଅନ୍ୟଥା ଋଣ ଦେଶ ଉପରେ ବୋଝ ହେବ ବୋଲି ସତର୍କ କରିଛନ୍ତି।

ତେବେ ବିଦେଶୀ ମୁଦ୍ରା ସଞ୍ଚୟ ଲାଗି ସରକାର ପ୍ରଭାବୀ ପଦକ୍ଷେପ ନେଇଥିବା କହୁଛନ୍ତି। ଏଥିରେ ଅଧିକାରୀମାନଙ୍କ ଅନାବଶ୍ୟକ ବିଦେଶ ଯାତ୍ରା ନିଷିଦ୍ଧ କରାଯାଇଥିବା ବେଳେ ଅନାବଶ୍ୟକ ସାମଗ୍ରୀର ଆମଦାନୀ ମଧ୍ୟ ରୋକା ଯାଉଛି। ସେହିପରି ଲୋକେ ମଧ୍ୟ ନିଜ ସ୍ତରରେ ଖର୍ଚ୍ଚ କାଟ କରିବା ପାଇଁ ଉଦ୍ୟମ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.