Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||
  • ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ
  • ||

ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ପାଇଁ ଶନିଦେବଙ୍କୁ କିଭଳି ପ୍ରସନ୍ନ କରିବେ ଜାଣନ୍ତୁ

23/03/2019 at 2:17 PM

ଭୁବନେଶ୍ୱର ୨୩/୩ : ଭଗବାନ ଶନିଦେବଙ୍କୁ କର୍ମ ଏବଂ ନ୍ୟାୟର ଦେବତା ବୋଲି କୁହାଯାଏ | ଆମର ଭଲ ଏବଂ ଖରାପ କର୍ମ ପଛରେ ଶନିଦେବଙ୍କ ହାତ ରହିଥାଏ ବୋଲି ହିନ୍ଦୁ ଧର୍ମରେ କୁହାଯାଇଛି | ମଣିଷର କର୍ମ ଉପରେ ଶନିଦେବଙ୍କ ନିୟନ୍ତ୍ରଣ ରହିଥିବାରୁ ଶନିଙ୍କ ମହତ୍ୱ ବଢି ଯାଇଥାଏ | କୁଣ୍ଡଳିରେ ଶନିଦେବଙ୍କ ସ୍ଥିତି ଭଲ ଥିଲେ ମଣିଷକୁ କମ ସମୟ ମଧ୍ୟରେ ବଡ ସଫଳତା ମିଳିଥାଏ | କୁଣ୍ଡଳିରେ ଶନିଙ୍କ ସ୍ଥିତି ଭଲ ନଥିଲେ ବହୁତ ଚେଷ୍ଟା ସତ୍ୱେ କିଛି ବି ଭଲ ହୋଇନଥାଏ ଏବଂ ମଣିଷ ନାନା ଅସୁବିଧାର ସମ୍ମୁଖୀନ ହୋଇଥାଏ | ସେଥିପାଇଁ ଯଥା ସମ୍ଭବ ଶନିଦେବଙ୍କୁ ପ୍ରସନ୍ନ କରିବା ଉଚିତ |


ଶନିଙ୍କ କୃପା କେବେ ମିଳିଥାଏ ଜାଣନ୍ତୁ :
ଯେତେବେଳେ ମଣିଷ ସତ୍ୟ ବଚନ କହିଥାଏ ଏବଂ ଅନୁଶାସିତ ରହେ
ଯେତେବେଳେ ମଣିଷ ଦୁଃଖୀ ଏବଂ ଦୁର୍ବଳ ଲୋକଙ୍କ ସେବା କରିଥାଏ
ଯେତେବେଳେ ମଣିଷ ବୟସ୍କଙ୍କ ସେବା କରିଥାଏ
ଯେତେବେଳେ ମଣିଷ ଫଳଗଛ ଏବଂ ବଡ ବଡ ଗଛ କିମ୍ବା ବହୁତ ଦିନ ବଂଚିବା ଭଳି ଗଛ ଲାଗିଥାଏ
ଯେତେବେଳେ ମଣିଷ ଭଗବାନ ଶିବ ଏବଂ ଶ୍ରୀକୃଷ୍ଣଙ୍କ ନିୟମ ମୁତାବକ ପୂଜାର୍ଚ୍ଚନା କରିଥାଏ



ଶନିଙ୍କ ପ୍ରିୟ ବସ୍ତୁ :
ଶନିଙ୍କ ପ୍ରଥମ ପ୍ରିୟ ବସ୍ତୁ ହେଲା କଳା କପଡା
ଶନିଙ୍କୁ ପ୍ରସନ୍ନ କରିବା ପାଇଁ ସୂର୍ଯ୍ୟୋଦୟ ପୂର୍ବରୁ ଉଠିବେ
ଅଶ୍ୱସ୍ଥ ଗଛ ମୂଳରେ କଞ୍ଚା କ୍ଷୀରରେ କଳା ରାଶି ଏବଂ ମହୁ ମିଶାଇ ଅର୍ପଣ କରିବେ
ଶନିବାର ସନ୍ଧ୍ୟାରେ କୌଣସି ଗରିବ ଲୋକକୁ କଳା ବସ୍ତ୍ର ଦାନ କରି ତାଙ୍କର ଆଶୀର୍ବାଦ ନେବେ
ଏଭଳି କରିବା ଦ୍ୱାରା ଚାକିରୀ ସମସ୍ୟା ଦୂର ହୋଇଥାଏ


ଅତି କମରେ ୧୧ଟି ଶନିବାର ପର୍ଯ୍ୟନ୍ତ ଏହା କରିବେ
ଶନିଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ସୋରିଷ ତେଲ ଦାନ କରିବେ
ସୋରିଷ ତେଲରେ ଖାଦ୍ୟ ପ୍ରସ୍ତୁତ କରି ଶନିବାର ସନ୍ଧ୍ୟାରେ ଗରିବକୁ ବାଣ୍ଟିବେ
ଶନିବାର ସୂର୍ଯ୍ୟୋଦୟ ହେବା ପୂର୍ବରୁ ଏବଂ ସୂର୍ଯ୍ୟାସ୍ତ ହେବା ପରେ ସୋରିଷ ତେଲର ଚଉମୁଖୀ ଦୀପ ଅଶ୍ୱସ୍ଥ ଗଛ ମୂଳରେ ଲଗାଇବେ

ଏହା କରିବା ଦ୍ୱାରା ବ୍ୟବସାୟରେ ଉନ୍ନତି ହେବ ଏବଂ ଧନ ମଧ୍ୟ ବୃଦ୍ଧି ହେବ
ଶନିବାର ଦିନ କଳା ବିରି ଦାନ କଲେ ଶନିଦେବ ପ୍ରସନ୍ନ ହୁଅନ୍ତି


ଅଶ୍ବସ୍ଥ ପତ୍ରରେ ୨୭ଟି କଳା ବିରି ରଖି ଶନି ମନ୍ଦିରରେ ଅର୍ପଣ କରିବେ | ଏହା କରିବା ଦ୍ୱାରା ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହୋଇଥାଏ |


ଏକ ବଡ ପାନ ପତ୍ରରେ ନିଜ ବୟସ ଅନୁଯାୟୀ ସେହି ସଂଖ୍ୟକ କଳା ବିରି ବୋହି ଯାଉଥିବା ପାଣିରେ ପ୍ରବାହ କରିବେ | ଏହି ଉପାୟ କରିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ |

   Related Posts