ରବିବାର ଦିନ ଏହିଭଳି ସୂର୍ଯ୍ୟଦେବଙ୍କୁ କରନ୍ତୁ ଉପାସନା : ପୁର୍ଣ ହେବ ସମସ୍ତ ମନୋସ୍କାମନା

Published By : Prameya-News7 Bureau | March 24, 2019 IST

ଭୁବନେଶ୍ୱର ୨୪/୩ : ହିନ୍ଦୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଦିନର କିଛି ନା କିଛି ବିଶେଷତ୍ୱ ରହିଛି | ଠିକ ସେହିଭଳି ରବିବାର ସୂର୍ଯ୍ୟଦେବଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ | ରବିବାର ସୂର୍ଯ୍ୟଦେବଙ୍କ ପାଇଁ ସମର୍ପିତ | ରବିବାର ଦିନ ବ୍ରତ ରଖିଲେ ସୂର୍ଯ୍ୟ ଭଗବାନ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି | ଯଦି ଆପଣଙ୍କର କୌଣସି ଇଚ୍ଛା ଅଛି ଏବଂ ତାହା ପୂରଣ ହେଉନାହିଁ ତାହେଲେ ରବିବାର ବ୍ରତ ପାଳନ କରିବା ଦ୍ୱାରା ନିଶ୍ଚୟ ପୂରଣ ହେବ | ସୂର୍ଯ୍ୟଦେବଙ୍କ କୃପା ପାଇଁ ରବିବାର ବ୍ରତ ସବୁଠାରୁ ଶ୍ରେଷ୍ଠ ବୋଲି ବିଚାର କରାଯାଏ | ରବିବାର ଦିନ ଶୁଦ୍ଧ ମନରେ ଆରାଧନା କଲେ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ | ଧର୍ମ ଗ୍ରନ୍ଥ ଅନୁସାରେ, ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦାନର ବିଶେଷ ମହତ୍ୱ ରହିଛି |

{"id":96312}

ଏହି ଉପାୟରେ ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିପାରିବେ :

ଏକ ତମ୍ବା ଢାଳରେ ପାଣି ନେବେ | ସେଥିରେ ନାଲି ଫୁଲ ଏବଂ ଚାଉଳ ପକେଇବେ | ପ୍ରସନ୍ନ ମନରେ ସୂର୍ଯ୍ୟଦେବଙ୍କ ମନ୍ତ୍ର ଜପ କରିବେ | ଏହାପରେ ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବେ | ଅର୍ଘ୍ୟ ଦାନରେ ସୂର୍ଯ୍ୟ ପ୍ରସନ୍ନ ହୋଇଥାନ୍ତି |

{"id":96313,"width":572,"height":376}

ସୂର୍ଯ୍ୟ ପୂଜା ନିୟମ :

ପ୍ରତିଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ କରିବେ | ଏହାପରେ ସୂର୍ଯ୍ୟ ନାରାୟଣଙ୍କୁ ୩ଥର ଅର୍ଘ୍ୟ ପ୍ରଦାନ କରି ପ୍ରଣାମ କରିବେ | ସନ୍ଧ୍ୟା ସମୟରେ ପୁଣି ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରି ପ୍ରଣାମ କରିବେ |

{"id":96314}

ସୂର୍ଯ୍ୟଦେବଙ୍କ ଉପସନରୁ ହୃଦରୋଗରୁ ମିଳିବ ମୁକ୍ତି :

ଜଳରେ ନାଲି ଫୁଲ ପକାଇ ସୂର୍ଯ୍ୟଦେବଙ୍କୁ ଅର୍ପଣ କରିବେ | ସୂର୍ଯ୍ୟଦେବଙ୍କୁ ଗୁଡ ଭୋଗ କରିବେ | ନାଲି ଚନ୍ଦନ ମାଳ ଅର୍ପଣ କରିବେ | 'ଓଁ ଆଦିତ୍ୟାୟ ନମଃ' ମନ୍ତ୍ର ଜପ କରିବେ | ପୂଜା କରିସାରିବା ପରେ ମାଳକୁ ଗଳାରେ ଧାରଣ କରିବେ |

{"id":96315}

ସୂତ୍ରଙ୍କ ଠାରୁ ବିଜୟ ପାଇବା ପାଇଁ କରନ୍ତୁ ସୂର୍ଯ୍ୟଙ୍କ ଉପାସନା :

ଶତ୍ରୁଙ୍କ ଠାରୁ ବିଜୟ ପାଇବା ପାଇଁ ରବିବାର ଦିନ ଉପବାସ କରିବେ | ଉପବାସ ରଖିବା ପରେ ଲୁଣ ଖାଇବେ ନାହିଁ | ସକାଳୁ ଶୀଘ୍ର ସେଯାତୟାଗ କରି ଶୁଦ୍ଧ ହୋଇ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବେ | ସୂର୍ଯ୍ୟ କିରଣରେ ବସି "ଆଦିତ୍ୟ ହୃଦୟ ସ୍ତୋତ୍ର" ପାଠ କରିବେ | ବିଜୟ ପ୍ରାପ୍ତି ପାଇଁ ଶୁଦ୍ଧ ମନରେ ପ୍ରାର୍ଥନା କରିବେ |

{"id":96316}

ସୂର୍ଯ୍ୟଦେବଙ୍କ ଆଶୀର୍ବାଦରୁ ମିଳିବ ମାନ-ସମ୍ମାନ :

ଜଳରେ ଚନ୍ଦନ, ଫୁଲ ଏବଂ ସିନ୍ଦୁର ମିସାଇବେ | ଏହାକୁ ସୂର୍ଯ୍ୟଦେବଙ୍କୁ ଅର୍ପଣ କରିବେ | ତମ୍ବାର ଏକ ଚାରିକୋଣିଆ ଟୁକୁଡା ସୂର୍ଯ୍ୟଙ୍କୁ ଅର୍ପଣ କରିବେ | "ଓଁ ଭାସ୍କରାୟ ନମଃ" ମନ୍ତ୍ର ଜପ କରିବେ | ଏହାପରେ ତମ୍ବାର ସେହି ଚାରିକୋଣିଆ ଟୁକୁଡା ନିଜ ପାଖରେ ରଖିବେ | ଏହା ଦ୍ୱାରା ମାନ ସମ୍ମାନ ବୃଦ୍ଧି ପାଇବ |

{"id":96317,"width":567,"height":425}

ରବିବାରର ମହାଉପାୟ :

ରବିବାର ଦିନ ସୂର୍ଯ୍ୟଙ୍କୁ ମନ୍ଦାର କିମ୍ବା ଅରଖ ଫୁଲ ଅର୍ପଣ କରିବେ | ଗହମ, ଗୁଡ ଏବଂ ତମ୍ବା ବାସନ ଦାନ କରିବେ | ଉପବାସ ରଖିବେ ଅଥବା ସାକାହାରୀ ଭୋଜନ କରିବେ | ରବିବାର ଦିନ ମାଣିକ୍ୟ ପିନ୍ଧିଲେ ବିଶେଷ ଲାଭ ମିଳିଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.